NDA, ନାଭାଲ୍ ଏକାଡେମୀ ପରୀକ୍ଷା (I) 2021: UPSC ପ୍ରାର୍ଥୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା

ଭୁବନେଶ୍ୱର: କେନ୍ଦ୍ର ଜନସେବା ଆୟୋଗ ( ୟୁପିଏସସି ) ଏପ୍ରିଲ 18, 2021ରେ ଦେଶର ବିଭିନ୍ନ ସ୍ଥାନରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ଏବଂ ନାଭାଲ ଏକାଡେମୀ ପରୀକ୍ଷା (I) 2021 କରିବ । ପରୀକ୍ଷା ଦେଉଥିବା  ପ୍ରାର୍ଥୀଙ୍କ ସୁବିଧା ପାଇଁ ଆୟୋଗ ଏହାର ଅଫିସିଆଲ୍ ୱେବସାଇଟରେ ଇ-ଆଡମିଟ୍ କାର୍ଡ ଅପଲୋଡ୍ କରିସାରିଛି । ଏକ ବିଜ୍ଞପ୍ତି ମାଧ୍ୟମରେ ଆୟୋଗ ପ୍ରାର୍ଥୀମାନଙ୍କୁ ପରୀକ୍ଷା ପାଇଁ ସେମାନଙ୍କର ଇ-ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ଏବଂ ଏହାର ପ୍ରିଣ୍ଟଆଉଟ୍ ନେବାକୁ ପରାମର୍ଶ ଦେଇଛି  ।ପରୀକ୍ଷାର୍ଥୀମାନେ ପରୀକ୍ଷାରେ ଉପସ୍ଥିତ ହେବା ପାଇଁ ଆବଣ୍ଟିତ ସ୍ଥାନରେ ସେମାନଙ୍କର ଇ-ଆଡମିଟ୍ କାର୍ଡରେ ଉଲ୍ଲେଖ କରାଯାଇଥିବା ଫଟୋ ପରିଚୟ ପତ୍ର ସହିତ ଇ-ଆଡମିଟ୍ କାର୍ଡର ପ୍ରିଣ୍ଟଆଉଟ୍ ଦେବାକୁ ପଡ଼ିବ |

ଏଠାରେ ମୁଖ୍ୟ ନିର୍ଦ୍ଦେଶଗୁଡ଼ିକ ଅଛି:

ଯଦି ଇ-ଆଡମିଟ୍ କାର୍ଡରେ ଫଟୋଗ୍ରାଫ୍ ଦୃଶ୍ୟମାନ / ଅସ୍ପଷ୍ଟ  ଦେଖାଯାଉଛି ତେବେ  ପ୍ରାର୍ଥୀଙ୍କୁ ଦୁଇଟି (2) ସମାନ ଫଟୋଗ୍ରାଫ୍ (ପ୍ରତ୍ୟେକ ସେସନ  ପାଇଁ ଗୋଟିଏ ଫଟୋଗ୍ରାଫ୍) ନେବାକୁ ପରାମର୍ଶ ଦିଆଯାଇଛି ।
ଆୟୋଗଙ୍କ ପରୀକ୍ଷା ପାଇଁ କୌଣସି କାଗଜ ଆଡମିଟ୍ କାର୍ଡ ଦିଆଯିବ ନାହିଁ।

ଇ-ଆଡମିଟ୍ କାର୍ଡରେ ଯଦି କୌଣସି ଅସଙ୍ଗତି ଦେଖାଯାଏ, ତେବେ ତୁରନ୍ତ ଏପ୍ରିଲ୍ 9, 2021 ସୁଦ୍ଧା ଇ-ମେଲ୍ ID usnda-upsc@nic.in ରେ ଆୟୋଗକୁ  ଜଣାଯାଇପାରିବେ। ଯଦ୍ୱାରା ଏ ପ୍ରସଙ୍ଗରେ ଶୀଘ୍ର ନିଷ୍ପତି ନେଇ ପାରିବେ  ।
ପରୀକ୍ଷା ସ୍ଥଳରେ ପ୍ରବେଶ ପରୀକ୍ଷା ଆରମ୍ଭ ହେବାର 10 ମିନିଟ୍ ପୂର୍ବରୁ ବନ୍ଦ ହେବ ଅର୍ଥାତ 09.50 A.M. ପୂର୍ବାହ୍ନ ସେସନ  ପାଇଁ ଏବଂ 01.50 P.M. ଅପରାହ୍ନ ସେସନ  ପାଇଁ |

ପ୍ରବେଶ ବନ୍ଦ ହେବା ପରେ କୌଣସି ପ୍ରାର୍ଥୀଙ୍କୁ ପରୀକ୍ଷା ସ୍ଥାନରେ ପ୍ରବେଶ ଅନୁମତି ଦିଆଯିବ ନାହିଁ । ପ୍ରାର୍ଥୀମାନଙ୍କୁ ବ୍ଲାକ୍ ବଲ୍ ପଏଣ୍ଟ ପେନ୍ ଆଣିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି କାରଣ ସେମାନେ କେବଳ ଉପସ୍ଥାନ ତାଲିକା ଏବଂ OMR ଉତ୍ତର ସିଟ୍ କେବଳ ବ୍ଲାକ୍ ବଲ୍ ପଏଣ୍ଟ ପେନ୍ ରେ ହିଁ  ପୂରଣ କରିବେ ।
ମୋବାଇଲ୍ ଫୋନ୍ , ପେଜର୍ ,  ଇଲେକ୍ଟ୍ରୋନିକ୍ ଉପକରଣ ,ପ୍ରୋଗ୍ରାମେବଲ୍ ଡିଭାଇସ୍ କିମ୍ବା ଷ୍ଟୋରେଜ୍ ମିଡିଆ ଯେପରିକି ପେନ୍ ଡ୍ରାଇଭ୍, ସ୍ମାର୍ଟ ୱାଚ୍ ଇତ୍ୟାଦି ,କ୍ୟାମେରା , ବ୍ଲୁଟୁଥ୍ ଡିଭାଇସ୍ ଓ ଅନ୍ୟ କୌଣସି ଉପକରଣ କୁ  ସୁଇଚ୍ ଅଫ୍ ମୋଡରେ ରଖିବା ପାଇଁ ନିର୍ଦ୍ଧେଶ ଦିଅ ଯାଇଛି ॥ ସବୁ ପ୍ରକାର ଯୋଗାଯୋଗ ଉପକରଣ ପରୀକ୍ଷା ହଲ୍ ଭିତରେ ବ୍ୟବହାର କରିବା ନିଷେଧ ।
ମୂଲ୍ୟବାନ  ଏବଂ ବ୍ୟାଗଗୁଡିକ ମଧ୍ୟ ପରୀକ୍ଷା ସ୍ଥାନ ଭିତରେ ନେବାକୁ  ଅନୁମତି  ନାହିଁ  ॥

You might also like