• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

plasma therapy
କରୋନା ମୁକାବିଲା: ଓଡ଼ିଶାରେ ପ୍ଲାଜ୍‌ମା ଥେରାପି ସଫଳ

ଭୁବନେଶ୍ୱର: ଓଡ଼ିଶାରେ ପ୍ଲାଜ୍‌ମା ଥେରାପି ସଫଳ ହୋଇଛି। ୬ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜ୍‌ମା ଥେରାପି ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ସେମାନଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯିବ ବୋଲି ସୂଚନା ମିଳିଛି। ଏପରିକି ଏହି ୪ ଜଣଙ୍କ ମଧ୍ୟରୁ ୩ଜଣଙ୍କର ଆଉ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକତା ନାହିଁ। ବାକି ୨ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେମାନେ ଖୁବ୍‌ ଶୀଘ୍ର ବିପଦମୁକ୍ତ ହେବେ ବୋଲି ସମ୍ଭାବନା ରହିଛି। କଣ ଏହି […]

  • Tuesday, 06 July 2021
bbsr
ଭୁବନେଶ୍ୱରରେ ଆଉ ୫୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୧୮ ରହିଛି। ସେହିଭଳି ଭୁବନେଶ୍ୱରରେ ଏବେ ସୁଦ୍ଧା ୫୨୩ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି, ଓ ୬୪୬ ଆକ୍ଟିଭ କେସ୍ ରହିଛି। ଭୁବନେଶ୍ୱର ସହରରୁ ଆଉ ୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। […]

  • Tuesday, 06 July 2021
sero
୪ ସପ୍ତାହ ତଳର ସଂକ୍ରମଣ ତଥ୍ୟ ଦେଉଛି ସେରୋ ସର୍ଭେଲାନ୍ସ

ଭୁବନେଶ୍ୱର: ରାଜ୍ୟ ସରକାର ଓ ଆରଏମଆରସି ମିଳିତ ଭାବରେ ସେରୋ ସର୍ଭେଲାନ୍ସ କରୁଛି। ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ଏହା କରାଯାଉଥିବା ବେଳେ ପୁରୀରେ ଏହା ଶେଷ ହୋଇଛି ଓ ସରକାରଙ୍କୁ ଆମେ ରିପୋର୍ଟ ଦିଆଯାଇଛି। ଏହି ସର୍ଭେ ଦ୍ୱାରା ୪ ସପ୍ତାହ ତଳର ସଂକ୍ରମଣ ଜଣାପଡୁଛି ବୋଲି କହିଛନ୍ତି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତିଙ୍କ ସୂଚନା। ସେ କହିଛନ୍ତି ଯେ ଭୁବନେଶ୍ୱରରେ ଏହା ୨ଟି ପର୍ଯ୍ୟାୟରେ କରାଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି ସେରୋ ସର୍ଭେଲାନ୍ସ […]

  • Tuesday, 06 July 2021
coronavirus-bhubaneswar
ଭୁବନେଶ୍ୱର କମିଶନରେଟ୍ ପୋଲିସ ରିଜର୍ଭ ଲାଇନ୍‌ରେ ୨ କନଷ୍ଟେବଲଙ୍କୁ କରୋନା

ଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍ ପୋଲିସ ରିଜର୍ଭ ଲାଇନ୍‌ରେ ୨ କନଷ୍ଟେବଲ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଉଭୟ କନଷ୍ଟେବଲ ଛୁଟିରୁ ଫେରି ଆଇସୋଲେସନରେ ଥିଲେ। ଏହାପରେ ତାଙ୍କ ନମୁନା ଟେଷ୍ଟ କରାଯାଇଥିଲା ଆଉ ଆଜି ଉଭୟ ପଜିଟିଭ ଚିହ୍ନଟ ହୋଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି।  ଏହି ଦୁଇ କନଷ୍ଟେବଲଙ୍କ ଘର କେନ୍ଦ୍ରାପଡ଼ା ଓ ଗଞ୍ଜାମରେ। ଉଭୟଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଆଜି ଭୁବନେଶ୍ୱରରେ […]

