ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ। ଏନେଇ କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି।

ଛାତ୍ରଛାତ୍ରୀମାନେ ୱେବସାଇଟ୍ www.cbse.nic.in କିମ୍ବା www.cbseresults.nic.inରେ ନିଜର ରେଜଲ୍ଟ ଦେଖିପାରିବେ।

କେମିତି ଜାଣିବେ ରେଜଲ୍ଟ….

ସିବିଏସ୍‌ଇ ବୋର୍ଡ଼ ଅଫିସିଆଲ ୱେବ୍‌ସାଇଟ୍‌ cbseresults.nic.in କୁ ଯିବେ।

ୱେବ୍‌ସାଇଟ୍‌ର ରେଜଲ୍ଟ ୨୦୧୮ ଉପରେ କ୍ଲିକ୍‌ କରିବେ।

କ୍ଲିକ୍‌ କଲାପରେ ଏହା ରିଡାଇରେକ୍ଟ ହୋଇ ଆଉ ଏକ ନୂଆ ହୋମ୍‌ପେଜ୍‌ ଖୋଲିବ। ଏହି ପେଜ୍‌ରେ ରୋଲ୍‌ ନମ୍ବର ଓ ଅନ୍ୟ ଆବଶ୍ୟକୀୟ ତଥ୍ୟ ମାଗିବ।

ସମସ୍ତ ସବିଶେଷ ତଥ୍ୟ ଦେଲା ପରେ ସବ୍‌ମିଟ୍‌ ଉପରେ କ୍ଲିକ୍‌ କରିବେ। କ୍ଲିକ୍‌ କଲାପରେ ରେଜଲ୍ଟ ସ୍କ୍ରିନ୍‌ ଉପରେ ଆସିଯିବ।

ଏହି ରେଜଲ୍ଟକୁ ଡାଉନ୍‌ଲୋଡ଼୍‌ କରି ପ୍ରିଣ୍ଟ ମଧ୍ୟ କରିପାରିବେ।

ସୂଚନାଥାଉ କି, ସିବିଏସ୍‌ଇ ଦଶମ ପରୀକ୍ଷା ଗତ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍‌ରେ ସରିଥିଲା। ଦେଶବ୍ୟାପି ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ଗତ ଶନିବାର ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶିତ ହୋଇଥିଲା। ମୋଟ ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ ଶ୍ରେଷ୍ଠ ୩ଟି ଅଞ୍ଚଳ ମଧ୍ୟରେ ୯୭.୩୨ ପ୍ରତିଶତ ସହ ତ୍ରିବାନ୍ଦ୍ରମ୍, ୯୩.୮୭ ପ୍ରତିଶତ ସହ ଚେନ୍ନାଇ ଏବଂ ୮୯ ପ୍ରତିଶତ ସହ ଦିଲ୍ଲୀ ରହିଥିଲା। ଉତ୍ତରପ୍ରଦେଶ ଗାଜିଆବାଦର ମେଘନା ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି। ସେ ମୋଟ୍‌ ୫୦୦ ନମ୍ବରରୁ ୪୯୯ ନମ୍ବର ରଖି ଟପ୍ପର ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

You might also like