ଜୁଲାଇ ପହିଲାରୁ ଖୋଲିବ ଇଞ୍ଜନିୟରିଂ କଲେଜ

ନୂଆଦିଳ୍ଲୀ: ଜୁଲାଇ ପହିଲାରୁ ଖୋଲିବ ଇଞ୍ଜନିୟରିଂ କଲେଜ। ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ୍ ଏଜୁକେସନ୍ ଇନ୍‌ଷ୍ଟିଚ୍ୟୁସନ୍‌ ଖୋଲିବା ନେଇ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍‌ନିକାଲ୍ ଏଜୁକେସନ୍(AICTE) ବିଜ୍ଞପ୍ତି ପ୍ରକାଶ କରିଛି। 

ଛାତ୍ରାଛାତ୍ରୀଙ୍କ ପରୀକ୍ଷା ଓ ଶିକ୍ଷାବର୍ଷକୁ ନେଇ AICTE ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି। ଏନେଇ ଦେଶର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ସବୁ ରାଜ୍ୟର ବିଭାଗୀୟ ସଚିବଙ୍କୁ ଚିଠି ଲେଖା ଯାଇଛି।

ଚଳିତ ବର୍ଷ ବାକି ଥିବା ଶେଷ ବର୍ଷର ଶେଷ ସେମିଷ୍ଟାର୍ କରାଇବାକୁ ନେଇ ଗାଇଡଲାଇନ୍‌ରେ ଉଲ୍ଲେଖ କରାଯାଇଛି। ଟର୍ମିନାଲ୍‌ ଓ ଇଣ୍ଟର ମିଡିଏଟ୍ ପରୀକ୍ଷାକୁ ଜୁଲାଇ୧ରୁ ୩୧ ମଧ୍ୟରେ କରାଯିବ। ତେବେ ଅନ୍ୟ ବର୍ଷର ପରୀକ୍ଷା ବାକି ଥିଲେ ସେହି ଛାତ୍ରଛାତ୍ରୀଙ୍କୁ ଇଣ୍ଟରନାଲ୍ ମାର୍କକୁ ଧ୍ୟାନରେ ରଖି ପ୍ରମୋସନ୍ ଦିଆଯିବ ବୋଲି AICTE ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏତ୍‌ଦ୍‌ବ୍ୟତୀତ ଚଳିତ ବର୍ଷ ଆଡମିଶନ୍ ନେବାକୁ ଥିବା ପ୍ରଥମ ବର୍ଷ ଛାତ୍ରାଛତ୍ରୀଙ୍କ ପାଠପଢ଼ା ଅଗଷ୍ଟ ପହିଲାରୁ ଆରମ୍ଭ ହେବ। ଏହାଛଡ଼ା ଚଳିତ ବର୍ଷ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ଫି ବୃଦ୍ଧି ନ କରିବାକୁ କୁହାଯାଇଛି।

You might also like