ଶିକ୍ଷା ନିୟାମକଙ୍କ ମିଶ୍ରଣ ଚଳିତ ବର୍ଷ ଘଟିବ: AICTE

କଣ କହିଲେ ସାହସ୍ରାବୁଧେ?

ଚେନ୍ନାଇ: ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଗଠନମୂଳକ ସଂସ୍କାର, ବିଶେଷକରି ଭାରତର ଉଚ୍ଚଶିକ୍ଷା ଆୟୋଗ (HECI) ଗଠନ ପାଇଁ ନିୟାମକଙ୍କ ମିଶ୍ରଣ ଚଳିତ ବର୍ଷ ହେବ ବୋଲି ଏଆଇସିଟି ଅଧ୍ୟକ୍ଷ ଅନିଲ ସାହସ୍ରାବୁଧେ ଗୁରୁବାର ଏଠାରେ କହିଛନ୍ତି। ଜାତୀୟ ଶିକ୍ଷା ନୀତି (NEP) 2020 ଅନୁଯାୟୀ, ଉଚ୍ଚଶିକ୍ଷା ପାଇଁ HECI ଏକକ ବ୍ୟାପକ ନିୟାମକ ହେବ। ଅଲ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ ଏଜୁକେସନ (AICTE), ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏବଂ ନ୍ୟାସନାଲ କାଉନସିଲ୍ ଫର ଟେକ୍ନିକାଲ ଏଜୁକେସନ (NCTE) ସହିତ ସମସ୍ତ ନିୟାମକ ସଂସ୍ଥା ମିଶ୍ରିତ ହୋଇ HECI ଗଠନ କରିବେ। ଚଳିତ ବର୍ଷ ଏହା କାର୍ଯ୍ୟକାରୀ ହେବ ବୋଲି ସାହସ୍ରାବୁଦେ କହିଛନ୍ତି।

ବୈଷୟିକ ଶିକ୍ଷାକୁ ପୁନଃ ସେଟ୍ କରିବା ଏବଂ NEP କାର୍ଯ୍ୟକାରୀ କରିବା ପାଇଁ ହ୍ୟାଣ୍ଡବୁକ୍ (୨୦୨୧-୨୦୨୨) ର ଅନୁମୋଦନ ପ୍ରକ୍ରିୟାର ପ୍ରମୁଖ ବୈଶିଷ୍ଟ୍ୟଗୁଡିକ ଉପରେ ଏକ ଦିନିଆ ଜାତୀୟ ସମ୍ମିଳନୀରେ ସେ କହିଛନ୍ତି ଯେ ଛାତ୍ର, ଅଧ୍ୟାପିକା ଏବଂ ଅନୁଷ୍ଠାନ ପାଇଁ NEP ର ଅନେକ ବୈଶିଷ୍ଟ୍ୟ ରହିଛି। “ଏହା ବିଭିନ୍ନ ସୁଯୋଗ ସୃଷ୍ଟି କରେ। ଉଦାହରଣ ସ୍ଵରୁପ, ଜାତୀୟ ମାନ୍ୟତାର ଶ୍ରେଷ୍ଠ ୧୦୦ ଟି ଅନୁଷ୍ଠାନ ଏକାଡେମିକ୍ ଏବଂ ଅନୁସନ୍ଧାନ ସହଯୋଗ ଏବଂ ଯୁଗ୍ମତା ପାଇଁ ବିଶ୍ୱ ମାନ୍ୟତାର ଶ୍ରେଷ୍ଠ ୫୦୦ରେ ସ୍ଥାନ ପାଇଥିବା ବିଦେଶୀ ଅନୁଷ୍ଠାନ ସହିତ ଯୋଡି ହୋଇପାରିବ ବୋଲି ସେ କହିଛନ୍ତି।

କିଛି ଗଣମାଧ୍ୟମ ଗୁଡିକୁ ଦୋଷ ଦେଇ ସେ ସ୍ପଷ୍ଟ କରିଛନ୍ତି ଯେ , ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ସ୍ନାତକୋତ୍ତର ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜିରେ ଆଡମିଶନ ରେ ବାଧ୍ୟତାମୂଳକ ନୁହେଁ ବରଂ ଏହା ସମ୍ପୂର୍ଣ୍ଣ ପ୍ରାଥମିକ ଅଟେ। ଏଗୁଡିକ ବିନା ଇଞ୍ଜିନିୟରିଂରେ ଶିକ୍ଷା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।

