ରେଲ୍‌ୱେରେ ଚାକିରି ଅଫର୍‌, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଚାହୁଁଥିବା ବିଶେଷ କରି ଯେଉଁମାନେ ରେଲ୍‌ୱେରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। West Central Railway ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଜାନୁଆରୀ ୧୫ରୁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୪ ତାରିଖ ଆବେଦନର ଶେଷ ତାରିଖ।

ଖାଲି ପଡ଼ିଥିବା ପଦବୀ ସଂଖ୍ୟା ୧୨୭୩। ଏହି ପଦବୀ ପାଇଁ ୧୦ମ ପାସ୍‌ କରିଥିବା ଛାତ୍ରଛାତ୍ରୀ ମଧ୍ୟ ଆବେଦନ କରିପାରିବେ। କିନ୍ତୁ ସେମାନେ ଆଇଟିଆଇ କରିଥିବା ଜରୁରୀ।

ପଦବୀ ନାମ

ଡିଜେଲ୍‌ ମେକାନିକ୍‌, ଇଲେକ୍ଟ୍ରିସିଆନ୍‌, ୱେଲ୍‌ଡର୍‌, ଫିଟର, ଟର୍ଣ୍ଣର, ୱାୟାର୍‌ମ୍ୟାନ୍‌, କାର୍‌ପେଣ୍ଟର୍‌, ପେଣ୍ଟର୍‌, ଗାର୍ଡେନର୍‌, ଇଲେକ୍ଟ୍ରୋନିକ୍‌ ମେକାନିକ୍‌… ଇତ୍ୟାଦି।

ଶିକ୍ଷାଗତ ଯୋଗ୍ୟତା

ଆଶାୟୀ ପ୍ରାର୍ଥୀ ୧୦ମ ପାସ୍‌ କରିଥିବା ଆବଶ୍ୟକ। ଏହାସହ ଆପଣ ଯେଉଁ ଟ୍ରେଡ୍‌ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଆପଣଙ୍କ ନିକଟରେ ସେହି ଟ୍ରେଡ୍‌ର ଏନ୍‌ସିଭିଟିରୁ ମାନ୍ୟତା ପ୍ରାପ୍ତ ଆଇଟିଆଇ ସାର୍ଟିଫିକେଟ୍‌ ଥିବା ଜରୁରୀ।

ବୟସ ସୀମା

ଆଶାୟୀ ପ୍ରାର୍ଥୀଙ୍କ ବୟସ ସୀମା ଅତି କମ୍‌ରେ ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଆବେଦନ ଫି’: ମାତ୍ର ୧୦୦ଟଙ୍କା

ଏହି ଆଧାରରେ ହେବ ଚୟନ

ଆଶାୟୀ ପ୍ରାର୍ଥୀଙ୍କ ଚୟନ ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ। ମେରିଟ୍‌ ଲିଷ୍ଟ୍‌ ଆଧାରରେ ଆଶାୟୀ ପ୍ରାର୍ଥୀଙ୍କ ଚୟନ ହେବ। ଯାହାକି ୧୦ମ ଓ ଆଇଟିଆଇ ପରୀକ୍ଷାର ମାର୍କ ଅନୁସାରେ ହେବ।

ତା’ହେଲେ ଆଉ ଡେରି ନ କରି ଇଚ୍ଛୁକ ଛାତ୍ରଛାତ୍ରୀ ତୁରନ୍ତ mponline.gov.in ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରନ୍ତୁ।

ଅଧିକ ସୂଚନା ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ: West Central Railway Vacancy

ଆହୁରି ପଢ଼ନ୍ତୁ

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

BSNLର ମାଗଣା ସୁବିଧା; ଜିଓ, ଏୟାର୍‌ଟେଲ୍‌ ଓ ଭୋଡ଼ା ଆଣିଲେ ନୂଆ ଅଫର୍‌

ଆଦିବାସୀଙ୍କ ପାଇଁ କାନ୍ଧରେ ଖାଦ୍ୟ ସାମଗ୍ରୀ ବୋହି ୩କିମି ଚାଲିଲେ ଜିଲ୍ଲାପାଳ ଓ ବିଧାୟକ

୧୬ କର୍ମଚାରୀ କରୋନା ପଜିଟିଭ; କମ୍ପାନୀ ସିଲ୍‌ କଲା ପ୍ରଶାସନ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗ ଦେଇଥିବା ୯ ଜଣଙ୍କ ମୃତ୍ୟୁ, ୨୪ ଆକ୍ରାନ୍ତ

ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକେ ଘଣ୍ଟାକୁ ଥରେ ସେଲ୍‌ଫି ପଠାଇବେ

କରୋନାବେଳେ ସେବା: ରନ୍ଧନ ଗ୍ୟାସ୍ ବିତରଣକାରୀଙ୍କୁ ମିଳିବ ଏମିତି ସୁବିଧା

You might also like