  • Tuesday, 06 July 2021
gajapati
ଲକ୍‌ଡାଉନ୍ ତାଲିକାରେ ସାମିଲ ହେଲା ଆଉ ଏକ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ବେକାବୁ କରୋନା। ବିପଦ ସାଜିଛି ଜୁଲାଇ ମାସ। ଏଭଳି ସ୍ଥିତି ରାଜ୍ୟକୁ ପୁଣି ଫେରିଛି ଲକ୍‌ଡାଉନ୍। ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ଆସନ୍ତାକାଲି ଠାରୁ ଗଜପତି ଜିଲ୍ଲାରେ ଲକ୍‌ଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସମସ୍ତ ବ୍ଲକ୍ ମୁଖ୍ୟାଳୟ ଏବଂ ସହରାଞ୍ଚଳକୁ ଆସନ୍ତାକାଲିଠାରୁ ଜୁଲାଇ ୩୧ ତାରିଖ ଯାଏଁ ଲକ୍‌ଡାଉନ୍ ଘୋଷଣା କରିଛି ପ୍ରଶାସନ।  ଲକ୍‌ଡାଉନ୍ ସମୟରେ ସକାଳ ୭ଟାରୁ ଦିନ ୨ଟା […]

  • Tuesday, 06 July 2021
annya
କଟକରେ କମିଛି କରୋନା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା, ସହର ପାଇଁ ୩ କୋଭିଡ୍ କେୟାର ସେଣ୍ଟର

କଟକ: କଟକବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଜିଲ୍ଲାରେ କମୁଛି ଆକ୍ଟିଭ କେଶଙ୍କ ସଂଖ୍ୟା। କଟକ ପୌରାଞ୍ଚଳ ପାଇଁ ୩ଟି କୋଭିଡ କେୟାର ସେଣ୍ଟର ବ୍ୟବସ୍ଥା ହୋଇଥିବା ନେଇ ସୂଚନା ଦେଇଛନ୍ତି CMC କମିଶନର ଅନନ୍ୟା ଦାଶ। କଟକରେ କରୋନା ସ୍ଥିତି ନେଇ CMC କମିଶନର କହିଛନ୍ତି ଯେ କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି। କଟକ ସହରରେ ୩୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଶହ ସୁସ୍ଥ ହୋଇଛନ୍ତି। ୧୪୩ଟି ଆକ୍ଟିଭ କେଶ ରହିଥିବା ବେଳେ ୭ ସଂକ୍ରମିତଙ୍କ […]

  • Tuesday, 06 July 2021
bank
ବଦଳିଲା ବ୍ୟାଙ୍କ ଖୋଲିବା ସମୟ

ଭୁବନେଶ୍ୱର: ବଦଳିଲା ବ୍ୟାଙ୍କ ଖୋଲିବାର ସମୟ। କାଲିଠୁ ୩୧ ପର୍ଯ୍ୟନ୍ତ ଲକଡାଉନ ଅଞ୍ଚଳରେ ବ୍ୟାଙ୍କ ଖୋଲିବା ନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା, କଟକ, ଯାଜପୁର, ଗଞ୍ଜାମ ଜିଲ୍ଲା ଓ ରାଉରକେଲାରେ ୧୪ ଦିନିଆ ଲକଡାଉନ୍ ଜାରି କରାଯାଇଛି। ଏହି ଅଞ୍ଚଳରେ ଥିବା ବ୍ୟାଙ୍କ ଖୋଲିବା ନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଅତ୍ୟଧିକ କରୋନା ସଂକ୍ରମଣ ପାଇଁ ଲକଡାଉନରେ ଥିବା ଏହି ୪ ଜିଲ୍ଲା ସମେତ ରାଉରକେଲାରେ ବ୍ୟାଙ୍କି ସମୟରେ […]

  • Tuesday, 06 July 2021
cure
ଦିନକରେ ୫ ଶହ ଟପିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଜି ୫୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏଯାବତ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୨ ହଜାର ୪୫୨ ପହଞ୍ଚିଲାଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ସର୍ବାଧିକ ୧୯୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୮୦, ଯାଜପୁରରୁ ୪୦, ସୁନ୍ଦରଗଡ଼ରୁ ୩୭, କଟକରୁ ୨୮, କେନ୍ଦୁଝରରୁ ୨୦, ଜଗତସିଂହପୁରରୁ ୧୮, ବାଲେଶ୍ୱରରୁ ୧୫, ଝାରସୁଗୁଡ଼ା […]

