ଜେଇଇ ମେନ୍‌ ରେଜଲ୍ଟ ପ୍ରକାଶିତ

ଭୁବନେଶ୍ୱର : ପ୍ରକାଶ ପାଇଛି ଜେଇଇ ମେନ୍‌ ପରୀକ୍ଷା ଫଳ। ନିର୍ଦ୍ଧାରିତ ତାରିଖର ୧୧ଦିନ ପୂର୍ବରୁ ନେସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜେଇଇ ମେନ୍‌ ପରୀକ୍ଷା ଫଳ ପ୍ରକାଶିତ ହୋଇଛି।

ଆବେଦନ କରିଥିବା ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବ୍‌ସାଇଟ jeemain.nic.inରୁ ରେଜଲ୍ଟ ଦେଖିପାରିବେ। ଚଳିତବର୍ଷ ଜେଇଇ ମେନ୍‌ ପାଇଁ  ୯ଲକ୍ଷ ୨୯ହଜାର ୧୯୮ଜଣ ଛାତ୍ରଛାତ୍ରୀ ପଂଜୀକରଣ କରିଥିଲେ।

ଏଥିପାଇଁ ଦେଶର ବିଭିନ୍ନ ସ୍ଥାନ ସହ ବିଦେଶରେ ୪୬୭ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା।  ପ୍ରଥମ ଥର ପାଇଁ ଚଳିତବର୍ଷ ନେସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜେଇଇ ମେନ ପରୀକ୍ଷା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ ମେନ୍‌ରେ ଯୋଗ୍ୟତା ହାସଲ କରି ନାହାନ୍ତି ସେମାନଙ୍କ ପାଇଁ ଆଉ ଏକ ସୁଯୋଗ ରହିଛି।  ଏଥିପାଇଁ ଏପ୍ରିଲ ମାସରେ ଆଉଥରେ ପରୀକ୍ଷା ହେବ।

You might also like