କାହିଁକି ୫ ଦିନ ଧରି ପାଳନ କରାଯାଏ ଦୀପାବଳି ?

ଆସୁଛି ଆଲୋକର ପର୍ବ ଦୀପାବଳି । ହେଲେ ସବୁଥର ପରି ଏଥର ଆଲୋକ ଓ ଆତସବାଜୀରେ ଚମକି ଉଠିବନି ଧରା । କାରଣ କୋଭିଡ ସ୍ଥିତିକୁ ଦେଖି ବାଣ ଫୁଟାଇବା ଉପରେ କଟକଣାକୁ ସରକାର କଡାକଡି କରିଛନ୍ତି । ଏହାବ୍ୟତୀତ କରୋନା ମଧ୍ୟ ଲୋକଙ୍କ ମାନସିକ ଏବଂ ଆର୍ଥିକ ସ୍ଥିତିକୁ ଏମିତି ଭାଙ୍ଗି ଦେଇଛି ଆଲୋକ ଜାଳି ଖୁସି ମନାଇବାର ଆଗ୍ରହ ବି କାହାର ନାହିଁ । ତେଣୁ ପରମ୍ପରା ରକ୍ଷା ଭିତରେ ଏଥର ସୀମିତ ରହିଯିବ ଦୀପାବଳି ।

ତେବେ କ’ଣ ଏଇ ଦୀପାବଳିର ପରମ୍ପରା ? କାହିଁକି ଏହି ଦୀପାବଳି ପାଳନ କରାଯାଏ ? କ’ଣ କାହାଣୀ ରହିଛି ଏହି ପରମ୍ପରା ପଛରେ ?  ଆସନ୍ତୁ ଜାଣିବା ଏ ବିଷୟରେ ।
କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ସାରା ଦେଶରେ ପାଳନ କରାଯାଏ ଦୀପାବଳି । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ବିଭିନ୍ନ ସ୍ଥାନରେ ଦୀପାବଳି ପାଳନର କାରଣ ଭିନ୍ନ।
ଅନେକସ୍ଥାନରେ ଦୀପାବଳି ଦିନେ ନୁହେଁ, ୫ ଦିନ ଧରି ପାଳନ କରାଯାଏ । ଧନତେରାସ୍‌, ନରକ ଚତୁର୍ଦ୍ଦଶୀ, ମହାଲକ୍ଷ୍ମୀ ପୂଜା, ଧନତେରାସ୍‌ ଓ ଭାଇଦୁଜ ଆଦି ପର୍ବ ଏହି ୫ ଦିନ ଧରି ପାଳନ କରାଯାଏ ।ନରକ ଚତୁର୍ଦ୍ଦଶୀକୁ ଛୋଟ ଦୀପାବଳି ବୋଲି ମଧ୍ୟ କୁହାଯାଏ । ଦୀପବଳୀର ଆରମ୍ଭ ଧନତେରାସରୁ ହୋଇଥାଏ ଏବଂ କାର୍ତ୍ତିକ ମାସ ଅମାବାସ୍ୟା ଦିନ ଶେଷ ହୋଇଥାଏ ।

ଏହି ଦିନ ଘର, ଦୋକାନ ଦୀପ, ମହମବତୀ ଏବଂ ଆଲୋକମାଳାରେ ସଜାଯାଇଥାଏ । ଏଠି କହିରଖିବୁ, ସମସ୍ତ ପର୍ବ ଭିନ୍ନ ଭିନ୍ନ ଯୁଗ ସହ ସମ୍ପନ୍ଧ ରଖିଥାଏ ।

ହିନ୍ଦୁ ପୁରାଣ ଏବଂ ଗ୍ରନ୍ଥ ସହ ଧନତେରାସ, ଦୀପାବଳି ଏବଂ ଭାଇଦୁଜ ସମ୍ପର୍କ ସତ୍ୟଯୁଗ ସହ ଥାଏ । ସେହିପରି ଗୋବର୍ଦ୍ଧନ ପୂଜା ଏବଂ ନରକ ଚତୁର୍ଦ୍ଦଶୀ ସମ୍ପର୍କ ଦ୍ୱାପର ଯୁଗ ସହ ବୋଲି କୁହାଯାଏ । ତେବେ ଏହି ପର୍ବ ଭିନ୍ନ ଯୁଗ ସହ ସମ୍ପର୍କ ରଖିଥାଇ ପାରେ କିନ୍ତୁ ୫ ଦିନ ଧରି ଏହା ପାଳନ କରାଯାଇଥାଏ ।

