ଓଡ଼ିଶାରେ ଅଧ୍ୟାପକଙ୍କ ପାଇଁ ବାହାରିଲା ନିଯୁକ୍ତି, ଦରମା ୪୪ ହଜାରରୁ ଅଧିକ ଟଙ୍କା

ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ୯୭୨ ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ State Selection Board (SSB) ଅନ୍‌ଲାଇନ୍‌ ଆପ୍ଲିକେସନ୍‌ ଆହ୍ୱାନ କରୁଛି। ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍‌ ୱେବ୍‌ସାଇଟ୍‌ http://www.ssbodisha.nic.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଅଧ୍ୟାପକ ପଦବୀ ପାଇଁ ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ କେବଳ ଅନ୍‌ଲାଇନ୍‌ରେ ହିଁ ଆବେଦନ କରିପାରିବେ।ଦରମା ୪୪,୯୦୦ ଟଙ୍କା-୧,୪୨,୪୦୦(ମାଟ୍ରିକ୍ସ ଲେଭଲ୍‌ ୧୦ ଅନୁସାରେ) ରହିଛି। ଅନ୍‌ଲାଇନ୍‌ ଆପ୍ଲିକେସନ୍ ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୨୧ ରହିଥିବା ବେଳେ ସର୍ବନିମ୍ନ ଓ ସର୍ବାଧିକ ବୟସ ଯଥାକ୍ରମେ ୨୧ ଓ ୪୨ ବର୍ଷ ହୋଇଥିବା ଆବଶ୍ୟକ। ମହିଳା, ex-servicemen, SC, ST, Socially and Educationally backward Classes (SEBC) ପ୍ରାର୍ଥୀଙ୍କ ବୟସ ସୀମାରେ କୋହଳ କରାଯାଇଛି।

ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଯେଉଁ ବିଷୟରେ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେହି ବିଷୟରେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ୫୫% ମାର୍କ ସହ ମାଷ୍ଟର ଡିଗ୍ରୀ କରିଥିବା ଆବଶ୍ୟକ।

ଲିଖିତ ପରୀକ୍ଷା, କ୍ୟାରିୟର ଓ viva-voce ଟେଷ୍ଟ୍‌ ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଜେନେରାଲ୍‌ଙ୍କ ପାଇଁ ଆପ୍ଲିକେସନ୍‌ ଫି’ ୫୦୦ ଟଙ୍କା ଥିବାବେଳେ SC/ST/OBC/PWD ପ୍ରାର୍ଥୀଙ୍କ ପାଇଁ ଆପ୍ଲିକେସନ୍‌ ଫି’ ୨୦୦ ଟଙ୍କା ରହିଛି।

ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ଆନ୍ଥ୍ରୋପୋଲୋଜି, ବଟ୍‌ନି, କେମିଷ୍ଟ୍ରି, କମର୍ସ, ଇକୋନୋମିକ୍ସ, ଏଜୁକେସନ୍‌, ଇଂରାଜୀ, ହୋମ୍‌ ସାଇନ୍ସ, ଆଇଆର୍‌ପିଏମ୍‌, ଲଜିକ୍‌, ଫିଲୋସୋଫି, ଗଣିତ, ଫିଜିକ୍ସ, ପଲିଟିକାଲ୍‌ ସାଇନ୍ସ , Psychology, ସଂସ୍କୃତ, ସୋସିଓଲୋଜି, Statistics, ଓ ଜୁଲୋଜି ବିଷୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ଯେଉଁ ବିଷୟରେ ଆବେଦନ କରିବାକୁ ଚାହୁଁଛନ୍ତି, ଆବେଦନ ପୂର୍ବରୁ ଭଲ ଭାବରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ପଢ଼ନ୍ତୁ।

ଖାଲି ପଡ଼ିଥିବା ପଦବୀ ସମ୍ପର୍କରେ ଅଧିକ ଜାଣିବା ପାଇଁ ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ….

You might also like