ଭୁବନେଶ୍ୱରରେ ମିଳିବ ପ୍ରଶାସନିକ ସେବା ଲାଗି କୋଚିଂ

ଭୁବନେଶ୍ୱର : ପ୍ରଶାସନିକ ସେବା କୋଚିଂ ଲାଗି ଏଣିକି ବାହାର ରାଜ୍ୟକୁ ଯିବାକୁ ପଡ଼ିବନି। ପ୍ରତିଭାବାନ ଆଶାୟୀଙ୍କୁ ଭୁବନେଶ୍ୱରରେ ଦିଆଯିବ ଉନ୍ନତମାନର କୋଚିଂ। ପ୍ରଶାସନିକ ସେବାରେ ଓଡ଼ିଆଙ୍କ ସଫଳତା ହାର କମୁଥିବାରୁ ଏଥିରେ ସୁଧାର ଆଣିବାକୁ ଅଣ୍ଟା ଭିଡ଼ିଛି ଉଚ୍ଚ ଶିକ୍ଷା ବିଭାଗ। ଜୁନ୍ ୨୪ରୁ ଆରମ୍ଭ ହେବ କୋଚିଂ କ୍ଲାସ୍। ପ୍ରଥମ ବର୍ଷରେ ୧୦୦ ଜଣ ଆଶାୟୀଙ୍କୁ କୋଚିଂ ଦିଆଯିବ। ଏଥିପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି। ବର୍ଷେ ଅବଧି ରହୁଥିବା ଏହି କୋଚିଂ କ୍ଲାସ୍‌ରେ ପ୍ରିଲିମ୍‌ନାରି ଓ ମେନ୍‌ ପର୍ଯ୍ୟାୟ ପରୀକ୍ଷା ଲାଗି ପାଠ ପଢାଯିବ। ଏଥିଲାଗି ଉଚ୍ଚ ଶିକ୍ଷା ବିଭାଗ ଏକ ସଂସ୍ଥାକୁ ନିୟୋଜିତ କରିଛି। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ପାର୍ଥସାରଥୀ ମିଶ୍ର।

ଯେଉଁ ଆଶାୟୀଙ୍କ ଅଭିଭାବକଙ୍କ ବାର୍ଷିକ ରୋଜଗାର ୨ଲକ୍ଷ ଟଙ୍କାରୁ ଅଧିକ, ସେମାନେ କୋଚିଂ ପାଇଁ ୨୫ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ। ଯେଉଁ ଆଶାୟୀଙ୍କ ପରିବାରର ବାର୍ଷିକ ରୋଜଗାର ୨ଲକ୍ଷ ଟଙ୍କାରୁ କମ୍ ଥିବ, ସେମାନେ ମାଗଣାରେ କୋଚିଂ ପାଇବେ। ଏହାଦ୍ୱାରା ଆର୍ଥିକ ଦୁର୍ବଳ ଶ୍ରେଣୀର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଉନ୍ନତମାନର କୋଚିଂ ପାଇପାରିବେ ବୋଲି ଆଶା କରାଯାଉଛି।

ପୂର୍ବରୁ ରାଜ୍ୟର ୧୦ଟି ବିଶ୍ୱବିଦ୍ୟାଳୟ ଓ ୫୨ଟି ସରକାରୀ ଡିଗ୍ରୀ କଲେଜରେ ପ୍ରଶାସନିକ ସେବା ଲାଗି କୋଚିଂ ସେଣ୍ଟର ଖୋଲାଯାଇଛି। ଏବେ ରାଜଧାନୀରେ ପ୍ରଶାସନିକ ସେବା ଲାଗି କୋଚିଂ ହବ୍‌ ଖୋଲିବା ନିଷ୍ପତ୍ତି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ କେତେ ସଫଳତା ଆଣିଦେଉଛି ତା’ଉପରେ ସମସ୍ତଙ୍କର ନଜର ରହିଛି।

ଆହୁରି ପଢ଼ନ୍ତୁ

ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ: ମୃତକଙ୍କୁ ବଞ୍ଚାଇବାକୁ ଡାକ୍ତରଖାନାରେ ଝଡ଼ାଫୁଙ୍କା

ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ

କଟକରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା!

ପୁଲିସ ହେପାଜତରେ ପୁଣି ମୃତ୍ୟୁ ଅଭିଯୋଗ

ସବୁ ସ୍କୁଲ୍‌ ପିଲାଙ୍କୁ ମିଳିବ ଜୋତା, ଡ୍ରେସ୍‌

ରେଡ଼ିଓ ଜକି ହେବେ କଏଦୀ , କହିବେ ମନର କଥା ଓ ନିଜ ପଶ୍ଚାତାପର କାହାଣୀ

ଦୁର୍ଦ୍ଦିନରେ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ; ଔଷଧ କିଣିବାକୁ ପାଖରେ ଅର୍ଥ ନାହିଁ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ଜୋରିମାନା

ପବିତ୍ର ସମ୍ପର୍କରେ ଲାଗିଲା ଦାଗ ; ଭଉଣୀ ଗର୍ଭରେ ଭାଇର ପାପ

ସିସିଟିଭିରୁ ପୁଲିସର ଗତିବିଧି ଦେଖି ଛୁ ମାରିଲା ରାଜାର ଭାଉଜ

ଦିନକର ଦରମା ବନ୍ଦ , କାହିଁକି ଏଯାଏ ଅଫିସ୍‌ ଆସିନ

ନର୍ସ ନିହାରିକା ହତ୍ୟା ଘଟଣାରେ ମିଳିଲା ନୂଆ ସୁରାକ୍‌

You might also like