ତେବେ ଆସନ୍ତୁ ଜାଣିବା ଏହି ୫ ଦିନିଆ ଉତ୍ସବ ସମ୍ପର୍କରେ…

କୁହାଯାଏ, ଦେବତାମାନଙ୍କୁ ରାଜା ବାଳିଙ୍କ ପ୍ରକୋପରୁ ମୁକ୍ତି ଦେବା ପାଇଁ ଭଗବାନ ବିଷ୍ଣୁ ବାମନ ଅବତାର ନେଇଥିଲେ ଏବଂ ବାଳିଙ୍କ ଯଜ୍ଞସ୍ଥଳରେ ପହଞ୍ଚି ଯାଇଥିଲେ।

ଶୁକ୍ରାଚାର୍ଯ୍ୟ ବାମନ ରୂପରେ ଭଗବନା ବିଷ୍ଣୁଙ୍କୁ ଚିହ୍ନି ପାରିଥିଲେ ଏବଂ  ବାମନ ଯାହା ମାଗିବେ ଦେବାକୁ ମନା କରିବା ପାଇଁ ରାଜା ବାଳିଙ୍କୁ କହିଥିଲେ। ହେଲେ ରାଜା ବାଳି ଶୁକ୍ରାଚାର୍ଯ୍ୟଙ୍କ କଥା ମାନି ନ ଥିଲେ। ସେ ବାମନଙ୍କୁ ଦାନ ମାଗିବାକୁ କହିଲେ ଏବଂ ବାମନରୂପି ଭଗବାନ ବିଷ୍ଣୁ ବାଳିଙ୍କୁ ୩ ପାଦ ଜାଗା ମାଗିଥିଲେ।

ରାଜା ବାଳି ଏଥିରେ ରାଜି ହେବାରୁ ଭଗବାନ ରୂପି ବାମନ ଗୋଟିଏ ପାଦ ସମ୍ପୂର୍ଣ୍ଣ ପୃଥିବୀ ଉପରେ, ଅନ୍ୟ ଏକ ପାଦ ଅନ୍ତରୀକ୍ଷରେ ରଖିଲେ। ତୃତୀୟ ପାଦ କେଉଁଠି ରଖିବେ ଜାଗା ନ ପାଇବାରୁ ବାଳି ଭଗବାନଙ୍କ ପାଦ ତଳେ ନିଜ ମୁଣ୍ଡ ଦେଖାଇ ଦେଲେ। ଆଉ ତା   ପରେ ବାଳି ସବୁକିଛି ହରାଇଥିଲେ।

ଏପ୍ରକାର ବାଳିର ଆତଙ୍କରୁ ଦେବତାମାନେ ମୁକ୍ତି ପାଇଲେ ଏବଂ ବାଳି ଯେଉଁ ଧନସମ୍ପତ୍ତି ଦେବତାଙ୍କଠାରୁ ନେଇଥିଲେ, ତା’ଠାରୁ ୧୩ ଗୁଣ ଅଧିକ କରି ଫେରାଇଲେ। ସେହିଦିନଠାରୁ ଧନତେରାସ ପର୍ବ ପାଳନ କରାଯାଏ।

ସେହିପରି ନରକ ଚତୁର୍ଦ୍ଦଶୀକୁ ମୁକ୍ତି ପାଇବାର ପର୍ବ ବୋଲି କୁହାଯାଏ। ଏହି ଦିନ ଭଗବାନ କୃଷ୍ଣ ନରକାସୁର ରାକ୍ଷସର ବଧ କରିଥିଲେ। ସେଥିପାଇଁ ଚତୁର୍ଦ୍ଦଶୀର ନାମ ନରକ ଚତୁର୍ଦ୍ଦଶୀ ରଖାଯାଇଛି। ଏହିଦିନ ପୂଜା କଲେ ନରକ ନିବାରଣଙ୍କ ଆଶୀର୍ବାଦ ମିଳିଥାଏ। ସେଥିପାଇଁ ଏହିଦିନ ଘରେ ଯମରାଜଙ୍କ ପୂଜା କରାଯାଇ ପରିବାର ଲୋକଙ୍କ ନର୍କବାସ ନ ମିଳୁ ବୋଲି ପ୍ରାର୍ଥନା କରାଯାଇଥାଏ।

ପୌରାଣିକ ଗ୍ରନ୍ଥ ଅନୁସାରେ କାର୍ତ୍ତିକ ମାସ ଅମାବାସ୍ୟା ଦିନ ମାତା ଲକ୍ଷ୍ମୀ କ୍ଷୀର ସାଗରରୁ ଉତ୍ପନ୍ନ ହୋଇଥିଲେ ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ଏହିଦିନ ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ। ଅନ୍ୟପକ୍ଷେ ତ୍ରତୟା ଯୁଗରେ ଏହି ଦିନ ଭଗବାନ ରାମ ୧୪ ବର୍ଷ ବନବାସ କାଟି ଅଯୋଧ୍ୟା ଫେରିଥିଲେ।

