ପୁଣିଥରେ ପରୀକ୍ଷା ବିଭ୍ରାଟ

ପରୀକ୍ଷା ଅାରମ୍ଭ ହେବାର ୨୦ ମିନିଟ ପରେ ବନ୍ଦ

ଭୁବନେଶ୍ୱର : ପୁଣିଥରେ ପରୀକ୍ଷା ବିଭ୍ରାଟ। ଉତ୍କଳ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ର ଗଣିତ ଓ କେମିଷ୍ଟ୍ରୀ ପରୀକ୍ଷା ଅଧାରୁ ବନ୍ଦ ହୋଇଛି। ଆଜି ଛାତ୍ରଛାତ୍ରୀ ତୃତୀୟ ଓ ପଞ୍ଚମ ସେମିଷ୍ଟର ପରୀକ୍ଷା ଦେଉଥିବାବେଳେ, ପରୀକ୍ଷା ଆରମ୍ଭ ହେବାର ୨୦ ମିନିଟ୍ ପରେ ବନ୍ଦ କରିଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ।

ପ୍ରଶ୍ନପତ୍ର ସହ ପାଠ୍ୟକ୍ରମର ମେଳ ହେଉନଥିବାରୁ ପରୀକ୍ଷାକୁ ବନ୍ଦ କରାଯାଇଥିଲା। ଏହି ଦୁଇଟି ବିଷୟରେ ୭ ଦିନ ଭିତରେ ସାନି ପରୀକ୍ଷା ନେଇ ପରୀକ୍ଷା ନିୟନ୍ତ୍ରକ ସୂଚନା ସୂଚନା ଦେଇଛନ୍ତି। ପରୀକ୍ଷା ନେଇ ଛାତ୍ରଛାତ୍ରୀ ନିଜ ନିଜ କଲେଜ ସହ ସମ୍ପର୍କରେ ରହିବାକୁ ପରାମର୍ଶ ଦିଆଯାଇଛି।

You might also like