• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Lambda variant
ଡେଲ୍‌ଟା ପରେ ଡରେଇଲାଣି ଲେମ୍ବଡା ଭାରିଏଣ୍ଟ 

ମନରୁ ଡେଲ୍‌ଟାର ଭୟ ଛାଡ଼ିନି, ପୁଣି ମାଡ଼ି ଆସିଲାଣି ଲେମ୍ବଡା ଭାରିଏଣ୍ଟ। ଗବେଷକଙ୍କ କହିବା ଅନୁଯାୟୀ ଏହା ଡେଲ୍‌ଟାଠାରୁ ଅଧିକ ସଂକମିତ।

Schools To Reopen
ଜୁଲାଇ ୧୬ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ୍‌

କରୋନା ସଂକ୍ରମଣ କମିବା ପରେ ହରିୟାଣା ସରକାର ରାଜ୍ୟରେ ପ୍ରାଇଭେଟ ଓ ସରକାରୀ ସ୍କୁଲ୍‌ ଗୁଡ଼ିକ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉଭୟ ସରକାରୀ ଓ ପ୍ରାଇଭେଟ୍‌ ସ୍କୁଲରେ ଅଫ୍‌ଲାଇନ୍‌ କ୍ଲାସ୍‌ ପାଇଁ ନିଷ୍ପତ୍ତି ନିଆଯାଇଛି। 

corona virus
ପୁଣି ଚିନ୍ତା ବଢାଇଲା କରୋନା ମୃତ୍ୟୁ, ଆଜି ହଜାରେ ଟପିଲା

କରୋନାର ୨ୟ ଲହର ଫେରିନି। ସଂକ୍ରମଣ ସଂଖ୍ୟା କମିଥିଲେ ହେଁ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ। ଏପରି ସ୍ଥଳେ ଅନେକ ଲୋକ କୋଭିଡ-୧୯ କଟକଣା ମାନୁ ନାହାନ୍ତି। ଖୁଲମଖୁଲା ବୁଲୁଛନ୍ତି। ଲୋକଙ୍କର ଏପରି ମନୋଭାବ ଭାଇରସକୁ ଖୋଲା ନିମନ୍ତ୍ରଣ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ।

coronavirus
ବାହାରିଲେ ୨,୩୩୪ ସଂକ୍ରମିତ, ଆଖି ବୁଜିଲେ ୫୮

ରାଜ୍ୟରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ହେଁ ସନ୍ତୋଷଜନକ ନୁହେଁ। ମୃତ୍ୟୁ ସଂଖ୍ୟା ତ ଆହୁରି ଚିନ୍ତାଜନକ। ଜାଣନ୍ତୁ, ୨୪ ଘଣ୍ଟା ମଧ୍ୟରେ କେଉଁଠୁ କେତେ ପଜିଟିଭ ବହାରିଲେ ଏବଂ କେତେ ଆଖି ବୁଜିଲେ।

vaccination of pregnant women
ଗର୍ଭବତୀଙ୍କୁ ଟିକାକରଣ ପାଇଁ SOP ଜାରି କଲେ ରାଜ୍ୟ ସରକାର

ଗର୍ଭବତୀଙ୍କୁ ଟିକାକରଣ ପାଇଁ ରାଜ୍ୟ ସରକାର SOP ଜାରି କରିଛନ୍ତି। ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି SOP ଜାରି ହୋଇଛି।

Corona Virus
ଲକଡାଉନ୍‌ ଓ ସପ୍ତାହନ୍ତ ସଟଡାଉନ୍‌ ପରେ ବି କାହିଁକି କମୁନାହିଁ ସଂକ୍ରମଣ?

ସାମୟିକ ଆଶ୍ୱସ୍ତୀ ପରେ କରୋନା ସଂକ୍ରମଣକୁ ନେଇ ପୁଣି ଚିନ୍ତା ବଢିଛି। ଜୁନ୍ ମାସ ଶେଷ ଆଡ଼କୁ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ପରିଲକ୍ଷିତ ହୋଇଥିଲେ ମାତ୍ର ଜୁଲାଇ ଆରମ୍ଭରେ ହଠାତ୍ ବଦଳିଯାଇଛି ଟ୍ରେଣ୍ଡ୍। ଉପକୂଳର ୫ ଜିଲ୍ଲା ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ବାଲେଶ୍ୱରରେ ପୁଣି ବଢିବାରେ ଲାଗିଛି ମହାମାରୀର କୋପ

