ପ୍ରଦୁଷଣମୁକ୍ତ ପରିବେଶ ପାଇଁ ଓଡ଼ିଆ ଯୁବକଙ୍କ ନିଆରା ପଦକ୍ଷେପ, ଗାଈ ଗୋବରରୁ ତିଆରି କଲେ ଦୀପ

ଭୁବନେଶ୍ୱର: ବାୟୁ ପ୍ରଦୁଷଣ ଏବେ ଦେଶ ପାଇଁ ଚିନ୍ତାର କାରଣା ଦେଶର ପ୍ରମୁଖ ସହର ରାଜଧାନୀ ଦିଲ୍ଲୀ କିଭଳି ବିଷ ବଳୟରେ ରହିଛି ତାହା କାହାକୁ ବା ଅଜଣା। ଏହି ସ୍ଥିତି ଆହୁରି ଗମ୍ଭୀର ହୋଇଯାଏ, ଯେତେବେଳେ ଦୀପାବଳି ଆସୋ କିଛି ସମୟର ମୁହୂର୍ତ୍ତ ସିନା ଆମକୁ ଖୁସି ଦିଏ, କିନ୍ତୁ ପର ସମୟରେ ତାହା ଭୟଙ୍କର ରୂପ ଧାରଣ କରିଥାଏା

ଏଭଳି ସ୍ଥିତିରେ ଦୀପାବଳିକୁ ଶାନ୍ତି ଓ ସୁରକ୍ଷିତ ତଥା ପ୍ରଦୁଷଣମୁକ୍ତ ପାଳନ କରିବା ପାଇଁ ଇକୋ ଫ୍ରେଣ୍ଡଲି ଟ୍ରାଡିସନାଲ ଲ୍ୟାମ୍ପ ତିଆରି କରୁଛନ୍ତି ସମ୍ଭଲପୁର ଜିଲ୍ଲା ଧାନକୁଦ ବ୍ଲକ ଚାରପଲ୍ଲୀ ଗ୍ରାମର ୩୫ ବର୍ଷିୟ ଯୁବକ। ଯାହା ମାଟି, ଗୋବରରୁ ପ୍ରସ୍ତୁତ ହେଉଛି। ଏହାଦ୍ୱାରା ସେ କେବଳ ରୋଜଗାର କରୁନାହାନ୍ତି ବରଂ ମହାମାରୀ ସମୟରେ ରୋଜଗାର ହରାଇଥିବା ଅନେକ ଲୋକ ସ୍ୱାବଲମ୍ବୀ ହୋଇପାରୁଛନ୍ତି।

ସମ୍ବଲପୁରର ଏହି ୩୫ ବର୍ଷିୟ ଯୁବକଙ୍କ ନାଁ ହେଉଛି କୈଳାଶ ମହାକୁଡ। ସୁସ୍ଥ ପରିବେଶ ସହ ସୁରକ୍ଷିତ ଦୀପାବଳି କିଭଳି ପାଳନ କରିବା ପାଇଁ ସେ ପାରମ୍ପରିକ ଦୀପକୁ ଗୁରୁତ୍ୱ ଦେଇଛନ୍ତି। ପ୍ରଥମେ ଗାଈ ଗୋବର ଓ ମାଟିକୁ ମିଶାଇ ଦୀପ ତିଆରି କରିବା ପରେ ସେ ଲୋକଲୋଚନକୁ ଆସିଥିଲୋ ତାଙ୍କର ନିଜସ୍ୱ ଏକ ଡାଏରୀ ଫାର୍ମ ରହିଥିବାରୁ ଗାଈ ଗୋବରକୁ ଉପଯୁକ୍ତ ବ୍ୟବହାର କରିବା ପାଇଁ ସେ ଚାହିଁଥିଲୋ ସେ ଗୁହାଳରେ ୮ଟି ଗାଇ ରଖିଥିଲେ।

କିଛିମାସ ତଳେ ଜଣେ ଉଦ୍ୟୋଗୀଙ୍କ ଭିଡିଓ ଏକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ଗାଈର ଗୋବର ସାହାଯ୍ୟରେ କିପରି ଦୀପ ତିଆରି କରିହେବ ସେ ବୁଝାଇଥିଲେ। ଗୋବରରେ ଦୀପ କରିବାକୁ ହେଲେ କଞ୍ଚାମାଲ ଭାବେ ଗୋବର ପାଉଡର, ପ୍ରିମିକ୍ସ ପାଉଡରକୁ  ବ୍ୟବହାର କରାଯାଏ। ଏହା ମିଶ୍ରଣକୁ ମଜଭୁତ କରିବାରେ ସହାୟକ ହୋଇଥାଏ। ଏହାଛଡା ଏଥିରେ ମୁଲତାନୀ ମାଟି, ତେନ୍ତୁଲି ମଂଜି, କ୍ଲଷ୍ଟର ବିନ୍ ସିଡ୍(ଗୁଅଁର ମଞ୍ଜି) ମିଶ୍ରଣ ମଧ୍ୟ ଦିଆଯାଇଥାଏା

ପରେ କୈଳାସ ନିଜେ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରିଥିଲୋ ଅଟାକଳ ମେସିନ୍ ସହାୟତାରେ ସେ ଗାଈ ଗୋବରର ପାଉଡର ପ୍ରସ୍ତୁତ କରିଥିଲ। ସେ ପ୍ରିମିକ୍ସ ପାଉଡର ପାଇଁ ଇଣ୍ଟରନେଟ୍‌ରେ ୪୦ କେଜି ଅର୍ଡର କରିଥିଲେ ଯାହାର କେଜି ପ୍ରତି ମୂଲ୍ୟ ୧୦୦ ଟଙ୍କା ଥିଲ।। ପରେ ଦୀପ ତିଆରି ଛାଞ୍ଚ ମଧ୍ୟ ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ, ଯାହାର ମୂଲ୍ୟ ୬୦୦ ଟଙ୍କା ଥିଲା। ଆଉ ଏହାପରେ କୈଳାସ ତାଙ୍କର ମିଶନ୍ ଆରମ୍ଭ କରିଥିଲେ।

