ସଙ୍କଟ ସମୟରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମିଳିଲା ନିଯୁକ୍ତି

ପ୍ଲେସମେଣ୍ଟ ଦେଇ ରେକର୍ଡ ସୃଷ୍ଟି କଲା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ

ଚଣ୍ଡିଗଡ଼ : କରୋନା କାଳରେ ସରକାରୀ ଚାକିରି ପାଇବା ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଯାଇଛି । ବେସରକାରୀ ଚାକିରି ଟିଏ ପାଇଲେ, ସେତିକିରେ ଖୁସି ହେବାକୁ ପଡ଼ୁଛି । ତାଲାବନ୍ଦ ସମୟରେ ଅନେକ ଛୋଟଛୋଟ କମ୍ପାନୀ ବନ୍ଦ ହୋଇଯିବାକୁ ହଜାର ହଜାର ଲୋକ ଚାକିରି ହରାଇ ଘରେ ବସିଛନ୍ତି । ଯାହାର ସଠିକ ସଂଖ୍ୟା ନା ସରକାରଙ୍କ ପାଖରେ ଅଛି ନା କୌଣସି ସଂସ୍ଥା ପାଖରେ । ‌ଏପରିସ୍ଥଳେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏକ ପ୍ରେରଣା ଭରିବା ଭଳି ଖବର ସାମ୍ନାକୁ ଆସିଛି । କରୋନା ସଙ୍କଟ ମଧ୍ୟରେ ୫ ହଜାରରୁ ଅଧିକ ଛାତ୍ରଙ୍କୁ ପ୍ଲେସମେଣ୍ଟ ଦେଇ ପିଲାଙ୍କ ମଧ୍ୟରେ ଆଶାର କିରଣ ଭରିଛି ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ।

କରୋନାର ଦ୍ୱିତୀୟ ଲହରୀ ମଧ୍ୟରେ ସକରାତ୍କମ ଖବର ନେଇଆସିଛି ଚଣ୍ଡିଗଡ଼ ୟୁନିଭରସିଟି । ୨୦୨୧ରେ ପାସଆଉଟ୍ ହୋଇଥିବା ଇଞ୍ଜିନିୟରିଂ, ଏମବିଏ, ହସ୍ପିଟାଲିଟିର ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିବା ପ୍ଲେସମେଣ୍ଟ୍ ଡ୍ରାଇଭରେ ୫୦୦ରୁ ଅଧିକ କମ୍ପାନୀ ଆସି ଯୋଗଦେଇଥିଲେ । ଆଉ ଏହି କରୋନା କାଳରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୫୦୦୦ରୁ ଅଧିକ ପ୍ଲେସମେଣ୍ଟ୍ ଅଫର ଦେଇଥିବା  ଉତ୍ତର ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ହୋଇଯାଇଛି ।

କରୋନା ମହାମାରୀ ସତ୍ତ୍ୱେ ଶେଷ ବର୍ଷ ଛାତ୍ରଙ୍କୁ ନିଯୁକ୍ତି ଦେବା ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ଏହା ଶେଷରେ ସଫଳ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନମ ସିଂ ସିନ୍ଧୁ  । ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ସ୍ଥାନ ପାଇଁ ୫୦୦ରୁ ଅଧିକ କମ୍ପାନୀକୁ ଆମନ୍ତ୍ରଣ କରାଯାଇଥିଲା । ଆଉ ସେଥିମଧ୍ୟରୁ କେତେକ କ୍ୟାମ୍ପସ ଏବଂ ଅବଶିଷ୍ଟ କମ୍ପାନୀଗୁଡିକ ଅନଲାଇନରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିଛନ୍ତି। ଅନଲାଇନ୍ ନିଯୁକ୍ତି ପ୍ରକ୍ରିୟାରେ ଅନେକ ଚ୍ୟାଲେଞ୍ଜ ଥିଲେ ସୁଦ୍ଧା ସମସ୍ତ ଛାତ୍ର ଭଲ ପ୍ରଦର୍ଶନ କରିବା ସହ ଅନେକ  ରେକର୍ଡ ସୃଷ୍ଟି କରିଛନ୍ତି । ଜଣେ ଏମବିଏ ଛାତ୍ରଙ୍କୁ  ବାର୍ଷିକ ୧୮ ଲକ୍ଷ ଟଙ୍କା ପ୍ୟାକେଜରେ ନିଯୁକ୍ତି ପ୍ରଦାନ କରିଛି ଜଣାଶୁଣା କମ୍ପାନୀ ସିସ୍କୋ ।

ପ୍ଲେସମେଣ୍ଟ୍ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରି ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର କର୍ପୋରେଟ୍ ରିଲେସନର ସିନିୟର ଭାଇସ ପ୍ରେସିଡେଣ୍ଟ୍ ହିମାନି ସୁଦ୍ କହିଛନ୍ତି,  ଆଇଟି, କନସଲଟାଣ୍ଟ, ଫାର୍ମା, ବାୟୋଟେକ୍, ସ୍ୱାସ୍ଥ୍ୟସେବା, ଅର୍ଥ, ସାଧାରଣ ପରିଚାଳନା, ସେଲ୍ସ ଏବଂ ମାର୍କେଟିଂ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବାପାଇଁ ଅନେକ କମ୍ପାନୀ ପ୍ଲେସମେଣ୍ଟ ଡ୍ରାଇଭରେ ପହଞ୍ଚିଥିଲେ  । ଫର୍ଚ୍ୟୁନ୍ -୫୦୦, ଗୁଗୁଲ୍, ଆମାଜନ, ଆଇବିଏମ୍, ଆର୍ସେଜିୟମ୍, ୱାଲମାର୍ଟ ତଥା ଦେଶର ଅଗ୍ରଣୀ କମ୍ପାନୀଗୋ ୱିନିଂ, ସିସ୍କୋ, କ୍ୟାପଜେମିନି,  କ୍ୱାଲକମ୍, ପୁମା ଆଦି କମ୍ପାନୀ ଏଥିରେ ଅନୁର୍ଭୁକ୍ତ ।

You might also like