ପଦାକୁ ଆସିଲା ମାଟ୍ରିକ ମୂଲ୍ୟାୟନରେ ଗୁରୁତର ତ୍ରୁଟି

କଟକ : ମେଧାବୀ ପିଲାଙ୍କ ଭବିଷ୍ୟତ ସହ ଖେଳ। ପଦାକୁ ଆସିଲା ମାଟ୍ରିକ୍ ମୂଲ୍ୟାୟନରେ ବିଭ୍ରାଟର ଚିତ୍ର। ବୋର୍ଡ କର୍ତ୍ତୃପକ୍ଷଙ୍କ ତ୍ରୁଟିଶୂନ୍ୟ ମୂଲ୍ୟାୟନ ଉପରେ ଉଠିଲା ପ୍ରଶ୍ନ ? ଯାହାକୁ ନେଇ ବଢୁଛି ଛାତ୍ରଛାତ୍ରୀଙ୍କ ଅସନ୍ତୋଷ। ବାଲେଶ୍ୱରର ଛାତ୍ରୀ ମୋନାଲିସା ପାତ୍ର ମାଟ୍ରିକ୍‌ରେ ୫୫୪ ନମ୍ବର ସହ ଏ ଓ୍ୱାନ୍ ଗ୍ରେଡ୍ ପାଇଛନ୍ତି। ପରୀକ୍ଷାବେଳେ ସାହିତ୍ୟ ପ୍ରଶ୍ନପତ୍ରର ସେଟ୍-ସି ଉତ୍ତର ଖାତା ପାଇଥିଲେ ମୋନାଲିସା। ଯେଉଁଥିରେ ୪୬ ନମ୍ବର ଅବଜେକ୍ଟିଭ ଟାଇପ୍ ପ୍ରଶ୍ନରେ ପଚରାଯାଇଥିଲା- ‘ଉପଯୁକ୍ତ ଅର୍ଥବୋଧକ ପଦ ସଂହତିର ଉପଯୁକ୍ତ ସମାହାରକୁ କଣ କୁହାଯାଏ’। ଏଥିପାଇଁ  ୪ଟି ଅପସନ ଦିଆଯାଇଥିଲା।

ମୂଲ୍ୟାୟନକାରୀଙ୍କୁ ବୋର୍ଡ କର୍ତ୍ତୃପକ୍ଷ ଦେଇଥିବା ସେଟ୍ ସି ସ୍କୋରିଂ କି ରେ ଉତ୍ତର ଥିଲା ବି ଅର୍ଥାତ୍ ବାକ୍ୟାଂଶ। କିନ୍ତୁ ପଢ଼ା ବହିରେ ଏହାର ଉତ୍ତର ହେଉଛି ବାକ୍ୟ। ମୋନାଲିସା ଠିକ୍ ଉତ୍ତର ଦେଇଥିଲେ। ହେଲେ ତାଙ୍କର ୧ ମାର୍କ କଟିଯାଇଛି। ଠିକ୍ ସେମିତି ଇଂରାଜୀ ପ୍ରଶ୍ନପତ୍ର ସେଟ୍‌ର ସ୍କୋରିଂ ସେଟ୍ ଉତ୍ତରରେ ବି ଆସିଛି ସାଂଘାତିକ ତ୍ରୁଟି। ଗୋଟିଏ ପ୍ରଶ୍ନ ପାଇଁ ଅଲଗା ଅଲଗା ସେଟ୍‌ରେ ବୋର୍ଡ କର୍ତ୍ତୃପକ୍ଷ ରଖିଛନ୍ତି ୨ଟି ଉତ୍ତର।

ସେଟ୍ ‘ଏ’ ର ୩୩ ନମ୍ବର ଓ ସେଟ୍ ‘ବି’ ର ୪୮ ନମ୍ବର ପ୍ରଶ୍ନ ସମାନ। ସେଟ୍ ‘ଏ’ରେ ଦିଆଯାଇଥିବା ଅପସନ୍ ମଧ୍ୟରୁ ଠିକ୍ ଉତ୍ତର ଡି, ଯାହାକୁ ବ୍ରହ୍ମପୁରର ଜଣେ ମେଧାବୀ ଛାତ୍ର ହିମାଂଶୁ ସେଠୀ ଠିକ୍ ଭାବେ ଲେଖିଛନ୍ତି। ହେଲେ ସ୍କୋରିଂ କି ରେ ଅପସନ ‘ବି’ ଉତ୍ତର ରହିଥିବାରୁ ତାଙ୍କର ମାର୍କ କଟିଛି। ଆଉ ସେଟ୍ ‘ବି’ ସ୍କୋରିଂ କି ରେ କିନ୍ତୁ ସମାନ ପ୍ରଶ୍ନର ଉତ୍ତର ହିମାଂଶୁ ଲେଖିଥିବା ଉତ୍ତର ସହ ସମାନ। ଏଭଳି ବିଭ୍ରାଟକୁ ନେଇ ଆପତ୍ତି ଉଠାଇଛନ୍ତି ଛାତ୍ରଛାତ୍ରୀ। ତୁରନ୍ତ ପୁନଃ ମୂଲ୍ୟାୟନ କରାଯାଇ ମାର୍କ ସଂଶୋଧନ ନହେଲେ ଆଇନର ଆଶ୍ରୟ ନେବାକୁ ସଜବାଜ ହେଲେଣି। ଶିକ୍ଷକ ଶିକ୍ଷୟିତ୍ରୀ ବି ଏଭଳି ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ।

ବହିରେ ଉତ୍ତର ଗୋଟେ, ହେଲେ ସ୍କୋରିଂ କି ରେ ଉତ୍ତର ଅଲଗା। କେମିତି ହେଉଛି ଏଭଳି ତ୍ରୁଟି ? ଯେଉଁ ପରୀକ୍ଷକ ଖାତା ଦେଖିଥିବେ ସେମାନେ କଣ ଏହାର ଉତ୍ତର ଜାଣି ନଥିଲେ କି ? ଯଦି ଜାଣିଥିଲେ ତାହାଲେ ଠିକ୍ ଉତ୍ତର ପାଇଁ ମାର୍କ ଦେଲେ ନାହିଁ କାହିଁକି ? ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଏହା ଖେଳ ନୁହେଁ ତ ? କାରଣ ଗୋଟିଏ ଗୋଟିଏ ମାର୍କ ପାଇଁ କେଉଁଠି ମେଧାବୀ ପିଲାଟିଏ ଏ-ଓ୍ୱାନ୍ ଗ୍ରେଡ ପାଇବାରୁ ବଞ୍ଚିତ ହୋଇଛି ତ ଅନ୍ୟ କେହି ଓଡ଼ିଆରେ ଫେଲ୍ ମଧ୍ୟ ହୋଇଯାଇଛି। ହେଲେ ଏହାକୁ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କର କିନ୍ତୁ ପରଓ୍ୱା ନାହିଁ।

ଏବେ ଅପେକ୍ଷା କେବେ ହେଉଛି ତ୍ରୁଟି ସଂଶୋଧନ, ବଢୁଛି ନା ନାହିଁ ମେଧାବୀଙ୍କ ମାର୍କ।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like