CBSE ପ୍ରଶ୍ନପତ୍ର ଲିକ୍ ମାମଲା : ଏପ୍ରିଲ ୨୫ରେ ହେବ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷା

ଭୁବନେଶ୍ୱର : ଓଡ଼ିଶାରେ ସିବିଏସ୍ଇ ଦଶମ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି। ଦିଲ୍ଲୀ ଓ ହରିୟାଣା ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ଆଉ ଥରେ ହେବ ନାହିଁ ଦଶମ ଶ୍ରେଣୀ ଗଣିତ ପରୀକ୍ଷା। ତେବେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ CBSE ଦ୍ୱାଦଶ ଶ୍ରେଣୀର ପୁନଃ ପରୀକ୍ଷା ସାରା ଦେଶରେ ହେବ।

ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହା ଘୋଷଣା ହୋଇଛି। ଏପ୍ରିଲ ୨୫ରେ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ବିଷୟରେ ସାରା ଦେଶରେ ପୁଣି ପରୀକ୍ଷା ହେବ। ତେବେ ଦଶମ ଶ୍ରେଣୀ ଗଣିତ ବିଷୟରେ ପୁନଃ ପରୀକ୍ଷା ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଯଦି ପୁନଃ ଦଶମ ଶ୍ରେଣୀ ଗଣିତ ପରୀକ୍ଷା ହୁଏ, ତେବେ କେବଳ ଦିଲ୍ଲୀ ଓ ହରିୟାଣାରେ କରାଯିବ ବୋଲି କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ ସୂଚନା ଦେଇଛନ୍ତି। ଯଦି ଦଶମ ପୁନଃ ପରୀକ୍ଷା ହୁଏ, ତେବେ ଜୁଲାଇରେ କରାଯିବ। ଏଥିନେଇ ୧୫ ଦିନ ମଧ୍ୟରେ ନିଷ୍ପତ୍ତି ହେବ।

You might also like
Comments
Loading...