କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି, ଇଚ୍ଛୁକ ପ୍ରାର୍ଥୀ କରିପାରିବେ ଆବେଦନ

କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତା’ହେଲେ ଆଉ ଡେରି ନ କରି ଖାଲି ପଡ଼ିଥିବା ପଦବୀ ପାଇଁ ତୁରନ୍ତ ଆବେଦନ କରନ୍ତୁ। ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ(କେଭିଏସ୍‌) ଦରଖାସ୍ତ ଆହ୍ୱାନ କରୁଛି। ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଫେବୃଆରୀ ୧୫ ସୁଦ୍ଧା ଆବେଦନ କରିପାରିବେ।

ଜାଣନ୍ତୁ କେଉଁ କେଉଁ ପଦବୀ ସବୁ ଖାଲି ପଡ଼ିଛି…

TGTs – ଇଂରାଜୀ, ହିନ୍ଦୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ସଂସ୍କୃତ, ପଞ୍ଜାବୀ, ପିଆର୍‌ଟିଏସ୍‌ ଓ Computer Instructors।

PGTs – ଇଂରାଜୀ, ହିନ୍ଦୀ, ଗଣିତ, ଫିଜିକ୍ସ, କେମେଷ୍ଟ୍ରି, ବାୟୋଲୋଜି, କମର୍ସ, ଇକୋନୋମିକ୍ସ, ଭୂଗୋଳ, ଇତିହାସ, ରାଜନୀତି ବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ।

PRTs ଓ କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର୍‌ସ୍‌।

Misc. ବିଭାଗ –ଡାକ୍ତର/ନର୍ସ/ସ୍ପୋଟର୍ସ କୋଚ୍‌/ଯୋଗ/ମ୍ୟୁଜିକ୍/ଡାନ୍ସ/କାଉନ୍‌ସେଲର୍‌/ଆର୍ଟ  ଓ କ୍ରାଫ୍ଟ ଟିଚର୍‌, ଆୟା।

ଇଚ୍ଛୁକ ପ୍ରାର୍ଥୀମାନେ ଫେବୃଆରୀ ୧୫ ସୁଦ୍ଧା ଆବେଦନ କରିପାରିବେ। କାହିଁକି ନା ଫେବୃଆରୀ ୧୫ ହେଉଛି ଆବେଦନର ଶେଷ ତାରିଖ। କେନ୍ଦ୍ରୀୟ ବିଦ୍ୟାଳୟ ଅଫିସ କିମ୍ବା ଏହାର ୱେବ୍‌ସାଇଟ୍‌ରେ ଉପଲ୍ଲବ୍ଧ ଥିବା ବାୟୋଡାଟା ଫର୍ମକୁ ପୂରଣ କରି ସେହି କେନ୍ଦ୍ରୀୟ ବିଦ୍ୟାଳୟ ଅଫିସ(ଯେଉଁଠୁ ଫର୍ମ ଆଣିଥିଲେ)ରେ ଏହାକୁ ଦାଖଲ କରିପାରିବେ।

ଯେଉଁ ପ୍ରାର୍ଥୀମାନେ ଚୟନ ହେବେ ଇଣ୍ଟରଭିୟୁ ପାଇଁ ସେମାନଙ୍କର ନାଁ କେନ୍ଦ୍ରୀୟ ବିଦ୍ୟାଳୟର ୱେବ୍‌ସାଇଟ୍‌ରେ ୨୩ ତାରିଖ ଦିନ ଉପଲବ୍ଧ ହେବ। ଏହାପରେ ସେମାନଙ୍କୁ ଲିଖିତ ପରୀକ୍ଷା ଓ ଇଣ୍ଟରଭିୟୁ ଦେବାକୁ ପଡ଼ିବ।

ଅଧିକ ତଥ୍ୟ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ(କେଭିଏସ୍‌)ର ୱେବ୍‌ସାଇଟ୍‌କୁ ଯାଆନ୍ତୁ।

You might also like