ଆଜିଠୁ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ବିଜ୍ଞାନ ଛାତ୍ରଛାତ୍ରୀ। ଆଜି ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା। ଦିନ ଗୋଟାଏ ଯାଏ ଚାଲିବ। ସମୁଦାୟ ୧,୧୪୩ ଟି ପରୀକ୍ଷା କେନ୍ଦ୍ରରେ ସାଢ଼େ ୩ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ସୂଚନା ଅନୁସାରେ, ରାଜ୍ୟର ୨୦୨ଟି ହବ୍‌ରେ ପ୍ରଶ୍ନପତ୍ର ରଖାଯାଇଥିଲା। ଆଜି ଦିନ ସାଢ଼େ ୯ଟା ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲା। ୧୦ଟାରେ ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିଲା। ଏବର୍ଷ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିବା ବେଳେ କପି ଓ ନକଲି ପରୀକ୍ଷାର୍ଥୀଙ୍କୁ ରୋକିବାକୁ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଦୁଇ ଦୁଇ ଥର ଯାଞ୍ଚ କରାଯାଇଛି।

ପ୍ରଥମ ଚେକିଂରେ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ର ଏବଂ ଦ୍ୱିତୀୟ ଚେକିଂରେ କପି ଯାଞ୍ଚ କରାଯାଇଛି। ମାଓ ଉପଦ୍ରୁତ ଅଞ୍ଚଳରେ ସୁରୁଖୁରୁରେ ପରୀକ୍ଷା କରାଇବା ପାଇଁ ସିଏଚ୍ଏସ୍ଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

You might also like