ଡୁପ୍ଲିକେଟ ଡକ୍ୟୁମେଣ୍ଟ୍ ପାଇବା ପାଇଁ କ’ଣ କରିବେ ସିବିଏସ୍‌ଇ ଛାତ୍ରଛାତ୍ରୀ? ଜାଣନ୍ତୁ…

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ଛାତ୍ରଛାତ୍ରୀଙ୍କୁ ଡୁପ୍ଲିକେଟ ଡକ୍ୟୁମେଣ୍ଟ୍ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆଣିଛି। ବର୍ତ୍ତମାନ, ବୋର୍ଡ ଛାତ୍ରମାନଙ୍କୁ X ଏବଂ XII ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ, ଏହି ଶ୍ରେଣୀଗୁଡିକ ପାସ୍ କରିବାର ପ୍ରମାଣ ଏବଂ ପ୍ରତ୍ୟେକ ବିଷୟ ଉପରେ ସେମାନଙ୍କର ପ୍ରଦର୍ଶନର ପ୍ରମାଣ ସ୍ୱରୂପ ଅନେକ ଦସ୍ତାବିଜ (ଡକ୍ୟୁମେଣ୍ଟ) ପ୍ରଦାନ କରୁଛି।

ଏକ ସରକାରୀ ବିଜ୍ଞପ୍ତି  ଅନୁଯାୟୀ, ସିବିଏସ୍ଇରେ ଡୁପ୍ଲିକେଟ ଶିକ୍ଷାଗତ ଡକ୍ୟୁମେଣ୍ଟ ପ୍ରଦାନ କରିବାର ବ୍ୟବସ୍ଥା ଅଛି। ଯଦି ଡକ୍ୟୁମେଣ୍ଟରେ କୌଣସି  ଭୁଲ ଲେଖା ହେଇଥାଏ, ହଜି ଯାଇଥାଏ ଅବା ଚୋରି ହୋଇଯାଇଥାଏ, ଏଇ କ୍ଷେତ୍ରରେ ନକଲ ମାର୍କସିଟ୍ ଏବଂ ସ୍ଥାନାନ୍ତରଣ ପ୍ରମାଣପତ୍ର ଦିଆଯିବାର ବ୍ୟବସ୍ଥା ରହିଛି। ତଥାପି, ନକଲ ପାସ୍ ସାର୍ଟିଫିକେଟ୍ କ୍ଷେତ୍ରରେ, କେବଳ ସୀମିତ ସଂଖ୍ୟକ କପି ଦିଆଯାଉଛି।

ବର୍ତ୍ତମାନ ଥିବା ପ୍ରକ୍ରିୟା:-

ନିଜର ସମସ୍ତ ବିବରଣୀ ସହିତ  ସିବିଏସଇର   ଆଞ୍ଚଳିକ କାର୍ଯ୍ୟାଳୟକୁ  ଅନୁରୋଧ କରି ଏକ ଚିଠି ପଠାଯାଏ।
ଆବେଦନ ଫର୍ମ ରେ ପ୍ରିନ୍ସିପାଲ୍ / ଗେଜେଟେଡ୍ ଅଫିସରଙ୍କ ଦସ୍ତଖତ ରହିବା ଆବଶ୍ୟକ।
– ଡକ୍ୟୁମେଣ୍ଟ୍ ନଷ୍ଟ ହେବା ବିଷୟରେ ଦୁଇଟି ଜାତୀୟ ଖବର କାଗଜରେ ବିଜ୍ଞପ୍ତି ପ୍ରକାଶ ପାଇବା ଆବଶ୍ୟକ।
– ଆବେଦନ ଶୁଳ୍କ ପ୍ରଦାନ କରିବା ଆବଶ୍ୟକ।
ଗତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ହୋଇଥିବା ବୈଠକରେ ସିବିଏସ୍ଇ ପରୀକ୍ଷା କମିଟି କେତେକ ପ୍ରସ୍ତାବ ପାରିତ କରିଛି। ଭାରତ ସରକାରଙ୍କ ଦ୍ୱାରା ନାଗରିକ ମାନଙ୍କ ଉଦ୍ଦେଶ୍ୟରେ ନିଆଯାଇଥିବା ଇଜ ଅଫ ଡୁଇଙ୍ଗ ବିଜିନେସକୁ ଆଖି ଆଗରେ ରଖି ଏଇ ପ୍ରସ୍ତାବ ପାରିତ ହୋଇଛି।

ଏଠାରେ ନୂତନ ପ୍ରକ୍ରିୟାରେ :-

– କେବଳ ସଂପୂର୍ଣ୍ଣ ବିବରଣୀ ସହିତ ଏକ ଆବେଦନ ସଂପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟରେ ଦାଖଲ କରାଯିବ।
– ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର କାର୍ଡ, ବ୍ୟାଙ୍କ ପାସ୍ ବୁକ୍ ପରି ବୈଧ  ଫଟୋ ପରିଚୟ ପତ୍ରର ଏକ କପି ଦାଖଲ କରାଯିବ।
– ନିର୍ଦ୍ଦିଷ୍ଟ ଆବେଦନ ଶୁଳ୍କ ପ୍ରଦାନ।

“ବର୍ତ୍ତମାନ ପ୍ରିନ୍ସିପାଲ୍ / ଗେଜେଟେଡ୍ ଅଧିକାରୀଙ୍କ ଦ୍ୱାରା ଆବେଦନ ଫର୍ମ ରେ ଦସ୍ତଖତ  ଏବଂ ଦୁଇଟି ଜାତୀୟ ଖବର କାଗଜ ରେ  ବିଜ୍ଞପ୍ତି ପ୍ରକାଶ କରିବା କୁ ବାଦ ଦିଆଯାଇଛି । ଏହି ନିୟମ ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ସିବିଏସ୍ଇ ବିଜ୍ଞପ୍ତିରେ କୁହାଯାଇଛି।

You might also like