  • Tuesday, 06 July 2021
seal
ସିଲ୍ ହେଲା ୫ ଘରୋଇ ନର୍ସିଂହୋମ୍

ଢେଙ୍କାନାଳ: ଢେଙ୍କାନାଳ ସହରର ୫ଟି ଘରୋଇ ନର୍ସିଂହୋମ ସିଲ୍। ଜଣେ ପ୍ରସୂତି ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଲେ ଜିଲ୍ଲାପାଳ। ଏହାସହ ୬ ଜଣ ଡାକ୍ତରଙ୍କ ସମେତ ୬୦ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ପ୍ରସୂତି ଢେଙ୍କାନାଳର ଏକ ଘରୋଇ ନର୍ସିଂହୋମରେ ଆଡମିଶନ ହୋଇଥିଲେ। ଡେଲିଭରି ପରେ ଅଧତ୍କ ଅସୁସ୍ଥ ହେବାରୁ କଟକ ସ୍ଥାନାନ୍ତର ହୋଇଥିଲେ। ଗାଇଡଲାଇନ୍ ଅନୁସାରେ କଟକରେ ତାଙ୍କର ସ୍ୱାବ୍ ଟେଷ୍ଟ ନିଆଯାଇଥିଲା। ପରେ ପ୍ରସୂତି କରୋନାରେ […]

  • Tuesday, 06 July 2021
jayant
'ଓଡ଼ିଶାରେ ଆହୁରି ସାଂଘାତିକ ରୂପ ନେବ କରୋନା'

ଭୁବନେଶ୍ବର: ସାରା ଦେଶରେ କରୋନାର ପ୍ରକୋପ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ ଏହି ମହାମାରୀ ଆଗକୁ ଆହୁରି ସାଂଘାତିକ ରୂପ ନେଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗର ବୈଷୟକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି। ଜୟନ୍ତ ପଣ୍ଡା କହିଛନ୍ତି, କେବଳ ଜୁଲାଇରେ ଆଉ ୧୦ ହଜାର ଆକ୍ରାନ୍ତ ହୋଇପାରନ୍ତି। ଆଗକୁ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଫଳରେ ସଂକ୍ରମିତଙ୍କ ସଂଖ୍ୟା […]

  • Tuesday, 06 July 2021
odisha
ସୁସ୍ଥ ହୋଇ ଫେରିଲେ ୩୪ କରୋନା ଯୋଦ୍ଧା

ସୁନ୍ଦରଗଡ଼: ସୁସ୍ଥ ହୋଇ କୋଭିଡ୍‌ ହସ୍ପିଟାଲ୍‌ରୁ ୩୪ ଜଣ କରୋନା ଯୋଦ୍ଧା ପୋଲିସ୍‌ କର୍ମୀଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଏ ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ସମୟରେ ହସ୍ପିଟାଲ୍‌ର ଷ୍ଟାଫ୍‌ମାନେ ସେମାନଙ୍କୁ ‌ଗୋଲାପ ଫୁଲ ଦେଇ ଉତ୍ସାହିତ କରିବା ସହ ସମ୍ମାନିତ କରିଥିଲେ। ଏହି ସମୟରେ ସୁନ୍ଦରଗଡ଼ ଉପ-ଜିଲ୍ଲାପାଳ, ବିଡିଓ ଏବଂ ସୁନ୍ଦରଗଡ଼ ଡିପିଏଚ୍‌ଓ ଉପସ୍ଥିତ ଥିଲେ। 34 COVID warriors from police fraternity have recovered and […]

  • Tuesday, 06 July 2021
corona
ଓଡ଼ିଶାରେ ଦିନକରେ ଚିହ୍ନଟ ହେଲେ ୬୭୩ ନୂଆ କରୋନା ପଜିଟିଭ୍‌

ଭୁବନେଶ୍ୱର: ଓଡ଼ିଶାରେ ୬୭୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୬୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୬ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୨୭ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ ରେ […]

