• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

positives
କରୋନା ଆକ୍ରାନ୍ତ ହେଲେ ବ୍ୟାଙ୍କ ମ୍ୟାନେଜର 

ପାରଳାଖେମୁଣ୍ଡି: ବ୍ୟାଙ୍କ ପରିସରକୁ ପ୍ରବେଶ କଲା କରୋନା। ପାରଳାଖେମୁଣ୍ଡି ଜିଲ୍ଲାର ଜଣେ ବ୍ୟାଙ୍କ ମ୍ୟାନେଜର  କରୋନା ଆକ୍ରାନ୍ତ ହୋଇଛନ୍ତି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାର ମ୍ୟାନେଜର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମ୍ୟାନେଜର ପଜିଟିଭ୍ ଚିହ୍ନଟ ପରେ ବ୍ୟାଙ୍କକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏହି ସୂଚନା ଦେଇଛନ୍ତି । ସୂଚନାଥାଉ କି, ରାଜ୍ୟରେ ଆଜି ଆଉ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ […]

  • Tuesday, 13 July 2021
bhubaneswar corona update
ଭୁବନେଶ୍ୱରରୁ ବାହାରିଲେ ୧୧ କରୋନା ରୋଗୀ

ଭୁବନେଶ୍ୱର:ଭୁବନେଶ୍ୱରରେ ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ। ସମସ୍ତ ୧୧ ଜଣ ହୋମ୍ କ୍ୱାରେଣ୍ଟିନରେ ଥିଲେ ବୋଲି ସୂଚନା ଦେଇଛି  BMC। ଆକ୍ରାନ୍ତ ୧୧ ଜଣଙ୍କ ମଧ୍ୟରୁ ମଞ୍ଚେଶ୍ୱରରୁ ୭ଜଣ, ବାଣୀବିହାରରୁ ଜଣେ ଓ ୩ ଜଣ ରେଲୱେ କର୍ମଚାରୀ ବୋଲି କହିଛି ବିଏମ୍‌ସି। ସୂଚନାଥାଉ କି, ରାଜ୍ୟରେ ଆଜି ସକାଳେ ୧୪୩ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିଲେ। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଗଞ୍ଜାମ […]

check
କମୁନି କରୋନା ପ୍ରକୋପ: ଦିନକରେ ୪୪୫ ଜୀବନ ଗଲା

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଆଜି ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩,୬୯୯କୁ ବୃଦ୍ଧି ପାଇଲାଣି।  ଗତକାଲି ଗୋଟିଏ ଦିନରେ ୪୪୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଯାବତ୍ ଦେଶରେ ୪ ଲକ୍ଷ ୨୫ ହଜାର ୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୧୪ ହଜାର ୮୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଲକ୍ଷ ୩୭ ହଜାର ୧୯୫ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୭୪ ହଜାର […]

  • Tuesday, 13 July 2021
121212
ଏଥର କରୋନାରୁ ମିଳିବ ମୁକ୍ତି: ବାହାରିଲା ଔଷଧ

ନୂଆଦିଲ୍ଲୀ: କରୋନା ମୁକ୍ତିର ଆଶା ଉଜ୍ଜ୍ୱଳ ହେଲା। କରୋନାରୁ ମୁକ୍ତି ପାଇବା ପାଇଁ ବାହାରିଲା ମେଡିସିନ୍।‌ ଭାରତୀୟ କମ୍ପାନୀ ଗ୍ଲେନମାର୍ଗ ଫାର୍ମାସ୍ୟୁଟିକାଲସ କୋଭିଡ-୧୯ ପାଇଁ ବାହାରି କରିଛି ଔଷଧ। ସାମାନ୍ୟ ଏବଂ ସାମାନ୍ୟରୁ ଅଧିକ କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ଏହି ଔଷଧ ‘ଫେବିପିରାବିର’ ସଞ୍ଜୀବନି ପରି କାମ ଦେବ ବୋଲି ଗବେଷକମାନେ ଦାବି କରିଛନ୍ତି। କମ୍ପାନୀ ଫେବିଫ୍ଲୁ ବ୍ରାଣ୍ଡର ଏହି ଔଷଧ ବିଷୟରେ ଶନିବାର ସୂଚନା ଦେଇଛି। ତେବେ କରୋନା ଭାଇରସ ପାଇଁ ଏହି ଔଷଧକୁ […]

  • Tuesday, 13 July 2021
Medication prepared for people affected by Covid-19, Remdesivir is a selective antiviral prophylactic against virus that is already in experimental use, conceptual image
ଏଇ ମାସ ଶେଷ ସୁଦ୍ଧା ବଜାରରେ ମିଳିବ ରେମଡେସିଭିର

