ଏଣିକି ମାର୍କ ନୁହେଁ, ଇଣ୍ଟରଭ୍ୟୁରେ ହେବ ଶିକ୍ଷକ ନିଯୁକ୍ତି

ଭୁବନେଶ୍ୱର : ଶିକ୍ଷକ ନିଯୁକ୍ତି ନେଇ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ମାର୍କ ନୁହେଁ, ଇଣ୍ଟରଭ୍ୟୁରେ ପ୍ରଦର୍ଶନ ଭିତ୍ତିରେ ହେବ ଶିକ୍ଷକ ନିଯୁକ୍ତି। ଏହି ନିଷ୍ପତ୍ତି ଅନୁସାରେ ଷ୍ଟାଫ ସିଲେକ୍ସନ କମିଶନଙ୍କ ଭଳି ସଂସ୍ଥା ଜରିଆରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଶିକ୍ଷକ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ହେବ। ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ ଗଣଶିକ୍ଷା ସଚିବ ଏହି ସୂଚନା ଦେଇଛନ୍ତି।

ଛାତ୍ର-ଶିକ୍ଷକ ଅନୁପାତ ୧୦ ଅନୁପାତ ୧ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଅର୍ଥାତ୍ ପ୍ରତି ୧୦ ଜଣ ଛାତ୍ରଛାତ୍ରୀ ପାଇଁ ଜଣେ ଶିକ୍ଷକ ନିଯୁକ୍ତ ହେବେ। ଶିକ୍ଷକ ବଦଳି ପ୍ରକ୍ରିୟା ଅନ୍ ଲାଇନରେ କରିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ୧ ଲକ୍ଷ ୭୫ ହଜାର ଶିକ୍ଷକଙ୍କୁ ତାଲିମ ଦିଆଯିବ ଏବଂ ଏପ୍ରିଲ ୧୭ରୁ ମେ ୫ ମଧ୍ୟରେ ସେମାନଙ୍କୁ ତାଲିମ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

 

You might also like
Comments
Loading...