ରେଳବାଇରେ ନିଯୁକ୍ତି ସୁଯୋଗ; କୌଣସି ପରୀକ୍ଷା ଦେବାକୁ ପଡ଼ିବନି

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ ପକ୍ଷରୁ ରେଳ କୋଚ୍‌ ଫ୍ୟାକ୍ଟ୍ରିରେ ୪୦୦ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଆହ୍ୱାନ କରାଯାଇଛି। ଆବେଦନ ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି। ଆବେଦନର ଶେଷ ତାରିଖ ୬ ଫେବ୍ରୁଆରୀ, ୨୦୨୦ ରହିଛି।

ଆବେଦନର ସମସ୍ତ ପ୍ରକ୍ରିୟା ଜାଣନ୍ତୁ।

ପ୍ରାର୍ଥୀ ଦଶମ ଶ୍ରେଣୀ ପାସ୍ କରିଥିବା ଦରକାର। ଏଥିସହିତ ସେ ଆଇଟିଆଇ ପାସ୍ କରିଥିବା ଦରକାର।

ପଦବୀ: ରେଳକୋଚ୍‌ ଫ୍ୟାକ୍ଟ୍ରି ଫିଟର, ୱେଲ୍ଡର, ମେଶିନିଷ୍ଟ, ପେଣ୍ଟର, କାରପେଣ୍ଟର, ମେକାନିକ, ଇଲୋକ୍ଟ୍ରିସିଆନ, ଇଲେକ୍ଟ୍ରୋନିକ ମେକାନିକ, ଏବଂ ଏସି ଏବଂ ରେଫ୍ରିଜେରେଟର୍‌ ମେକାନିକ।

ପଦବୀ ସଂଖ୍ୟା- ୪୦୦

ଯୋଗ୍ୟତା:- ଏହି ସବୁ ପଦବୀରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଦଶମ ଶ୍ରେଣୀ ପାସ୍‌ କରିବା ସହିତ ପଦବୀ ସମ୍ପର୍କିତ ଟ୍ରେଡ୍‌ଗୁଡ଼ିକରେ NCVTର ନ୍ୟାସନାଲ୍ ଟ୍ରେଡ୍ ଷାର୍ଟିଫିକେଟ୍‌ ହେବା ନିହାତି ଦରକାର।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୮.୦୧.୨୦୨୦ ସୁଦ୍ଧା ୧୫ ରୁ ୨୪ ମଧ୍ୟରେ ହୋଇଥିବା ନିହାତି ଆବଶ୍ୟକ।

ଆବେଦନର ଫିସ୍: ୧୦୦ ଟଙ୍କା
ଚୟନ ପ୍ରକ୍ରିୟା: ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ମେରିଟ୍ ଲିଷ୍ଟ ଆଧାରରେ ହିଁ ପ୍ରାର୍ଥୀ ଚୟନ ହେବ। ପ୍ରାର୍ଥୀ ଦଶମ ଶ୍ରେଣୀରେ ରଖିଥିବା ମାର୍କ ଓ ଆଇଟିଆଇ ମାର୍କ ଆଧାରରେ ମେରିଟ୍‌ ଲିଷ୍ଟ କରାଯିବ।

କେମିତି ଆବେଦନ କରିବେ ?

ରେଳବାଇର ୱାବ୍‌ସାଇଟ୍‌ rcf.indianrailways.gov.in କୁ ଯାଇ ଲଗ୍‌ଇନ୍‌ କରନ୍ତୁ। ନିର୍ଦ୍ଦେଶ ଅନୁସାରେ ଆବଶ୍ୟକୀୟ ସମସ୍ତ ତଥ୍ୟ ଦିଅନ୍ତୁ।
ଫଟୋ ଓ ନିଜ ହସ୍ତାକ୍ଷର ଅପଲୋଡ କରିବା ସହିତ ଆବେଦନ ଫିସ୍ ଭରନ୍ତୁ।
ଆବେଦନର ସମସ୍ତ ପ୍ରକ୍ରିୟା ସରିବା ପରେ ଆବେଦନର ଏକ ପ୍ରଣ୍ଟ କାଢ଼ି ନିଅନ୍ତୁ।

 

You might also like