ଓଡ଼ିଶାରେ କରୋନା ନେଲା ଆଉ ୬ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରୁ ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗଜପତି ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି।   ଅନ୍ୟପକ୍ଷରେ, ଓଡ଼ିଶାରେ ୬୭୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ […]

wearing mask
ଓଡ଼ିଶାରେ ୨,୪୮୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୫୧ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୪୮୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୯୯ରେ ପହଞ୍ଚିଛି। ସେହିପରି ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୨୭,୧୮୬କୁ…

  • Tuesday, 06 July 2021
shutdown
କାଲିଠୁ ୨ ଦିନ ପାଇଁ ସଟ୍‌ଡାଉନ୍‌ ହେବ ଓଡ଼ିଶାର ଏହି ଜିଲ୍ଲା

ନବରଙ୍ଗପୁର: ଆସନ୍ତାକାଲିଠୁ ଦୁଇ ଦିନ ପାଇଁ ନବରଙ୍ଗପୁର ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। କାଲି ସକାଳ ୫ରୁ ୨୨ ତାରିଖ ମଧ୍ୟରାତ୍ର ଯାଏ ସଟ୍‌ଡାଉନ୍‌ କଟକଣା ଲାଗୁ ହେବ। ନବରଙ୍ଗପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସଟ୍‌ଡାଉନ୍‌ ସମୟରେ ସକାଳ ୬ରୁ ଦିନ ୧ଟା ମଧ୍ୟରେ ଦୋକାନ ଖୋଲା ରହିବ। କେବଳ କ୍ଷୀର, ପରିବା, ଗ୍ରୋସେରୀ ଦୋକାନ ଏହି ସମୟରେ ଖୋଲା […]

  • Tuesday, 06 July 2021
corona 1
କଟକ ସହରରୁ ପୁଣି ୧୬ କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ପୁଣି ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬ ଜଣଙ୍କ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟିନ୍‌ରୁ, ୮ଜଣ ହୋମ୍ କ୍ୱାରେଣ୍ଟିନ୍‌ରୁ ଓ ୨ଟି ଲୋକାଲ କେସ୍ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୬ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୭ ଜଣ ସୁସ୍ଥ ହୋଇଛନ୍ତି। ୧୪୨ ଜଣ ଚିକିତ୍ସାଧୀନ ଅଛନ୍ତି ଓ ଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି।

  • Tuesday, 06 July 2021
vaccine
ଫେବ୍ରୁଆରୀ ସୁଦ୍ଧା ଆସିପାରେ କରୋନା ଟିକା

ଭୁବନେଶ୍ୱର: ୨୦୨୧ ଫେବ୍ରୁଆରୀ ବେଳକୁ ଉପଲବ୍ଧ ହୋଇପାରେ କରୋନା ଭ୍ୟାକ୍‌ସିନ। ଗଞ୍ଜାମରେ ସ୍ଥିତି ଉଦବେଗ ରହିଥିଲେବି ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା। ସେ କହିଛନ୍ତି ଯେ ଫେବ୍ରୁଆରୀ ୨୦୨୧ ବେଳକୁ କରୋନା ଭ୍ୟାକସିନ୍ ଉପଲବ୍ଧ ହୋଇପାରେ। ପଶୁ ଠାରେ ଭ୍ୟାକସିନ୍ ଟ୍ରାଏଲ ସଫଳତା ପରେ ମଣିଷ ଉପରେ ଟ୍ରାଏଲ୍ ହେବ। ଏବେ ଫାଷ୍ଟ ଟ୍ରାଏଲ୍ ଚାଲିଛି, ସଫଳତା ପରେ ସେକେଣ୍ଡ ଟ୍ରାଏଲ୍ ହେବ। ଯଦି ସଫଳତା ମିଳେ ଡିସେମ୍ବର, […]

  • Tuesday, 06 July 2021
corona-cure
ଭୁବନେଶ୍ୱରରୁ ଆଉ ୪୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୪୯ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରରୁ ୩୪ ହୋଇଥିବା ବେଳେ ଲୋକାଲ୍ କେସ୍ ୧୫ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍‌ସି। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- ବରମୁଣ୍ଡା, ଗଙ୍ଗନଗର, ୟୁନିଟ୍-୩ରୁ ଜଣେ ଲେଖାଏଁ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି। ଏଜି ଛକ ନିକଟ ସରକାରୀ ଅଫିସ୍‌ରେ ଜଣେ କର୍ମଚାରୀ, ବିଜେବି ନଗର, କାରଗିଲ୍ ବସ୍ତି, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। […]