କିନ୍ତୁ କରୋନା ସମୟରେ କୈଳାସଙ୍କ ଗାଁର ଅନେକ ଲୋକ ନିଜର ଜୀବିକା ହରାଇଥିଲେ। ଏଭଳି ସ୍ଥିତିରେ ସେମାନଙ୍କୁ ସ୍ୱାବଲମ୍ବୀ କରାଇଥିଲେ କୈଳାସା ସେମାନଙ୍କୁ ଦୀପ ପ୍ରସ୍ତୁତ କରାଇବାରେ ନିୟୋଜିତ କରିବା ସେ ନିଷ୍ପତ୍ତି ନେଇଥିଲେ।

ତେବେ ଏସମସ୍ତ କଂଚାମାଲକୁ ଉଚିତ୍ ଅନୁପାତରେ ମିଶାଇ ଦୀପ ପ୍ରସ୍ତୁତ କରିବା ପାଇଁ କାରିଗରଙ୍କୁ ଦିଆଯାଏ। ଦୀପ ପ୍ରସ୍ତୁତ ହେବା ପରେ ସେଗୁଡିକ ଶୁଖାଇ ଦିଆଯାଏ। ଏହି ଦୀପଗୁଡିକରେ ସୁନ୍ଦର ରଙ୍ଗ ଦେବା ଓ ପ୍ୟାକିଂ କରିବା ପାଇଁ ୨ ଜଣ ଲୋକଙ୍କୁ ନିୟୋଜିତ କରାଯାଇଛି। ଏହାଛଡା ତାଙ୍କର ସାଙ୍ଗ ଓ ଗାଁର କିଛି ଲୋକଙ୍କ ସହାୟରେ ଏସବୁ ଦୀପକୁ ବଜାରରେ ବିକ୍ରି କରଯାଇଥାଏ।

ବର୍ତ୍ତମାନ କୈଳାସ ଦୀପ ତିଆରି କରିବା ପାଇଁ ୧୩ ଜଣ ଲୋକଙ୍କୁ ନିୟୋଜିତ କରିଛନ୍ତିା ପ୍ରତ୍ୟେକ କାରିଗର ଦୈନିକ ୫ରୁ ୬ଘଣ୍ଟା କାମକରି ୨ଶହ ଟଙ୍କା ରୋଜଗାର କରନ୍ତି। ହାରାହାରି ଦେଖିବାକୁ ଗଲେ ୫ହଜାରରୁ ଅଧିକ ଦୀପ ତିଆରି କରାଯାଏ। ଏହି ଦୀପଗୁଡିକୁ ଅତି କମ୍‌ ମୂଲ୍ୟରେ ବିକ୍ରି କରାଯାଇଥାଏ। ଏହାର ବଜାରର ମୂଲ୍ୟ ୩୦ଟି ଦୀପକୁ ୩୦ ଟଙ୍କା ରହିଥାଏ।

ତେବେ ସେ କାହିଁକି ଏପରି କାମ କରୁଛନ୍ତି ପ୍ରଶ୍ନର ଉତ୍ତରେ କୈଳାସ କହିଛନ୍ତି ଯେ ଅଧିକାଂଶ ଗୋ ଚାଷୀମାନେ କେବଳ ଦୁଗ୍ଧ ବେପାର ଉଦ୍ଦେଶ୍ୟରେ ଗାଈ ରଖନ୍ତି। ଯାହାକି ଗାଈ ଗୋବର ଓ ପରିସ୍ରାରେ ବିଭିନ୍ନ ସ୍ୱଦେଶୀ ସାମଗ୍ରୀ ପ୍ରସ୍ତୁତ କରିହେବ, ତାହା ସେମାନଙ୍କୁ ସେମାନଙ୍କୁ ଅଜଣା ଥାଏ। କିନ୍ତୁ ଏସବୁ ବ୍ୟବହାର କରି ଅନେକ ସ୍ୱଦେଶୀ ଜାତୀୟ ସାମଗ୍ରୀ ପ୍ରସ୍ତୁତ କରିହେବ। ସେ ମଧ୍ୟ ଅନେକ ବର୍ଷଧରି ପରୀକ୍ଷାନିରୀକ୍ଷା କରୁଥିବା କହିଛନ୍ତି।

କୈଳାସ ନାଗପୁର ସ୍ଥିତ ଗୋ-ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର ସମେତ ବିଭିନ୍ନ ସ୍ଥାନରୁ ତାଲିମ୍ ପାଇବା ପରେ ଗୋ-ଉତ୍ପାଦ ପ୍ରଡକ୍ଟ ତିଆରି କରୁଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ଅନେକ ପ୍ରଡକ୍ଟ ମଧ୍ୟ ବ୍ୟାପକ ଭାବେ ବିକ୍ରି ହେଉଛି। ବର୍ତ୍ତମାନ ସେ ସମ୍ୱଲପୁର, ବରଗଡ଼, ଝାରସୁଗୁଡା ଓ ଦେବଗଡ଼ ଜିଲ୍ଲାରେ ଏହି ଦୀପସବୁ ଯୋଗାଉଛନ୍ତି। ତେବେ ଦୀପାବଳି ପରେ ବିଭିନ୍ନ ମନ୍ଦିରରେ ଦୀପ ବିକ୍ରି ପାଇଁ ଲକ୍ଷ୍ୟ ରଖିଛନ୍ତି।

You might also like