ନୂଆଦିଲ୍ଲୀ: ଏଣିକି ମାର୍କଟରେ ଉପଲବ୍ଧ ହେବ  ରେମଡେସିଭିର ଔଷଧ। ଚଳିତମାସ ଶେଷ ସୁଦ୍ଧା ଏହି ଔଷଧ ପର୍ଯ୍ୟାପ୍ତ ପରିମାଣରେ ମିଳିବ । ମହାମାରୀ କରୋନାକୁ କିଛି ମାତ୍ରାରେ ମାତ ଦେଇ ପାରୁଥିବା ଏହି ଆଣ୍ଟି ଭାଇରାଲ ଔଷଧର ଉପଲବ୍ଧି କଥା ଜାଣିବା ପରେ ଆଶ୍ୱସ୍ତି ମିଳିଛି। ତେବେ ଏହି ଔଷଧ କେବଳ ଜରୁରୀ ସ୍ଥିତିରେ କିମ୍ବା କରୋନା ଯୋଗୁ ଅତ୍ୟନ୍ତ ସଙ୍କଟ ସ୍ଥିତିରେ ଥିବା ଲୋକଙ୍କୁ ହିଁ ଦିଆଯାଇ ପାରିବ । କିଛି ଦିନ ତଳେ ସର୍ତ୍ତମୂଳକ […]

  • Tuesday, 13 July 2021
covid
କରୋନା ସ୍ଥିତି; ଦେଶରେ କେଉଁଠି କେମିତି ?

ନୂଆଦିଲ୍ଲୀ:  ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା।  ଆଜି ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ହଜାର ୮୮୧ ଆକ୍ରାନ୍ତ ହୋଇଛନ୍ତି ।  ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭ରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୭ ହଜାର ହେଲାଣି । ୧ ଲକ୍ଷ ୯୪ ହଜାର ୩୨୪ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୧ ଲକ୍ଷ ୬୦ ହଜାର ୩୩୮ […]

  • Tuesday, 13 July 2021
corona-nation
ଦେଶରେ ୨୪ ଘଣ୍ଟାରେ ୧୦, ୯୭୪ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଇଛି କରୋନା । ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧, ୯୦୩କୁ ବୃଦ୍ଧି ପାଇଛି। ଦେଶରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧତ୍କ ୧୦ ହଜାର ୯୭୪ ଆକ୍ରାନ୍ତ ହୋଇଥିବାବେଳେ  ୨୦୦୩ ଜୀବନ ଯାଇଛି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୪ ହଜାର ୬୫ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନସୁଦ୍ଧା ଆକ୍ଟିଭ କେସ୍- ୧,୫୫,୨୨୭ […]

  • Tuesday, 13 July 2021
coronavirus
ରାଜ୍ୟରୁ ୧୭୫ କରୋନା ରୋଗୀ ଚିହ୍ନଟ; ଗଜପତିରୁ ସର୍ବାଧିକ ୫୭

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଚିହ୍ନଟଙ୍କ ମଧ୍ୟରେ ୨୧ ଅଗ୍ନିଶମ କର୍ମଚାରୀ ଅଛନ୍ତି।  ଏଥିମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରର ୧୪୫ ହୋଇଥିବାବେଳେ ୩୦ଟି ଲୋକାଲ୍ କେସ୍ ରହିଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୨୧ ଅଗ୍ନିଶମ କର୍ମଚାରୀ। ସେମାନେ ଅମ୍ଫାନ ଡ୍ୟୁଟିରେ ପଶ୍ଚିମ ବଙ୍ଗ ଯାଇ ଫେରିଥିଲେ। ଏଥି ସହିତ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ  ଗଜପତିରୁ ସର୍ବାଧିକ ୫୭ ଥିବା […]

  • Tuesday, 13 July 2021
odishatv
ରାଜ୍ୟରେ ପୁଣି ୧୦୮ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ହୋଇଥିବା ୧୦୮ ଜଣଙ୍କ ମଧ୍ୟରୁ ୯୫ ଜଣ  କ୍ୱାରେଣ୍ଟିନ କେନ୍ଦ୍ରର, ୧୩ଟି ଲୋକାଲ୍ କେସ୍। ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି  ୧୬ ଅଗ୍ନିଶମ କର୍ମଚାରୀ । ସେମାନେ ପଶ୍ଚିମବଙ୍ଗ ଫେରନ୍ତା। ଅନ୍ୟପକ୍ଷେ ମାଲକାନଗିରି ସର୍ବଧିକ ୨୧ […]

