GATE 2019 ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଗେଟ୍‌ (Graduate Aptitude Test in Engineering) ୨୦୧୯ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଯାଇ ଆପ୍ଲିକେସନ୍‌ ଫର୍ମ ପୂରଣ କରିପାରିବେ।

ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାର ଶେଷ ତାରିଖ ନଭେମ୍ବର ୧୬। ସେହିପରି ଆଡ୍‌ମିଟ୍‌ କାର୍ଡ ୨୦୧୯ ମସିହା ଜାନୁଆରୀ ୪ରେ ଉପଲ୍ଲବ୍ଧ ହେବ। ୨୦୧୯ ମସିହା ଫେବୁଆରୀ ୨, ୩, ୯ ଓ ୧୦ ତାରିଖରେ GATE 2019 ପରୀକ୍ଷା ଅନୁଷ୍ଠିତ ହେବ।  ମାର୍ଚ୍ଚ ୧୬ରେ ରେଜଲ୍ଟ୍‌ ପ୍ରକାଶ ପାଇବ।

୨୪ଟି ବିଷୟରେ GATE 2019 ପରୀକ୍ଷା ହେବ। ଦେଶ ବାହାରେ ୬ଟି ସହରରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

You might also like
Comments
Loading...