ଭାରତୀୟ ଡାକ ବିଭାଗରେ ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର: ଖାଲି ପଡ଼ିଥିବା ୧୦୦୦ରୁ ଅଧିକ ଗ୍ରାମୀଣ ଡାକ ସେବକ ପଦବୀ ପୂରଣ ଲାଗି ଭାରତୀୟ ଡାକ ବିଭାଗ ଦରଖାସ୍ତ ଆହ୍ୱାନ କରୁଛି। ଆଗ୍ରହୀ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ।

ବୟସ ସୀମା: ମାର୍ଚ୍ଚ ୯, ୨୦୧୮ ଅନୁଯାୟୀ, ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ। ଏସି ଓ ଏସଟି ଆବେଦନକାରୀଙ୍କ ବୟସ ସୀମା ୫ ବର୍ଷ, ପିଏଚ୍ ଆବେଦନକାରୀଙ୍କ ବୟସ ସୀମା ୧୦ ବର୍ଷ ଓ ଓବିସି ଆବେଦନକାରୀଙ୍କ ପାଇଁ ୩ବର୍ଷ କୋହଳ ରହିଛି।

ଶିକ୍ଷାଗତ ଯୋଗ୍ୟତା: କେନ୍ଦ୍ର ସରକାର/ରାଜ୍ୟ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଦରକାର। ଆବେଦନକାରୀ କମ୍ପ୍ୟୁଟର ଶିଖିଥିବା ଦରକାର। ଏକ ମାନ୍ୟତା ପ୍ରାପ୍ତ ଟ୍ରେନିଂ ଇନଷ୍ଟିଚ୍ୟୁଟରୁ ୬୦ ଦିନର କମ୍ପ୍ୟୁଟର ଟ୍ରେନିଂ ସାର୍ଟିଫିକେଟ୍ ଥିବା ଆବଶ୍ୟକ।

ଆବେଦନ ଫି: ଏସସି/ଏସଟି/ପିଏଚ୍/ମହିଳା ଆବେଦନକାରୀଙ୍କ ପାଇଁ ଆବେଦନ ଫି ସମ୍ପୁର୍ଣ୍ଣ ମାଗଣା।

କେମିତି କରିବେ ଆବେଦନ: ଆଗ୍ରହୀ ପ୍ରାର୍ଥୀ ଏହି ଲିଙ୍କକୁ ଯାଇ ଆବେଦନ କରିପାରିବେ। https://indiapost.gov.in orhttp://appost.in/gdsonline

You might also like