  • Tuesday, 06 July 2021
cm-sir
ହଟ୍‌ସ୍ପଟ୍ 'ଗଂଜାମ'ର କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ହଟସ୍ପଟ ପାଲଟିଥିବା ଗଂଜାମ ଜିଲ୍ଲାର ସ୍ଥିତି ଅଣାୟତ ହୋଇଥିବା ବେଳେ ରାଜ୍ୟ ସରକାର ଏହି ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି। ଭିଡିଓ କନ୍ଫରେନ୍ସିଂରେ ଜିଲ୍ଲାର ସବୁ ବିଧାୟକଙ୍କ ସହିତ ଆଲୋଚନା କରାଯାଇଛି। ଏହି ଭିଡିଓ କନ୍ଫରେନସିଂରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ଭାଗ ନେଇଛନ୍ତି। ଗଂଜାମ ଜିଲ୍ଲାରେ ଭୟାନକ ସ୍ଥିତିରେ ପହଞ୍ଚିଛି କରୋନା। ଲଗାତର ଭାବେ ପ୍ରତିଦିନ ଏହି ଜିଲ୍ଲାରୁ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ କରୋନା ୯୭ ଜୀବନ […]

  • Tuesday, 06 July 2021
vss
ସମ୍ୱଲପୁର ବିଶ୍ୱବିଦ୍ୟାଳୟ, ଭିସୁଟ୍ ୩୧ ଯାଏ ବନ୍ଦ

ସମ୍ୱଲପୁର: ସମ୍ବଲପୁର ୟୁନିଭରସିଟି ଓ ବୁର୍ଲା ଭିସୁଟ ଜୁଲାଇ ୩୧ ତାରିଖ ଯାଏ ବନ୍ଦ ରହିବ।  କରୋନା ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ହୋଇଛି। ଆଗରୁ ଏହି ଦୁଇ ଶିକ୍ଷାନୁଷ୍ଠାନକୁ ୧୯ ତାରିଖ ଯାଏ ବନ୍ଦ ଘୋଷଣା କରାଯାଇଥିଲା। କିନ୍ତୁ ରାଜ୍ୟର କରୋନା ପରିସ୍ଥିତିରେ ବିଶେଷ କିଛି ସୁଧାର ଆସିନଥିବାରୁ ୩୧ ତାରିଖ ଯାଏ ଉଭୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଛି। କ୍ୟାମ୍ପସର ଯେଉଁମାନେ ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି, ସେଇ […]

  • Tuesday, 06 July 2021
plasma
କାଲିଠୁ ଗଞ୍ଜାମରେ ପ୍ଲାଜମା ଥେରାପି

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଗଞ୍ଜାମର କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବ୍ରହ୍ମପୁର ଅମିତ ହସ୍ପିଟାଲରେ ୧୬ ICU ବେଡ୍ ସହ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା […]

  • Tuesday, 06 July 2021
cure
ଦିନକରେ ସୁସ୍ଥ ହେଲେ ୪୫୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୪୫୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୨,୯୧୦କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଂଜାମ ସର୍ବାଧିକ ୧୧୮ ଜଣ ସୁସ୍ଥ ହୋଇଛନ୍ତି। ନୟାଗଡ଼ରୁ ୫୩, କଟକରୁ ୪୪, ସୁନ୍ଦରଗଡ଼ରେ ୩୮, ଖୋର୍ଦ୍ଧାରୁ ୩୨, ଗଜପତିରୁ ୨୨, ଯାଜପୁରରୁ ୨୦, ନୂଆପଡ଼ାରୁ ୧୮ ସୁସ୍ଥ ହୋଇଛନ୍ତି। […]

  • Tuesday, 06 July 2021
cova
ଆରମ୍ଭ ହେଲା କରୋନା ଭ୍ୟାକସିନର ହ୍ୟୁମାନ୍ କ୍ଲିନିକାଲ୍ ଟ୍ରାଏଲ୍