ଅନ୍ୟଏକ କାହାଣୀ ଶୁଣାଯାଏ, ଇନ୍ଦ୍ରଙ୍କ କୋପରୁ ରକ୍ଷା ପାଇବା ପାଇଁ ଶ୍ରୀକୃଷ୍ଣ ଗୋପପୁରବାସୀଙ୍କୁ ଗୋବର୍ଦ୍ଧନ ପାହାଡ଼ ତଳେ ସାତ ଦିନ ରହିଥିଲେ। ସେହିଦିନଠାରୁ ପ୍ରତିବର୍ଷ ଏହି ତିଥିରେ ଗିରି ଗୋବର୍ଦ୍ଧନ ପୂଜା କରାଯାଏ। କୁହାଯାଏ, ଏହି ଦିନ ଖୁସି ରହୁଥିବା ବ୍ୟକ୍ତି ବର୍ଷ ସାରା ଖୁସି ରୁହେ। ସେଥିପାଇଁ କାର୍ତ୍ତିକମାସ ଶୁକ୍ଳପକ୍ଷ ପ୍ରତିପଦା  ଦିନ ଏହି ପୂଜା କରାଯାଏ।

ଅନ୍ୟ ଏକ କଥା ପୁରାଣରେ ରହିଛି। କୁହାଯାଏ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପତ୍ନୀ ଛାୟାଙ୍କ ଦୁଇ ସନ୍ତାନ ଯମରାଜ ଓ ଯମୁନା ଥିଲେ। ଯମୁନା ଯମରାଜଙ୍କୁ ଅନୁରୋଧ କରନ୍ତି ତାଙ୍କ ଘରକୁ ଆସି ଭୋଜନ କରିବା ପାଇଁ । ହେଲେ ଯମରାଜ ବ୍ୟସ୍ତତା ଭିତରେ ଏହା ଭୁଲି ଯାଆନ୍ତି। ଦିନେ କାର୍ତ୍ତକ ଶୁକ୍ଳପକ୍ଷରେ ଯମୁନା ପୁଣି ଭାଇ ଯମରାଜଙ୍କୁ ଅନୁରୋଧ କଲେ। ଏଥର ଯମରାଜ ଭଉଣୀଙ୍କ ଘରକୁ ଗଲେ। ଯମରାଜ ଘରକୁ ଆସିବା ପୂର୍ବରୁ ଯମୁନା ଏକ ପ୍ରତିଶ୍ରୁତି ମାଗିଥିଲେ।

ପ୍ରତିବର୍ଷ ଏହି ଦିନ ତାଙ୍କ ଘରକୁ ଖାଇବାକୁ ଆସିବା ପାଇଁ ଭାଇଙ୍କୁ ବଚନ ମାଗିଥିଲେ ଯମୁନା ଏବଂ ଯମରାଜ ତାଙ୍କୁ କଥା ମଧ୍ୟ ଦେଇଥିଲେ। ସେହିଦିନଠାରୁ ଏହି ଦିନକୁ ଭାଇ ଦୁଜ ବୋଲି କେତେକ ସ୍ଥାନରେ ପାଳନ କରାଯାଏ।

 

ଆହୁରି ପଢ଼ନ୍ତୁ

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ଗୁଳିଠାରୁ ଅଧିକ ବେଗରେ ମାଡ଼ି ଆସୁଛି ଉଲ୍‌କାପିଣ୍ଡ; ପଡ଼ିବ କି ପୃଥିବୀ ପୃଷ୍ଠରେ ? ନାସା କହିଲା…

ସୋନୁ ସୁଦ୍‌ଙ୍କର ଅଜବ୍‌ ଫ୍ୟାନ୍‌, ଦେଖା କରିବାକୁ ସାଇକେଲ୍‌ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ

ସିନ୍ଧୁ ନଦୀରୁ ଉଦ୍ଧାର ହେଲା ମାଂସ ଖିଆ ମାଛ

ମାସ୍କ ନପିନ୍ଧିବାରୁ ଦୋକାନି ଖାଇଲେ ମାଡ

ଟ୍ରେନ୍‌ ତଳୁ ବଞ୍ଚିଗଲେ ମହିଳା

ଭୂମିରେ ଶୋଇଥିଲେ ଶହଶହ ମହିଳା, ତାଙ୍କ ଉପରେ ଚାଲି ଚାଲି ଯାଉଥିଲେ ପୂଜକ….

ସୋମବାର ବର୍ଷର ଶେଷ ଚନ୍ଦ୍ର ଗ୍ରହଣ; କ’ଣ ରହିଛି ବିଶେଷତ୍ୱ, ଜାଣନ୍ତୁ…

ଜମି ଖୋଳୁ ଖୋଳୁ ବାହାରିଲା ୧୨୨ଟି ଘାତକ ବୋମା

ବନବାସ ବେଳେ ଓଡ଼ିଶା ଆସିଥିଲେ କି ପଞ୍ଚୁପାଣ୍ଡବ?

କେବୁଲ ବେଳାଭୂମିରେ ସାର୍କ ଆକ୍ରମଣ

You might also like