ପ୍ରକାଶ ପାଇଲା ନିଟ୍‌ ପରୀକ୍ଷା ଫଳ, ନଳୀନ୍‌ ଖଣ୍ଡେଲୱାଲ ହେଲେ ଟପ୍ପର୍‌

ନୂଆଦିଲ୍ଲୀ: ଆଜି ନିଟ୍‌(ନାସ୍‌ନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ)ର ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ସମ୍ପର୍କର ସୂଚନା ଦେଇଛି ଏନ୍‌ଟିଏ(ନାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍ସି) ।

ଏହି ପରୀକ୍ଷାକୁ ସର୍ବଭାରତୀୟ ପ୍ରି-ମେଡିକାଲ ଟେଷ୍ଟ ବୋଲି କୁହାଯାଏ। ଏଥିରେ ରାଜସ୍ଥାନର ନଳୀନ ଖଣ୍ଡେଲୱାଲ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛି। ସେ ମୋଟ୍‌ ୭୨୦ରୁ ୭୦୧ ମାର୍କ ରଖିଛନ୍ତି। ଦ୍ୱିତୀୟ ସ୍ଥାନରେ ଦିଲ୍ଲୀର ଭୈବିକ ବଂଶଲ ଥିବା ବେଳେ ତୃତୀୟରେ ଉତ୍ତର ପ୍ରଦେଶର ଅକ୍ଷତ କୌଶିକ ଅଛନ୍ତି। ଭୈବିକ ୭୦୦ ମାର୍କ ରଖିଥିବା ବେଳେ କୌଶିକ ୬୯୬ ମାର୍କ ରଖିଛନ୍ତି।

ଟପ୍‌ ଟେନ୍‌ରେ ଏକମାତ୍ର ଝିଅ ଭାବେ ମାଧୁରୀ ରେଡ୍ଡୀ ସ୍ଥାନ ପାଇଛନ୍ତି। ସେ ସର୍ବଭାରତୀୟ ସ୍ତରରେ ୭ନଂ ରାଙ୍କରେ ରହିଛନ୍ତି। ତେଲେଙ୍ଗାନର ଏହି ଛାତ୍ରୀ ଜଣଙ୍କ ମୋଟ୍‌ ୬୯୫ ମାର୍କ ରଖିଛନ୍ତି। ୪ ନଂରେ ହରିଆଣାର ସ୍ୱସ୍ତିକ ଭାଟିଆ ଥିବା ବେଳେ ୫ ନଂରେ ଉତ୍ତର ପ୍ରଦେଶର ଅନନ୍ତ ଜୈନ, ୬ ନଂରେ ମହାରାଷ୍ଟ୍ରର ଭଟ୍ଟ ସାର୍ଥକ ରାଘବେନ୍ଦର, ୮ନଂରେ ଉତ୍ତର ପ୍ରଦେଶର ଧ୍ରୁବ ଖୁଶୱହା, ୯ନଂରେ ନୂଆଦିଲ୍ଲୀର ମିହିର ରାୟ ଓ ୧୦ ନଂରେ ମଧ୍ୟପ୍ରଦେଶର ରାଘବ ଧୁବେ ରହିଛନ୍ତି।

ଚଳିତ ବର୍ଷ ମେ’ ୫ରୁ ମେ’ ୨୦ ଯାଏ ଏନ୍ଇଇଟି ପରୀକ୍ଷା ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଏନଇଇଟି ପାଇଁ ୧୫,୧୯,୩୭୫ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ। ହେଲେ ଏମାନଙ୍କ ମଧ୍ୟରେ ୧୪,୧୦୭୫୫ ଜଣ ପରୀକ୍ଷା ଦେଉଥିଲେ। ବିଭିନ୍ନ କାରଣରୁ ୧୦୮୬୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନଥିଲେ।

କିପରି ଜାଣିବେ ରେଜଲ୍ଟ ?

୧. ପ୍ରଥମେ ntaneet.nic.in or mcc.nic.in ୱେବସାଇଟ୍‌କୁ ଭିଜିଟ୍‌ କରନ୍ତୁ।
୨. ସେଠାରେ NEET Result 2019 ଉପରେ କ୍ଲିକ୍‌ କରନ୍ତୁ।

୩. ଏହା ଉପରେ କ୍ଲିକ୍‌ କରି ସାରିବା ପରେ ଆପଣଙ୍କୁ ଅନ୍ୟ ଏକ ପେଜ୍‌ ଉପଲବ୍ଧ ହେବ।
୪. ପରୀକ୍ଷାର୍ଥୀମାନେ ସେଠାରେ ନିଜର ରୋଲ୍‌ ନମ୍ୱର, ଡେଟ୍‌ ଅଫ୍‌ ବାର୍ଥ ଓ ଅନ୍ୟାନ୍ୟ ତଥ୍ୟ ଏଣ୍ଟ୍ରି କରନ୍ତୁ।

୫. ଏହି ସବୁ ତଥ୍ୟ ଦେଇ ସାରିବା ପରେ ସବ୍‌ମିଟ୍‌ ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ।
୬. ଏହା ପରେ ଆପଣଙ୍କ ରେଜଲ୍ଟ ଦେଖିପାରିବେ।

You might also like