କାଲିଠାରୁ ସିବିଏସ୍ଇ ଦ୍ୱାଦଶ ମୁଖ୍ୟ ପରୀକ୍ଷା

କପି ରୋକିବା ସହ ସ୍ୱଚ୍ଛତାକୁ ଗୁରୁତ୍ୱ

ନୂଆଦିଲ୍ଲୀ: କାଲିଠୁ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀର ମୁଖ୍ୟ ପରୀକ୍ଷା ଆରମ୍ଭ ହେବ। ଦେଶର ୪ହଜାର ୯୭୪ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ।୧୨ଲକ୍ଷ ୮୭ ହଜାର ୩୫୯ ଜଣ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ୍ କରିଛନ୍ତି ।

ସକାଳ ସାଢେ ୧୦ଟାରୁ ସାଢେ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସକାଳ ୧୦ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ଆଡମିଟ୍ କାର୍ଡ ଦେଖାଇ ପ୍ରବେଶ କରିବେ। ୧୦ଟା ପରେ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ କରାଯିବ ନାହିଁ । ହାତ ଘଣ୍ଟା କି କୌଣସି ଇଲେ୍କଟ୍ରୋନିକ୍‌ ଗ୍ୟାଜେଟ୍ ପରୀକ୍ଷା କେନ୍ଦ୍ରକୁ ନେଇପାରିବେନି ଛାତ୍ରଛାତ୍ରୀ। ସେହିପରି କପିକୁ ରୋକିବା ଲାଗି କଡ଼ାକଡ଼ି ବ୍ୟବସ୍ଥା କରାଯାଇଥିବା ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି।

You might also like