  • Tuesday, 13 July 2021
icmr
କରୋନା ସଂକ୍ରମିତ ଖବରକୁ ଖଣ୍ଡନ କଲା ଆଇସିଏମ୍‌ଆର

ନୂଆଦିଲ୍ଲୀ: ନଭେମ୍ବର ମଧ୍ୟଭାଗରେ ଦେଶରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଆଇସିଏମ୍ଆର୍ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏହାକୁ ବିଭ୍ରାନ୍ତିକର ବୋଲି ସ୍ପଷ୍ଟ କରିଛି ନିଜେ ଆଇସିଏମ୍‌ଆର। ଏ ନେଇ ଆଇସିଏମ୍‌ଆର ପକ୍ଷରୁ ଟ୍ୱିଟ୍ କରାଯାଇଛି । ଏହି ତଥ୍ୟ ଯେଉଁ ଗବେଷଣାରୁ ସଂଗ୍ରହ କଯାଇଛି, ତାହା ଆଇସିଏମ୍‌ଆର କିମ୍ବା କୌଣସି ଅନୁବନ୍ଧିତ ସଂସ୍ଥା ଦ୍ୱାରା କରାଯାଇନାହିଁ । ତେଣୁ ଏହା ଆଇସିଏମ୍‌ଆରର ତଥ୍ୟ ନୁହେଁ ବୋଲି […]

  • Tuesday, 13 July 2021
covid
ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫ କରୋନା ରୋଗୀ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫ ଜଣଙ୍କ ମଧ୍ୟରୁ ୩ ଜଣ ହୋମ୍ କ୍ୱାରେଣ୍ଟିନରେ ଥିବାବେଳେ ୨ଟି ଲୋକାଲ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଏହାକୁ ମିଶାଇ  ଭୁବନେଶ୍ୱରରେ ଆକ୍ରାନ୍ତ ସଂଖ୍ୟା ୧୨୭କୁ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁସାରେ ଚିନ୍ତାମଣିଶ୍ୱର, ପଟିଆ ଓ କୋଳଥିଆର ୩ ଜଣ ହୋମ୍ କ୍ୱାରେଣ୍ଟିନରେ ଥିଲେ। ଲୋକାଲ କେସ୍‌ରେ ୨ ଜଣ ମହିଳା ଚିହ୍ନଟ […]

  • Tuesday, 13 July 2021
corona-virus-w
୧୪୬ କରୋନା ଆକ୍ରାନ୍ତ‌ ଚିହ୍ନଟ, କନ୍ଧମାଳରୁ ସର୍ବାଧିକ ୪୮

ଭୁବନେଶ୍ୱର: ରାଜ୍ୟରେ ଆଜି  ଆଉ ୧୪୬ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରୁ ୧୨୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବାବେଳେ ୧୮ଟି ଲୋକାଲ କେସ ରହିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୯ ଅଗ୍ନିଶମ କର୍ମଚାରୀ । ସେମାନେ ସମସ୍ତେ ଅମ୍ଫାନ ଡ୍ୟୁଟିରେ ପଶ୍ଚିମବଙ୍ଗ ଯାଇଥିଲେ। ଆଜି କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭଦ୍ରକ ଓ  କଟକରୁ […]

  • Tuesday, 13 July 2021
sonu
ଦେଶରେ ଗୋଟିଏ ଦିନରେ ସର୍ବାଧିକ ୧୧,୪୫୮ କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ସଂଘାତିକ ରୂପ ନେଉଛି କରୋନା ସଂକ୍ରମଣ।  ଗୋଟିଏ ଦିନରେ ସର୍ବାଧିକ ୧୧ ହଜାର ୪୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ  ସଂକ୍ରମିତ ସଂଖ୍ୟା ୩ ଲକ୍ଷ ଟପିଛି । ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୯୯୩କୁ ବୃଦ୍ଧି ହୋଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ କରୋନା ମୃତ୍ୟୁ […]

  • Tuesday, 13 July 2021
bhubaneswar corona update
ଭୁବନେଶ୍ୱରରୁ ପୁଣି ଚିହ୍ନଟ ହେଲେ ୨ କରୋନା ରୋଗୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଡାକ୍ତରଖାନାରେ ଥିବାବେଳେ ଜଣେ ହୋମ କ୍ୱାରେଣ୍ଟିନ୍‌ରେ ଥିଲେ।  ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆପୋଲୋ ହସ୍ପିଟାଲ କର୍ମଚାରୀ ଥିବା ବେଳେ ଅନ୍ୟ ଜଣେ ନୟାପଲ୍ଲୀ ଶ୍ରୀରାମ ବିହାର ଆପର୍ଟମେଣ୍ଟର ବୋଲି ଭୁବନେଶ୍ୱର ମହାନଗର ନିଗମ  ସୂଚନା ଦେଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ଆପୋଲୋ କର୍ମଚାରୀ ୨୫ ବର୍ଷର ଯୁବକ ଓ ସେ ପୂର୍ବରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର […]