ଆଡମିଶନରେ ଅଧିକ ନମନୀୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖି ଏହି ନୀତି ଅନ୍ୟ ଷ୍ଟ୍ରିମର ଛାତ୍ରଛାତ୍ରୀ ମାନଙ୍କୁ ଇଞ୍ଜିନିୟରିଂ କଲେଜରେ ଯୋଗଦେବାକୁ ଅନୁମତି ଦେଇଥାଏ କିନ୍ତୁ ପଦାର୍ଥ ବିଜ୍ଞାନ, ଗଣିତ କିମ୍ବା ଉଚ୍ଚ ମାଧ୍ୟମିକରେ ପଢି ନ ଥିବା ବିଷୟଗୁଡ଼ିକରେ ସେମାନଙ୍କୁ ଏଇ ପାଠ୍ୟକ୍ରମ ନେବାକୁ ନିର୍ଦ୍ଦେଶ ଦେଇଥାଏ ବୋଲି ସେ କହିଛନ୍ତି। ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ, ଇଞ୍ଜିନିୟରିଂ ଡିଗ୍ରୀ ପୂରଣ କରିବା ପାଇଁ ସେମାନଙ୍କୁ ଏହି ପାଠ୍ୟକ୍ରମ ଯାହା ଏକ ସେତୁ ପରି କାମ କରେ ,ସମାପ୍ତ କରିବାକୁ ପଡିବ। ଗଣିତ, ପଦାର୍ଥ ବିଜ୍ଞାନ କିମ୍ବା ରସାୟନ ବିଜ୍ଞାନ ପାଠ୍ୟକ୍ରମ ରେ ବିଫଳ ହୋଇଥିବା ଛାତ୍ରମାନଙ୍କ ଭାଗ୍ୟ ବିଷୟରେ ପଚରାଯିବାରୁ ସେ ଉତ୍ତର ଦେଇଛନ୍ତି, ଯେଉଁମାନେ ବାଣିଜ୍ୟ ପୃଷ୍ଠଭୂମି ସହିତ ଆସନ୍ତି ସେମାନେ ଉଦ୍ୟୋଗରେ ଉନ୍ନତ ହୋଇପାରନ୍ତି।

“ଯେଉଁମାନେ ଆଡମିଶନ ଚାହୁଁଛନ୍ତି ସେମାନେ ଆଗ୍ରହ , ଉତ୍ସାହ ଏବଂ କୌଶଳ ସହିତ ଆସନ୍ତି। ସେମାନେ ଏଇ ବିଷୟ ଗୁଡିକ ପଢିବେ କିନ୍ତୁ ଯଦି ସେମାନେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ଅନ୍ୟ କିଛି ପାଠ୍ୟକ୍ରମ କରିବାକୁ ପଡ଼ିବ। ” ଏହି ସମ୍ମିଳନୀରେ ଭାଷଣ ଦେବା ପୂର୍ବରୁ ଭେଲୋର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଭିଆଇଟି)ର ଉପସଭାପତି ଜି ଭି ସେଲଭମ୍ ବିଶ୍ୱବିଦ୍ୟାଳୟଗୁଡ଼ିକ ଭଲ ଶିକ୍ଷକ ଶିକ୍ଷୟତ୍ରୀ ଆଣିବା ପାଇଁ କେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାର ଦୁଃଖଦ ଚିତ୍ର ଉପସ୍ଥାପନ କରିଥିଲେ।

ଗ୍ରେଟର ନୋଏଡା ରେ ଥିବା BIMTECH ର ଡ଼ାଇରେକ୍ଟର ଏ ଚ ଚତୁର୍ବେଦୀ କେନ୍ଦ୍ର କୁ ଅନୁରୋଧ କରିଛନ୍ତି ଯେ US ସରକାର ପରି ଆମ ଦେଶ ରେ ମଧ୍ୟ ସେଇ ଶିକ୍ଷା ଅନୁଷ୍ଠାନଗୁଡିକ ଯେଉଁମାନେ ଆର୍ଥିକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କୁ ଆର୍ଥିକ ସହାୟତା ଦିଆ ଯାଉ। ଏହି ସମ୍ମିଳନୀ ଏଜୁକେସନ ପ୍ରମୋସନ ସୋସାଇଟି ଅଫ୍ ଇଣ୍ଡିଆ (ଇପିଏସ୍ଇ) ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା

You might also like