ସିବିଏସ୍ଇର ୨ଟି ପରୀକ୍ଷା ପୁଣି ଥରେ କରିବାକୁ ନିଷ୍ପତ୍ତି
ଭୁବନେଶ୍ୱର : CBSE ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଗଣିତ ପେପର ଓ ଦ୍ୱାଦଶ ଶ୍ରେଣୀ ଇକୋନମିକ୍ସ ପେପର ପୁନର୍ବାର ପରୀକ୍ଷା ହେବ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରୀକ୍ଷା କେବେ ହେବ ବୋର୍ଡ ୱେବ୍ସାଇଟ୍ରେ ସପ୍ତାହକ ମଧ୍ୟରେ ଜଣାଇ ଦିଆଯିବ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରଣ ବିଭାଗ ସୂଚନା ଦେଇଛନ୍ତି।
ପରୀକ୍ଷା ପରିଚାଳନା ବେଳେ କେତେକ ଅନିୟମିତତା ହୋଇଥିବା ବୋର୍ଡ ନଜରକୁ ଆସିଥିଲା। ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଆଉ ଥରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିବା ବୋର୍ଡ ପରୀକ୍ଷା ନିରୀକ୍ଷକ କହିଛନ୍ତି।