IBPS ଅଫିସର୍‌ ସ୍କେଲ୍‌-୧ ପରୀକ୍ଷା ପାଇଁ ରିଲିଜ୍ ହେଲା ଆଡମିଟ୍‌ କାର୍ଡ

ନୂଆଦିଲ୍ଲୀ: ଆଞ୍ଚଳିକ ବ୍ୟଙ୍କଗୁଡ଼ିକରେ ଖାଲିଥିବା IBPS ଅଫିସର୍‌ ସ୍କେଲ୍‌-୧ ପଦବୀ ପାଇଁ ହେବାକୁ ଥିବା ପ୍ରାରମ୍ଭିକ ପରୀକ୍ଷାର ଆଡମିଟ୍‌ କାର୍ଡ ଅନ୍‌ଲାଇନ୍‌କୁ ଆସିଯାଇଛି। ଏହି ପରୀକ୍ଷା ୨୦୧୯ ଅଗଷ୍ଟ ୩,୪ ଏବଂ ୧୧ ତାରିଖରେ ହେବ। ଏହି ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥିମାନେ IBPSର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଇ ନିଜର ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ। 

କେମିତି ଡାଉନ୍‌ଲୋଡ୍‌ କରିବେ ଆଡମିଟ୍ କାର୍ଡ-

  • ପ୍ରଥମେ IBPSର ୱେବ୍‌ସାଇଟ୍‌କୁ ଯାଆନ୍ତୁ।
  • ଏହାପରେ ୱେବ୍‌ସାଇଟ୍‌ର ଉପରି ଭାଗରେ ସ୍କ୍ରଲ୍ ହେଉଥିବା to download preliminary exam call letter for CRP RRBs-VIII officers scale I ଏହି ଲିଙ୍କ୍ ଉପରେ କ୍ଲିକ୍‌ କରନ୍ତୁ।
  •  ଏହାପରେ ଆଉ ଏକ ପେଜ୍‌ ଖୋଲିବା ପରେ ସେଠାରେ ହାତ ଚିହ୍ନ ଦ୍ୱାରା ଚିହ୍ନିତ ହୋଇଥିବା click here to download preliminary exam call letter for CRP RRBs-VIII officers scale I ଉପରେ ଆଉଥରେ କ୍ଲିକ୍‌ କରନ୍ତୁ।
  • ଏହାପରେ ଆପଣଙ୍କର ଲଗ୍‌ ଇନ୍‌ ପେଜ୍‌ ଖୋଲିଯିବ।
  • ସେଥିରେ ଦିଆଯାଇଥିବା ଉପଯୁକ୍ତ ଖାଲି ବକ୍ସରେ ନିଜର ପଞ୍ଜିକୃତ ନମ୍ବର ଏବଂ ପାସ୍‌ୱାର୍ଡ ଦିଅନ୍ତୁ।
  • ଏହାପରେ କ୍ୟପ୍‌ଚା କୋଡ୍‌ (ଅସ୍ପଷ୍ଟ ଲେଖା ହୋଇଥିବା କିଛି ଇଂଲିଶ ଆଲ୍‌ଫାବେଟ୍‌ ଓ ନମ୍ବର)କୁ ଦିଆଯାଇଥିବା ଖାଲି ବକ୍ସରେ ଟାଇପ୍‌ କରନ୍ତୁ।
  • ଏହାପରେ login and your admit card will be displayed on the screen ଉପରେ କ୍ଲିକ୍‌ କରନ୍ତୁ।
  • ଏହାପରେ ନିଜର ଆଡମିଟ୍‌ କାର୍ଡ କମ୍ପ୍ୟୁଟର୍ ଡିସ୍‌ପ୍ଲେରେ ଦେଖା ଯିବ। ଏହାର ଏକ ପ୍ରିଣ୍ଟ୍‌ ଆଉଟ୍‌ ବାହାର କରିବା ସହିତ ନିଜ କମ୍ପ୍ୟୁଟର୍‌ରେ ସେଭ୍‌ ମଧ୍ୟ କରିନିଅନ୍ତୁ।

ବିଶେଷ ସୂଚନା- ଅଫିସ୍‌ର ସ୍କେଲ୍‌-୧ ପାଇଁ ହେବାକୁ ଥିବା ପ୍ରିଲିମିନାରୀ ବା ପ୍ରାରମ୍ଭିକ ପରୀକ୍ଷାର ସମୟ ମାତ୍ର ୪୫ ମିନିଟ୍‌ । ମୋଟ ୮୦ ମାର୍କରେ ପରୀକ୍ଷା ହେବ। ଏଥିରେ ୪୦ ମାର୍କ ରିଜନିଂ ପାଇଁ ଆଉ ୪୦ ମାର୍କ କ୍ୱାଣ୍ଟିଟେଟିଭ୍‌ ଅପ୍ଟିଟ୍ୟୁଡ୍‌ ପାଇଁ ରହିବ।  ହିନ୍ଦୀ ଓ ଇଂରାଜୀରେ ଦୁଇଟି ଭାଷାରେ ପରୀକ୍ଷା ହେବ। ଏଣୁ ପ୍ରାର୍ଥୀଙ୍କୁ ପରୀକ୍ଷାରେ ସ୍ଥିର କରାଯାଇଥିବା ମିନିମମ୍‌ କଟ୍‌ ଅଫ୍‌ ମାର୍କରେ ପାସ୍‌ କରିବାକୁ ପଡ଼ିବ।

ସୂଚନା- ଲାଟେଷ୍ଟ ଅପ୍‌ଡେଟ୍‌ ପାଇଁ IBPSର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଦେଖୁଥାନ୍ତୁ। 

You might also like