Lav Agarwal
ଦେଶର ୯୦ ଜିଲ୍ଲାରେ ରହିଛି ୮୦ ପ୍ରତିଶତ ସଂକ୍ରମଣ

୬୬ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି। ଓଡ଼ିଶାର ୨ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ଥିବା କହିଛନ୍ତି ଲବ୍ ଅଗ୍ରୱାଲ। ସେପଟେ ଗର୍ଭବତୀ ମହିଳା ଟିକା ନେବା ଜରୁରୀ ବୋଲି କହିଛନ୍ତି ଡାକ୍ତର ଭି.କେ. ପଲ୍।

COVID-19 vaccine
ଫାଇଜର ଟିକା ନେଲେ ନେବାକୁ ପଡ଼ିବ ତୃତୀୟ ଡୋଜ୍‌

କୋଭିଡର ମୂଳ ଭୂତାଣୁର ସଫଳ ମୁକାବିଲା ପାଇଁ ତୃତୀୟ ଡୋଜର ଆବଶ୍ୟକତା ରହିଛି। ଭାରତରେ ଦେଖାଦେଇଥିବା ଡେଲଟା ଭାରିଆଣ୍ଟ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ବିଟା ଭାରିଆଣ୍ଟ ବିରୋଧରେ ମଧ୍ୟ ତୃତୀୟ ଡୋଜ ଅଧିକ ଫଳପ୍ରଦ ହେବ ବୋଲି ଫାଇଜର ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ତଥ୍ୟରୁ ଜଣାପଡିଛି।

covid guideline
କେଉଁଠି ଗଳି ପଡିଲା ମୋ ମାସ୍କ

କଟକରେ କୋଭିଡ ସଂକ୍ରମଣ କମୁନି। ହେଲେ ଲୋକେ  ବେପାରୁଆ ...

shutdown
କାଲି ସଟ୍‌ଡାଉନ୍‌ ହେବନି ପୁରୀ

ଆସନ୍ତାକାଲି ଅର୍ଥାତ୍‌ ଶନିବାର ଦିନ ପୁରୀ ସହର ପାଇଁ ସଟ୍‌ଡାଉନ୍‌ ନିୟମ ଲାଗୁ ହେବନି। ଏଭଳି ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

corona virus
ଚିନ୍ତା ବଢାଇଲା କରୋନା ମୃତ୍ୟୁ; ପୁଣି ଆଖି ବୁଜିଲେ ୬୧

ରାଜ୍ୟରେ ଚିନ୍ତା ବଢାଇଛି କରୋନା ମୃତ୍ୟୁ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢି ବଢି ଚାଲିଛି। ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ରେକର୍ଡ ଭାଙ୍ଗିଛି।

Corona
ଓଡ଼ିଶାରେ ବି ତଳ-ଉପର ଦୋଳି ଖେଳୁଛି ସଂକ୍ରମଣ, ମୃତ୍ୟୂ ସଂଖ୍ୟା ବି ନିୟନ୍ତ୍ରଣ ବାହାରେ

କରୋନାର ଦ୍ୱିତୀୟ ଲହରର କୋପ ନ ଯାଉଣୁ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବଢ଼ିଲାଣି ଚିନ୍ତା । ତେଣୁ ସ୍ଥିତିର ମୁକାବିଲା ଲାଗି ଆଗୁଆ ପଦକ୍ଷେପ ସ୍ୱରୂପ ଟିକାକରଣ, ତିନି ମାସିଆ ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଏବେ ରାଜ୍ୟ ସରକାରଙ୍କ ଜୋର୍ ।

mask
ଅକ୍ଟୋବର-ନଭେମ୍ବରରେ ରାଜ୍ୟରେ ଆସିପାରେ କରୋନାର ତୃତୀୟ ଲହର

ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ରାଜ୍ୟରେ ତୃତୀୟ ଲହର ଆସିପାରେ। ଏଥିରେ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ଆଶଙ୍କା କରାଯାଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

pregnant women
ଟିକାକରଣ କେନ୍ଦ୍ରରେ ଲାଇନରେ ଛିଡ଼ା ହେବେନି ଗର୍ଭବତୀ : ତିଆରି ହେବ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ

ଟିକା ନେବାକୁ ଆସୁଥିବା ଗର୍ଭବତୀ ଧାଡ଼ିରେ ଛିଡ଼ା ହେବେ ନାହିଁ । ଏଣୁ ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ତିଆରି କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ତା ସହିତ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବ । ଗର୍ଭବତୀମାନେ ଟିକା ନେଲେ ଫଳପ୍ରଦ ହେବ ବୋଲି ସେମାନଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି । ତା ସହିତ ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ ।

Mask
 ରାଜ୍ୟରେ ଚିହ୍ନଟ ହେଲେ ୨,୫୪୨ ନୂଆ କରୋନା ସଂକ୍ରମିତ; ୫୭ ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ଆଉ ୨୫୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୧୫ରେ ପହଞ୍ଚିଛି।

