ଭାରତୀୟ ଡାକ ବିଭାଗରେ ଖାଲି ପଡ଼ିଥିବା ଏହିସବୁ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ  ପକ୍ଷରୁ ଖାଲି ପଡିଥିବା ପଦବୀ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ୨୦୨୧ ଏପ୍ରିଲ ୪ ତାରିଖ ପୂର୍ବରୁ ଆବେଦନ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଡାକ ବିଭାଗରେ ଖାଲି ଥିବା ଡେସପାଚ୍‌ ରାଇଡର ((General Central Service Gr.C, Non- Gazetted, Non-MinisteriaI) ) ପଦବୀ ପାଇଁ ଯୋଗ୍ୟ ଭାରତୀୟ ନାଗରିକଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଖାଲି ପଡ଼ିଥିବା ୬ଟି ପଦବୀ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଯୋଗ୍ୟତା: ଆବେଦନ କରୁଥିବା ପ୍ରାର୍ଥୀ ମୋଟର ସାଇକେଲ, ତିନି ଚକିଆ ଏବଂ ହାଲୁକା ମୋଟରଗାଡି ଚଳାଇ ପାରୁଥିବେ ଏବଂ ଏହାର ଲାଇସେନ୍ସ ମଧ୍ୟ ପାଇଥିବେ। ଏହାବ୍ୟତୀତ ପ୍ରାର୍ଥୀମାନେ ଅତି କମ୍‌ରେ ଅଷ୍ଟମ ଶ୍ରେଣୀ ପାସ କରିଥିବେ।

ବୟସ : ପ୍ରାର୍ଥୀଙ୍କ ବୟସ ଅତି କମ୍‌ରେ ୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବ। ତେବେ ଏସ୍‌ସି ଏବଂ ଏସ୍‌ଟି ପ୍ରାର୍ଥୀଙ୍କ କ୍ଷେତ୍ରରେ ୫ ବର୍ଷ ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ କୋହଳ କରାଯିବ।

ଦରମା: ୭ମ ବେତନ କମିଶନ ଅନୁସାରେ ମନୋନୀତ ପ୍ରାର୍ଥୀ ୧୯, ୯୦୦ ଟଙ୍କାରୁ ରୁ ୬୩, ୨୦୦ ଟଙ୍କା ମଧ୍ୟରେ ଦରମା ପାଇବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କେମିତି ହେବ ପ୍ରାର୍ଥୀ ଚୟନ

ଡେସପ୍ୟାଚ୍ ଆରୋହୀଙ୍କ ଚୟନ ଡ୍ରାଇଭିଂରେ ପରୀକ୍ଷା ଆଧାରରେ କରାଯିବ। ପ୍ରାର୍ଥୀଙ୍କ ମଧ୍ୟରେ ମୋଟର ସାଇକେଲ /  ତିନି ଚକିଆ / ହାଲୁକା ଯାନ ଚାଳନାର  ଦକ୍ଷତାକୁ ମାନଦଣ୍ଡ ଭାବେ ବିଚାର କରାଯିବ।  ପରୀକ୍ଷା କେବେ ହେବ ଏବଂ କେଉଁଠି ହେବ ତାହାକୁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ଜଣାଇ ଦିଆଯିବ। ତେବେ ଯେଉଁ ଆବେଦନପତ୍ର ଯୋଗ୍ୟ ବୋଲି ଗ୍ରହଣ କରାଯାଇ ନ ଥିବ ସେହି ପ୍ରାର୍ଥୀଙ୍କୁ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯିବ ନାହିଁ।

କେମିତି ଆବେଦନ କରିବେ 

ପ୍ରାର୍ଥୀ ନିଜ ଦସ୍ତଖତ ସହିତ ଏକ ଦରଖାସ୍ତ ଲେଖିବା ସହ ଆବେଦନ ଫର୍ମ ପୂରଣ କରିବେ। ଆବେଦନପତ୍ର ସହିତ ଆଉ କ’ଣ ଦେବେ ଡକ୍ୟୁମେଣ୍ଟସ୍‌ ଦେବେ ଜାଣି ରଖନ୍ତୁ।

୧-ଆବେଦନ ପତ୍ର ସହ ସମସ୍ତ ସାର୍ଟିଫିକେଟର ଫଟୋକପି ଦେବେ ଏବଂ ଏହା ଗେଜେଟେଡ ଆଟେଷ୍ଟେଡ୍‌‌ କିମ୍ବା ସେଲ୍‌ଫ ଆଟେଷ୍ଟେଡ୍ ହୋଇଥିବ। ଏହି ସାର୍ଟିଫିକେଟ ମଧ୍ୟରେ ରହିଛି-

କ)- ବୟସ ପ୍ରମାଣପତ୍ର ଯଥା ବାର୍ଥ ସାର୍ଟିଫିକେଟ କିମ୍ବା ଦଶମ ବୋର୍ଡ ସାର୍ଟିଫିକେଟ କିମ୍ବା ଲିଭିଙ୍ଗ ସାର୍ଟିଫିକେଟ। ଏଥିସହିତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ମଧ୍ୟ ଦେବେ

ଖ)-ଡ୍ରାଇଭିଂ ଲାଇସେନ୍ସ ଦେବେ। ଏସ୍‌ସି, ଏସ୍‌ଟି କିମ୍ବା ଓବିସି ହୋଇଥିଲ ଏହାର ପ୍ରମାଣପତ୍ର ନିଶ୍ଚୟ ଦେବେ। ଏହାବ୍ୟତୀତ  ସ୍ଥାନ ଏବଂ ନିଜର ଆଇଡି ପ୍ରୁଫ ମଧ୍ୟ ଦେବେ।

୨-ଗୋଟିଏ ନିକଟରେ ଉଠାଇଥିବା ପାସ୍‌ପୋର୍ଟ ସାଇଜ୍‌ ଫଟୋ ଆବେଦନପତ୍ରରେ ଲଗାଇବେ। ଫଟୋଟି ଗେଜେଟେଡ ଆଟେଷ୍ଟେଡ ନିଶ୍ଚୟ ହୋଇଥିବ। ଏହାବ୍ୟତୀତ ଆଉ ଏକ ରିସେଣ୍ଟ ଫଟୋ ଆବେଦନ ଫର୍ମ (application form)ରେ ଆଟାଚ୍‌ କରିବେ।

ସମସ୍ତ ଆବେଦନ ପତ୍ର ଏବଂ ଡକ୍ୟୁମେଣ୍ଟ ଉପଯୁକ୍ତ ସାଇଜ୍‌ର ଏକ ଖାମ୍‌ରେ ଭର୍ତ୍ତି କରିବେ। ଖାମ୍‌ ଉପରେ ‘ ଏମଏମଏସ୍‌ ଦିଲ୍ଲୀ ଡେସ୍‌ପାଚ ରାଇଡର (Direct Recruitment) ପଦବୀ ପାଇଁ ଆବେଦନ ପତ୍ର’ ବୋଲି ଲେଖି ପୋଷ୍ଟ କରିବେ।

ଆବେଦନ ପତ୍ର ପଠାଇବାର ଠିକଣା

The Senior Manager,

Mail Motor Service, C-121

Naraina Industrial Area Phase-I

Naraina, New Delhi -110028

ଅଧିକ ଜାଣିବା ପାଇଁ ବିଭାଗୀୟ ୱେବସାଇଟ www.indiapost.gov.in.ରେ କ୍ଲିକ କରନ୍ତୁ।

You might also like