ଏହି ଦିନ ଘୋଷଣା ହୋଇପାରେ JEE (MAIN) ଓ NEET ପରୀକ୍ଷାର ନୂଆ ତାରିଖ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି। ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ହେବାକୁ ଥିବା ବିଭିନ୍ନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି। 

ଲକଡାଉନ ଯୋଗୁ JEE (MAIN) ଏବଂ NEET ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। କିନ୍ତୁ ବର୍ତ୍ତମାନ ପ୍ରାର୍ଥୀଙ୍କ ପାଇଁ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ ଖୁବ ଶୀଘ୍ର ଘୋଷଣା ହୋଇପାରେ ପରୀକ୍ଷାକୁ ନେଇ ନୂଆ ତାରିଖ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଆସନ୍ତା ମେ’ ୫ରେ JEE (MAIN) ଏବଂ NEET ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା ହୋଇପାରେ।

କରୋନା ଯୋଗୁ National Testing Agency (NTA) ଏପ୍ରିଲରେ ହେବାକୁ ଥିବା JEE(MAIN) ଓ ପରେ NEET ପରୀକ୍ଷାକୁ ସ୍ଥଗିତ ରଖିଥିଲା। 

ଦେଶରେ କରୋନା ସ୍ଥିତିର ସମୀକ୍ଷା କରାଯିବ ଓ ଯଦି ସ୍ଥିତିରେ ସୁଧାର ଆସିଥିବ ତେବେ ଏହି ଦୁଇଟି ପରୀକ୍ଷା ଜୁନ୍ ଶେଷ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି।

ସୂଚନାଥାଉ କି, ମେ’ ୧୭ ଯାଏ ଲକଡାଉନ ଅବଧି ବୃଦ୍ଧି କରାଯାଇଛି।

ଆହୁରି ପଢ଼ନ୍ତୁ: ଜୁଲାଇ ପହିଲାରୁ ଖୋଲିବ ଇଞ୍ଜନିୟରିଂ କଲେଜ

You might also like