SCB Medical
SCB ମେଡ଼ିକାଲରେ ଲାଗିବ ୯ ECMO ମେସିନ୍‌

କଟକ ଏସସିବି ମେଡିକାଲରେ ଲାଗିବ ୯ ଇକମୋ ମେସିନ୍।ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ଓଡ଼ିଶାକୁ ୯ଟି ଇକମୋ ମେସିନ୍‌ ଆସିବ। ଆସିବାକୁ ଥିବା ସମସ୍ତ ମେସିନ୍‌ ଏସସିବିରେ ହିଁ ଲାଗିବ

bijaya mohapatra
ଭିଡ ନ କମିଲେ ଆଗୁଆ ଆସିପାରେ ୩ୟ ଲହର

କରୋନା ସଂକ୍ରମଣର ପ୍ରଭାବ ରାଜ୍ୟରେ କମୁଥିଲେ ହେଁ ସନ୍ତୋଷଜନକ ନୁହେଁ। ଅନ୍ୟପକ୍ଷେ ମୃତ୍ୟୁ ସଂଖ୍ୟାରେ ଏବେ ବି ଲାଗି ପାରୁନି ରୋକ। ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା। ଆଜି ରାଜ୍ୟରୁ ସର୍ବାଧିକ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିଛି।

band party artist
କରୋନା ପାଇଁ ଦୁର୍ଦ୍ଦିନରେ ବ୍ୟାଣ୍ଡ୍ ପାର୍ଟି ମାଲିକ ଓ କର୍ମଚାରୀ

କରୋନା କଟକଣା ଯୋଗୁଁ ବିବାହ, ବତ୍ର ଘର ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଉ ବାଜୁନି ବାଦ୍ୟ । ଫଳରେ ଏହା ଉପରେ ନିର୍ଭର କରୁଥିବା ବ୍ୟାଣ୍ଡ ପାର୍ଟି ମାଲିକ ଓ କର୍ମଚାରୀଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଛି । ଗଞ୍ଜାମ ଓ କଟକ ଜିଲ୍ଲାରେ ଶହ ଶହ ମ୍ୟୁଜିକ୍ ଆର୍ଟିଷ୍ଟ ଏବେ ଚିନ୍ତାରେ । ଗତ ଦୁଇ ବର୍ଷ ହେଲା ବାରମ୍ବାର ଲକଡାଉନ ସଟଡାଉନ ମଧ୍ୟରେ ବେପାର ପୁରା ଠପ୍ । ଫଳରେ କିଭଳି ପରିବାର ଚଳାଇବେ, ସେହି ଚିନ୍ତା ଏବେ ସେମାନଙ୍କୁ ଘାରିଛି ।

covid 19
ରାଜ୍ୟରେ କମୁନି କରୋନା ମୃତ୍ୟୁ ସଂଖ୍ୟା; ଚିହ୍ନଟ ହେଲେ ୨,୬୦୨,  ଆଖି ବୁଜିଲେ ୫୯

ରାଜ୍ୟରେ ଥମୁନି କରୋନା ମୃତ୍ୟୁ ସଂଖ୍ୟା। ଆଜି  ରାଜ୍ୟରେ  ସର୍ବାଧିକ ୫୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ୩୫୮କୁ ବୃଦ୍ଧି ପାଇଛି ।

ESIC
ESIC ହିତାଧିକାରୀଙ୍କ ପାଇଁ ଆଶ୍ୱସ୍ତିକର ଖବର, କରୋନାରେ ମୃତ୍ୟୁ ହେଲେ ପରିବାରକୁ ମିଳିବ ପେନ୍‌ସନ୍‌

ଇଏସ୍ଆଇସି ହିତାଧିକାରୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଯଦି ମହାମାରୀ କରୋନାରେ କୌଣସି ଇଏସ୍ଆଇ ହିତାଧିକାରୀଙ୍କ ମୃତ୍ୟୁ ହୁଏ, ତେବେ ମୃତକଙ୍କ ପରିବାର ଲୋକଙ୍କୁ ପ୍ରତି ମାସରେ ତାଙ୍କ ହାରାହାରି ଦରମାର ୯୦ ପ୍ରତିଶତ ପେନ୍‌ସନ୍‌ ଯୋଗାଇଦିଆଯିବ

