ପିଜି ଓ ୟୁଜି ସିଲାବସ୍‌ରେ ରହିବ ‘ସେଲ୍ଫ ଷ୍ଟଡି’ କୋର୍ସ

ଭୁବନେଶ୍ୱର: ପିଜି ଓ ୟୁଜି ସିଲାବସ୍‌ରେ ୨୫ ପ୍ରତିଶତ ‘ସେଲ୍ଫ ଷ୍ଟଡି’ କୋର୍ସ ରହିବ। ଆସନ୍ତା ଶିକ୍ଷାବର୍ଷରୁ ପୋଷ୍ଟ୍‌ ଗ୍ରାଜୁଏଟ ଏବଂ ଅଣ୍ଡର୍‌ ଗ୍ରାଜୁଏଟରେ ସେଲ୍ଫ ଷ୍ଟଡି କୋର୍ସ ଲାଗୁ ହେବ। ଫଳରେ ଘରେ ରହି ଅନ୍‌ଲାଇନ୍‌ରେ ପଢ଼ିପାରିବେ ଛାତ୍ରଛାତ୍ରୀ। ଏ ନେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଆବଶ୍ୟକ ସହଯୋଗ କରିବେ।

ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଟେଷ୍ଟ ବୁକ୍ ଯୋଗାଇ ଦେବେ। ଏପରିକି ଯେଉଁ ପିଲାମାନଙ୍କର ପାଠ୍ୟପୁସ୍ତକ ଅଧ୍ୟୟନ ବେଳେ କିଛି ଅସୁବିଧା ଥାଏ, ସେଥିନେଇ ନିର୍ଦ୍ଦିଷ୍ଟ କ୍ଲାସ୍‌ କରାଯାଇ ଅଧ୍ୟାପକମାନେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇବାକୁ ବ୍ୟବସ୍ଥା କରିବେ। ଏନେଇ ସବୁ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।

You might also like