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସରେ ସ୍ୱଦେଶୀ କରୋନା ଭ୍ୟାକସିନ୍ ‘କୋଭାକ୍ସିନ’ର ହ୍ୟୁମାନ କ୍ଲିନିକାଲ୍ ଟ୍ରାଏଲ ଆଜିଠାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା ପାଇଁ ୧୧୨୫ଜଣ ସୁସ୍ଥ ଲୋକଙ୍କର ନମୁନା ସଂଗ୍ରହ କରାଯାଇଛି। ତେବେ ପ୍ରଥମେ ୩୭୫ ନମୁନା ଉପରେ ଅଧ୍ୟୟନ କରାଯିବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ବୟସ ୧୮ରୁ ୫୫ ବର୍ଷ ମଧ୍ୟରେ ରଖାଯାଇଛି। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ୭୫୦ ଲୋକଙ୍କ ନମୁନା ନିଆଯିବ। ସେମାନଙ୍କ ବୟସ ୧୨ରୁ ୬୫ ବର୍ଷ ମଧ୍ୟରେ […]

  • Tuesday, 06 July 2021
russia
ଏପ୍ରିଲରୁ କରୋନା ଭ୍ୟାକସିନ୍ ନେଇସାରିଛନ୍ତି ରୁଷ୍‌ର ପ୍ରଭାବଶାଳୀ ବ୍ୟକ୍ତି!

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଏପର୍ଯ୍ୟନ୍ତ ଭ୍ୟାକସିନ୍ ବା ଟିକା ବାହାରି ନାହିଁ। କରୋନା ଭ୍ୟାକସିନ୍ ତିଆରି କରିବାରେ ଦୁନିଆର ଶତାଧିକ ବୈଜ୍ଞାନିକ ଲାଗିପଡ଼ିଛନ୍ତି। ତେବେ ରୁଷ ଦାବି କରିଛି ଯେ ସେମାନେ କରୋନା ଭାଇରସର ଭ୍ୟାକସିନର ହ୍ୟୁମାନ୍ ଟ୍ରାଏଲ୍ ପୂରା କରିସାରିଛନ୍ତି ଏବଂ ଖୁବଶୀଘ୍ର ଏହାକୁ ମାର୍କେଟରେ ଛଡ଼ାଯିବ। କିନ୍ତୁ ଏବେ ଏକ ରିପୋର୍ଟରେ ଖୁଲାସା ହୋଇଛି ଯେ ରୁଷରେ ଏହି ଭ୍ୟାକସିନ୍ ରାଷ୍ଟ୍ରପତି ପୁତିନ, ବଡ଼ ବଡ଼ ରାଜନେତା ଏବଂ ଦେଶରେ ଥିବା କୋଟପତିଙ୍କୁ […]

  • Tuesday, 06 July 2021
plsma
ଆଜିଠୁ ଗଞ୍ଜାମରେ ପ୍ଲାଜମା ଥେରାପି ଆରମ୍ଭ

ଗଞ୍ଜାମ: ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଏହି ଚିକିତ୍ସା ପଦ୍ଧତି ବେଶ୍ ଫଳପ୍ରଦ ହୋଇଥିବାରୁ ଗଂଜାମରେ ମଧ୍ୟ ଏହାକୁ ପ୍ରୟୋଗ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ରାଜ୍ୟରେ ପ୍ଲାଜମା ଥେରାପିରେ ସଫଳତା ମିଳିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଯେଉଁ ଆକ୍ରାନ୍ତଙ୍କ ପ୍ଲାଜମା ଥେରାପି କରାଯାଇଥିଲା, ସେମାନେ ପ୍ରାୟତଃ ସୁସ୍ଥ ହୋଇଛନ୍ତି। ତେଣୁ ରାଜ୍ୟର କରୋନା ହଟସ୍ପଟ୍ ଗଂଜାମ ଜିଲ୍ଲାରେ ବି ଏହି ଚିକିତ୍ସା ପଦ୍ଧତି ଆପଣେଇବାକୁ ନିଷ୍ପତ୍ତି […]

  • Tuesday, 06 July 2021