Tarabahini Pati
କରୋନାରୁ ସୁସ୍ଥ ହେବା ପରେ ଶୁଣନ୍ତୁ କଣ କହିଲେ କଂଗ୍ରେସ ବିଧାୟକ ତାରା

‘ଶାରୀରିକ ଅସୁସ୍ଥତା ପାଇଁ ମୁଁ ଆସନ୍ତା ୧୦ ଦିନ ଯାଏ ମୋବାଇଲ ଫୋନ୍ ଅଫ କରିବି। ବାରମ୍ବାର ଫୋନ ଆସୁଥିବାରୁ ମୁଁ ଡିଷ୍ଟର୍ବ ହେଉଛି। ମତେ ଭୁଲ୍ ବୁଝିବେ ନାହିଁ। ଦରକାର ହେଲେ ହାଇଦ୍ରାବାଦ ଯିବ।‘ କରୋନାରୁ ସୁସ୍ଥ ହୋଇଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଫେସବୁକରେ ଏକ ଭିଡିଓ ଛାଡ଼ି ଏମିତି ଅନୁରୋଧ କରିଛନ୍ତି।

Vaccination Centre
ରାଜ୍ୟରେ ପୁଣି ଦେଖାଦେବ କି ଟିକା ଅଭାବ ସମସ୍ୟା ?

କୋଭିଡ୍ ଟିକା ପାଇଁ ହାଉଜାଉ ସ୍ଥିତି । ଅଧିକାଂଶ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ଠେଲାପେଲା ପରିସ୍ଥିତି । ଏମିତିକି କିଛି ସ୍ଥାନରେ ଲୋକେ ରାତି ଅନିଦ୍ରା ହୋଇ ଟିକା ପାଇଁ ଲାଇନ୍ ଲଗାଉଥିବା ଦେଖିବାକୁ ମିଳିଛି । କୋଭିଡ୍‌ର ସମସ୍ତ କଟକଣାକୁ ଫୁ’ କରି ସତେ ଯେମିତି ଟିକା ପାଇଁ ଚାଲିଛି ପ୍ରତିଯୋଗିତା ।

orona vaccination center
ଟିକା କେନ୍ଦ୍ରରେ ଅସମ୍ଭାଳ ଭିଡ଼, ଠେଲା ପେଲା ସାଙ୍ଗକୁ ହେଉଛି ପାଟିତୁଣ୍ଡ

ଟିକା ମିଳିଗଲା ତ ଭଲ କଥା, ନହେଲେ ଆାଉ ଗୋଟିଏ ଦିନର ଯୁଦ୍ଧକୁ ଅପେକ୍ଷା ରହିଛି। ଢେଙ୍କାନାଳରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି। ପ୍ରବଳ ଭିଡ଼ ସାଙ୍ଗକୁ ପାଟିତୁଣ୍ଡ,ହୋ ହାଲ୍ଲା ବି ହୋଇଛି। ଗତକାଲି ମଧ୍ୟ ଟିକା ପାଇଁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଗତସିଂହପୁର ଓ ଗଂଜାମ ଜିଲ୍ଲାରେ ଅନଲାଇନ୍‌ ସହ ଅନ୍ସାଇଟ୍ ପଂଜୀକରଣ ଦ୍ୱାରା ଟିକା ଦେବା ପ୍ରକ୍ରିୟା ଆରମ୍ଭ ହେବାପରେ ରାଜ୍ୟବ୍ୟାପୀ ଏବେ ଏଭଳି ଚିତ୍ର ଦେଖିବାକୁ ମିଳୁଛି।

Lav Agarwal On Corona
ସଚେତନ ନହେଲେ ପୁଣି ଲାଗୁ ହେବ କରୋନା କଟକଣା: ଲବ୍‌ ଅଗ୍ରୱାଲ୍‌

କରୋନା ଭାଇରସର ଦ୍ୱିତୀୟ ଲହର ଧିମା ହେବା ପରେ ମାର୍କେଟ୍ ଓ ହିଲ୍ ଷ୍ଟେସନରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲୋକଙ୍କୁ ଚେତାବନୀ ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ୍ କହିଛନ୍ତି, ହିଲ୍ ଷ୍ଟେସନ୍ ଯାଉଥିବା ଲୋକେ କରୋନା ନିୟମର ଆଦୌ ପାଳନ କରୁନାହାନ୍ତି। ଯଦି ପ୍ରୋଟୋକଲ ପାଳନ କରାନଗଲା, ତାହେଲେ କୋହଳ ହୋଇଥିବା କଟକଣାକୁ ବନ୍ଦ କରିବାକୁ ପଡ଼ିବ

Pradipta Mohapatra
ଏଣିକି ବନ୍ଦ ହୋଇଯିବ ସବୁ କୋଭିଡ୍‌ କେୟାର ସେଣ୍ଟର

ଏଣିକି ବନ୍ଦ ହେବ କୋଭିଡ୍‌ କେୟାର ସେଣ୍ଟର । ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାରୀ ଓ ବେସରକାରୀ କୋଭିଡ୍ କେୟାର ସେଣ୍ଟର ଗୁଡ଼ିକ ବନ୍ଦ ହେବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଉଛି ।