ଇଶାନ୍-ଅନନ୍ୟାଙ୍କ ଫିଲ୍ମରେ ଚାଲିଲା ସେନ୍‌ସନ୍‌ ବୋର୍ଡର କଇଁଚି, କଟିଲା ଏହି ସବୁ ସିନ୍‌

ମୁମ୍ୱାଇ : ବଲିଉଡ୍‌ ଅଭିନେତା ଇଶାନ୍‌ ଖଟ୍ଟର ଓ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଅଭିନୀତି ଫିଲ୍ମ ‘ଖାଲି ପିଲି’ ଆଜି ରିଲିଜ୍‌ ହୋଇଛି। ଗୁରୁଗ୍ରାମ ଓ ବାଙ୍ଗାଲୋରର କିଛି ସିନେମା ହଲ୍‌ ସମେତ ଓଟିଟି ପ୍ଲାଟ୍‌ଫର୍ମରେ ଫିଲ୍ମଟି ରିଲିଜ୍‌ ହୋଇଛି। ତେବେ ରିଲିଜ୍‌ ପୂର୍ବରୁ ଏହି ଫିଲ୍ମର କିଛି ସିନ୍‌କୁ ସେନସର ବୋର୍ଡ ପକ୍ଷରୁ କଟାଯାଇଥିବା ସୂଚନା ମିଳିଛି।
ଫିଲ୍ମରେ ଗାଳି ଓ ଭର୍ଜିନ୍‌ ଶବ୍ଦର ପ୍ରୟୋଗ ହୋଇଥିବାରୁ ସେନ୍‌ସର୍‌ ବୋର୍ଡ ପକ୍ଷରୁ କିଛି ସିନ୍‌ କାଟିଦିଆଯାଇଛି। କେବଳ ଏତିକି ନୁହେଁ, ଅନନ୍ୟା ପାଣ୍ଡେଙ୍କ ଚରିତ୍ରକୁ ଖରାପ ନଜରରେ ଦେଖିବା ଏବଂ ଆଇଟମର ଶବ୍ଦର ପ୍ରୟୋଗକୁ ହଟାଇ ଦିଆଯାଇଛି। ‘ତେହସ ନେହସ’ ଗୀତରେ କିଛି ଅଶ୍ଳୀଳ ଦୃଶ୍ୟକୁ ମଧ୍ୟ ବାଦ୍‌ ଦିଆଯାଇଛି।

ସେହିପରି ଯଦି ଡାଏଲଗ୍‌ କଥା କହିବା, ନଲ୍ଲା ହୈ ତୁ, ଫଟ୍ଟୁ ହୈ, ଦସ୍‌ ସାଲ୍‌ ତକ୍‌ ଭର୍ଜିନ୍‌ ରହା, ହୋଲ୍ଡ କରକେ ବୈଠା ଥା, ଭର୍ଜିନ୍‌ ବ୍ରହ୍ମଚାରୀ, ହାରାମୀ ପରି ଅଶ୍ଳୀଳ ଶବ୍ଦକୁ ଏଥିରୁ ହଟାଯାଇଛି।
ଆହୁରି ମଧ୍ୟ ଫିଲ୍ମ ଡାଏଲଗ୍‌ରେ କିଛି ପରିବର୍ତ୍ତନ କରାଯାଇ ମାଁ କି ଆଁଖ୍‌କୁ ଭେଁସ୍‌ କି ଆଖ୍‌, ମାଁ କିକୁ ଭେଁସ୍‌ କି, ଆଇଟମ୍‌କୁ ଲଡ୍‌କି ଏବଂ ଗାଳିକୁ ଆଣ୍ଟି କରାଯାଇଛି।

ସେନସର ବୋର୍ଡ ନିର୍ମାତାଙ୍କୁ ଫିଲ୍ମ ପୂର୍ବରୁ ଏକ ଡିସକ୍ଲାଇମର୍‌ ଲଗାଇବାକୁ କହିଛନ୍ତି। ଯେଉଁଥିରେ ଏହା ସ୍ପଷ୍ଟ କରାଯିବ ଯେ ଛୋଟ ପିଲା ଓ ମହିଳାଙ୍କ ଶୋଷଣ ଏବଂ ବସ୍ତୁକରଣକୁ ସମର୍ଥନ କରାଯାଉନାହିଁ। ଏହା ସହିତ ତମାଖୁର ବ୍ୟବହାର ଉପରେ ଦିଆଯାଉଥିବା ସର୍ତ୍ତାବଳୀର ଫ୍ରଣ୍ଟ ସାଇଜ୍‌କୁ ବଡ଼ କରିବା ପାଇଁ କୁହାଯାଇଛି।

‘ଖାଲି ପିଲି’ ଫିଲ୍ମର ନିର୍ଦ୍ଦେଶକ ମକବୁଲ୍‌ ଖାନ୍‌ କହିଛନ୍ତି ଏହା ତାଙ୍କର ଡେବ୍ୟୁ ଫିଲ୍ମ। ଯାହାର ପରିଚାଳନା ଦାୟିତ୍ୱ ଅଲ୍ଲୀ ଅବ୍ବାସ ଜାଫର, ହିମାଂଶୁ ମେହରା ଓ ଜି ଷ୍ଟୁଡିଓ ତୁଲାଇଛି। ଫିଲ୍ମରେ ଇସାନ୍‌ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କ ବ୍ୟତୀତ ‘ପାତାଳ ଲୋକ’ର ଅଭିନେତା ଜୟଦୀପ ଅହଲାବତ ମଧ୍ୟ ରହିଛନ୍ତି।

ଆହୁରି ପଢ଼ନ୍ତୁ

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ବିବାହ କଲେ ରୋହନ୍‌-ନେହା

ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

You might also like