ଡେରିରେ ଆସିପାରେ ପ୍ଲସ୍ ଟୁ ରେଜଲ୍ଟ

ଭୁବନେଶ୍ୱର : ବିଳମ୍ବରେ ଆସିପାରେ ଚଳିତ ବର୍ଷର ଯୁକ୍ତ ୨ ରେଜଲ୍ଟ।  ଧାର୍ଯ୍ୟ ଠାରୁ କମ୍‌ ଶିକ୍ଷକ ଖାତା ଦେଖୁଥିବାରୁ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହେବାର ଆଶଙ୍କା ପ୍ରକାଶ କରିଛନ୍ତି CHSE ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ। ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି ଯେ, ଖାତା ଦେଖିବା ପାଇଁ ୫ହଜାର ୮ଶହ ଶିକ୍ଷକଙ୍କୁ ଡକା ଯାଇଥିଲା।  ଆଜି ସୁଦ୍ଧା ୫୦ ପ୍ରତିଶତ ପରୀକ୍ଷକ ଯୋଗ ଦେଇ ନାହାନ୍ତି।

ଗତବର୍ଷ ତୁଳନାରେ ଏଯାଏଁ ପ୍ରାୟ ୫ ହଜାର ଖାତା କମ୍ ଦେଖାଯାଇଛି। ତେଣୁ ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଖାତା ଦେଖିବାକୁ ଆସୁନଥିବା ଶିକ୍ଷକଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି CHSE।

କାଲି ସୁଦ୍ଧା ଖାତାଦେଖା କାର୍ଯ୍ୟରେ ଯୋଗ ନଦେଲେ ଅନୁପସ୍ଥିତ ପରୀକ୍ଷକଙ୍କ ନାଁରେ ଏତଲା କରିବାକୁ ମୂଲ୍ୟାୟନ କେନ୍ଦ୍ର ସୁପରଭାଇଜରମାନଙ୍କୁ କଣ୍ଟ୍ରୋଲର ନିର୍ଦ୍ଦେଶ ଦେଇଛନ୍ତି। କେବଳ ସ୍ୱାସ୍ଥ୍ୟଗତ କାରଣ ବାଦ୍ ଖାତାଦେଖାରେ ଅନୁପସ୍ଥିତ ରହିବା ନେଇ ଅନ୍ୟକିଛି କାରଣ ଗ୍ରହଣ କରାଯିବ ନାହିଁ। ଖାତାଦେଖାରେ ବିକଳ୍ପ ଭାବେ ମୂଲ୍ୟାୟନ ଜୋନ୍ ସୁପରଭାଇଜର୍ ମାନେ ଉଚ୍ଚ ମାଧ୍ୟମିକ, ଡିଗ୍ରୀ କଲେଜ ଓ ମଡେଲ୍ ଡିଗ୍ରୀ କଲେଜରୁ ପରୀକ୍ଷକଭାବେ ନିଯୁକ୍ତ ହୋଇନଥିବା ଯୋଗ୍ୟ ଶିକ୍ଷକମାନଙ୍କୁ ଖାତାଦେଖାରେ ନିଯୁକ୍ତ କରିପାରିବେ।

You might also like
Comments
Loading...