AIIMS ରେ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ , ଆଶାୟୀ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ
ଅଲ୍ ଇଣ୍ଡିଆ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଯୋଧପୁର( AIIMS, Jodhpur) ଖାଲି ଥିବା ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ। ପ୍ରଫେସର,ଆସିଷ୍ଚାଣ୍ଟ ପ୍ରଫେସର ଓ ଅନ୍ୟ ପଦବୀ ଗୁଡ଼ିକ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିମ୍ନ ସୂଚୀ ଅନୁସାରେ ଆବେଦନ କରିପାରିବେ ।
ସମୁଦାୟ ପଦ ସଂଖ୍ୟା : ୭୩
ଆସିଷ୍ଟାଣ୍ଟ୍ ପ୍ରଫେସର : ୧୨
ଆସୋସିଏଟ୍ ପ୍ରଫେସର : ୧୮
ଆଡିଶନାଲ୍ ପ୍ରଫେସର : ୧୮
ପ୍ରଫେସର : ୨୫
ଯୋଗ୍ୟତା : ଆଶାୟୀପ୍ରାର୍ଥୀ ଯେକୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରେ ସର୍ଜିକାଲ୍ ସ୍ପେଶାଲିଟିରେ MD/MS ଏବଂ MCh ରେ ପୋଷ୍ଟ୍ ଗ୍ରାଜୁଏସନ୍ ଡିଗ୍ରୀ କରିଥିବେ। ମେଡିକାଲ୍ ସୁପର୍ ସ୍ପେଶାଲିଟି ପାଇଁ ଡିଏମ୍ ହୋଇଥିବା ଆବଶ୍ୟକ । ଏହାସହ ୧୨ ରୁ ୧୪ ବର୍ଷର ଅଭିଜ୍ଞତା ଥିବା ଦରକାର ।
ବୟସ ସୀମା : ଆଶାୟୀ ପ୍ରାର୍ଥୀଙ୍କ ବୟସସୀମା ୫୦ ବର୍ଷରୁ ଅଧିକ ହୋଇନଥିବ ।
ଦରମା :
ଆସିଷ୍ଟାଣ୍ଟ୍ ପ୍ରଫେସର : ୧୫,୬୦୦ ରୁ ୩୯,୧୦୦ ଟଙ୍କା
ଆସୋସିଏଟ୍ ପ୍ରଫେସର : ୩୭,୪୦୦ ରୁ ୬୭,୦୦୦ ଟଙ୍କା
ଆଡିଶନାଲ୍ ପ୍ରଫେସର : ୩୭,୪୦୦ ରୁ ୬୭,୦୦୦ ଟଙ୍କା
ପ୍ରଫେସର : ୩୭,୪୦୦ ରୁ ୬୭,୦୦୦ ଟଙ୍କା
ଆବେଦନ ଫିସ୍ :
ଜେନେରାଲ୍ ଏବଂ ଓବିସି : ୩୦୦୦
ଏସସି/ଏସଟି : ୧୦୦୦
ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଜରିଆରେ ଉପଯୁକ୍ତ ପ୍ରାର୍ଥୀଙ୍କ ଚୟନ କରାଯିବ ।
ଅନ୍ତିମ ତାରିଖ : ୨୪ ଅଗଷ୍ଟ ୨୦୧୮
କିଭଳି କରିବେ ଆବେଦନ : aiimsjodhpur.edu.in ୱେବସାଇଟକୁ ଯାଇ ଆବେଦନ କରିପାରିବେ ।
ଜବ୍ ଲୋକେସନ୍ : ଯୋଧପୁର(ରାଜସ୍ଥାନ)