UPSC ସିଭିଲ୍ ସର୍ଭିସେସ୍ ମୁଖ୍ୟ ପରୀକ୍ଷା 2020 ଫଳାଫଳ ଘୋଷିତ, ବିବରଣୀ ଯାଞ୍ଚ କରନ୍ତୁ

ନୂଆଦିଲ୍ଲୀ: ସିଭିଲ ସର୍ଭିସେସ୍ (ମେନ୍) ପରୀକ୍ଷାର ଫଳାଫଳକୁ ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍‌ସି) ଘୋଷଣା କରିଛି।
ସଫଳ ପ୍ରାର୍ଥୀମାନଙ୍କୁ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ଵୈଦେଶିକ ସେବା, ଭାରତୀୟ ପୋଲିସ ସେବା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସେବା (ଗ୍ରୁପ୍ ‘ଏ’ ଏବଂ ଗ୍ରୁପ୍ ‘ବି’) ଚୟନ ପାଇଁ ବ୍ୟକ୍ତିଗତ ପରୀକ୍ଷା (ସାକ୍ଷାତକାର) ପାଇଁ ହାଜର ହେବାକୁ ପଡ଼ିବ ।
ପ୍ରାର୍ଥୀମାନେ ବ୍ୟକ୍ତିତ୍ୱ ପରୀକ୍ଷା ପାଇଁ ହେଉଥିବା ସାକ୍ଷାତକାର ସମୟରେ  ସେମାନଙ୍କର ବୟସ, ଶିକ୍ଷାଗତ ଯୋଗ୍ୟତା, ସମ୍ପ୍ରଦାୟ, ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ , ବେଞ୍ଚମାର୍କ ଅକ୍ଷମତା (PwBD) ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ୍ ଯେପରିକି TA ଫର୍ମ ଇତ୍ୟାଦି ସମ୍ବନ୍ଧୀୟ ଦାବିକୁ ସମର୍ଥନ କରୁଥିବା  ମୂଳ ପ୍ରମାଣପତ୍ର ଦେଖାଇବା ଆବଶ୍ୟକ।

SC / ST / OBC / EWS / PwBD / Ex- ସର୍ଭିସମେନମାନଙ୍କ  ପାଇଁ ଉପଲବ୍ଧ ସଂରକ୍ଷଣ /କୋହଳର  ସୁବିଧା ଚାହୁଁଥିବା ପ୍ରାର୍ଥୀମାନେ ମଧ୍ୟ ସିଭିଲ୍ ସର୍ଭିସେସ୍ (ପ୍ରାଥମିକ) ପରୀକ୍ଷା, 2020 ଅର୍ଥାତ୍ ଆବେଦନ ତାରିଖର  ପୂର୍ବ ତାରିଖରୁ  (03.03.2020) ,ମୂଳ ପ୍ରମାଣପତ୍ର (ଗୁଡିକ) ପ୍ରସ୍ତୁତ କରିବା ଜରୁରୀ ।

ଏହି ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ପରୀକ୍ଷା (ସାକ୍ଷାତକାର) ଖୁବ ଶୀଘ୍ର ଆରମ୍ଭ ହେବ, ଯାହା ନୂଆଦିଲ୍ଲୀ , ଶାହାଜାହାନ ରୋଡ଼ , ଧୋଲପୁର ହାଉସ ୟୁନିଅନ ପବ୍ଲିକ ସର୍ଭିସ କମିଶନ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ପ୍ରାର୍ଥୀଙ୍କ ଇ-ସମନ ଲେଟର୍ସ ଅଫ୍ ପର୍ସନାଲିଟି ଟେଷ୍ଟ (ସାକ୍ଷାତକାର) ଖୁବ୍ ଶୀଘ୍ର ଉପଲବ୍ଧ ହେବ, ଯାହା ଆୟୋଗର ୱେବସାଇଟ୍ https://www.upsc.gov.in & https://www.upsconline.in ରୁ ଡାଉନଲୋଡ୍ କରିପାରିବେ ।

ଯେଉଁମାନେ ଯୋଗ୍ୟତା ଅର୍ଜନ କରିନାହାଁନ୍ତି  ସେଇ ପ୍ରାର୍ଥୀମାନଙ୍କର ମାର୍କ ସିଟ୍, , ଅନ୍ତିମ ଫଳାଫଳ ପ୍ରକାଶ ପାଇବା ଦିନଠାରୁ 15 ଦିନ ମଧ୍ୟରେ ଆୟୋଗର ୱେବସାଇଟରେ ଅପଲୋଡ୍ ହେବ [ପର୍ସନାଲିଟି ଟେଷ୍ଟ (ଇଣ୍ଟରଭ୍ୟୁ) କରିବା ପରେ) ଏବଂ ଏହା 30 ଦିନ ପାଇଁ ୱେବସାଇଟରେ ଉପଲବ୍ଧ ରହିବ।
ସିଭିଲ୍ ସର୍ଭିସେସ୍ (ମେନ୍) ପରୀକ୍ଷା ଚଳିତ ବର୍ଷ ଜାନୁୟାରୀ 8 ରୁ 17 ପର୍ଯ୍ୟନ୍ତ UPSC ଦ୍ୱାରା କରାଯାଇଥିଲା |

ଫଳାଫଳ ଯାଞ୍ଚ କରିବାକୁ ଏଠାରେ କ୍ଲିକ୍ କରନ୍ତୁ:
https://www.upsc.gov.in/sites/default/files/WR-CSM-20-Roll-23032021-Engl.pdf

You might also like