corona
ଦେଶରେ ଆଜି ସର୍ବାଧିକ କରୋନା ରୋଗୀଙ୍କ ମୃତ୍ୟୁ; ୨୪ ଘଣ୍ଟାରେ ୩୫୭

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି । ଆଜି ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସୃଷ୍ଟି କରଛି।  ଗତ ୨୪ ଘଣ୍ଟାରେ ମଧ୍ୟରେ ପ୍ରାୟ ୧୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୬ ହଜାର ୫୭୯କୁ ବୃଦ୍ଧି ହୋଇଛି।  ଏହାସହ ଗୋଟିଏ ଦିନରେ ୩୫୭ କରୋନା ରୋଗୀଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୮ ହଜାର ୧୦୨ରେ ପହଞ୍ଚିଛି। […]

  • Tuesday, 13 July 2021
corona
ଦେଶରେ ଅଣାୟତ୍ତ କରୋନା, ଦିନକରେ ୯୮୮୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଅଣାୟତ୍ତ ହେଉଛି କରେନା । ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୬ ହଜାର ୬୫୭କୁ ବୃଦ୍ଧି ପାଇଲାଣି।  ଗତକାଲି ଗୋଟିଏ ଦିନରେ ୯୮୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୪ଜଣଙ୍କ ମୃତ୍ୟୁ ଘଟିଛି। ବିଶେଷ କରି ଦିଲ୍ଲୀରେ ପରିସ୍ଥିତି ସାଂଘାତିକ ହୋଇଛି। ଏଠାରେ ଉହାନ ପରି ସ୍ଥିତି ଦେଖାଦେଲାଣି। ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଦିଲ୍ଲୀ ବର୍ତ୍ତମାନ ଦେଶର ୩ ନମ୍ବରରେ ରହିଛି। ଜୁନ୍‌ ୧ରୁ ଜୁନ୍‌ ୩ ମଧ୍ୟରେ […]

  • Tuesday, 13 July 2021
covid
୧୪୧ କରୋନା ପଜିଟିଭ ଚିହ୍ନଟ, ୨୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ପୁଣି ୧୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମିଳିଛି। ଏଥିସହିତ ୧୨୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୯୯୧ ଜଣ ଚିକିତ୍ସି ହେଉଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଚିହ୍ନଟ ହୋଇଥିବା ୧୪୧ ଜଣ ୧୮ ଜିଲ୍ଲାର। ଗଞ୍ଜାମ […]

CORONA-HEAVY
୧୫ ଜିଲ୍ଲାରୁ ୬୩ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୬୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ୧୫ ଜିଲ୍ଲାରୁ ଆକ୍ରାନ୍ତ ୬୩ ଜଣଙ୍କ ମଧ୍ୟରୁ ୬୧ କ୍ୱାରେଣ୍ଟିନ କେନ୍ଦ୍ରର ହୋଇଥିବାବେଳେ ୨ଜଣ ସ୍ଥାନୀୟ ବାସିନ୍ଦା। ଆଜି ଚିହ୍ନଟ ହୋଇଥିବା ୬୩ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାର ସର୍ବାଧିକ ୧୨ ଜଣ ଥିବାବେଳେ ଜଗତ୍‌ସିଂହପୁରର ୧୧, ଢେଙ୍କାନାଳର ୯ […]

coronavirus
ବିଶ୍ୱରେ ୩ ଲକ୍ଷରୁ ଅଧିକ ମୁଣ୍ଡ ନେଲାଣି କରୋନା

ୱାଶିଂଟନ: ଆମେରିକାରେ ଲକ୍ଷେ ଟପିଲା କରୋନା ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ଏହି ସଂଖ୍ୟା ୧ ଲକ୍ଷ ୨ ହଜାର ୧୦୭ ପହଞ୍ଚିଛି। ପ୍ରତି ଘଣ୍ଟାରେ ମୃତ୍ୟୁ ଖବର ଆସୁଛି। ସେହିଭଳି ବିଶ୍ୱ ସ୍ଥିତି ମଧ୍ୟ ସଙ୍ଗୀନ ରହିଛି । ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଲକ୍ଷ ୮୯ ହଜାର ପାର କରିଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୭ ହଜାର ଛୁଇଁଛି । ଆମେରିକା ପରେ ବ୍ରାଜିଲରେ ବି ସାଂଘାତିକ ପରିସ୍ଥିତି । […]

  • Tuesday, 13 July 2021
corona
ମେ’ରେ କରୋନା ପ୍ରକୋପ: ଦେଶରେ ୨୬ ଦିନରେ ୧ ଲକ୍ଷ ୧୬ ଆକ୍ରାନ୍ତ

ଭାରତ: ହୁ ହୁ ହୋଇ ବଢିବାରେ ଲାଗିଛନ୍ତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ୬୩୮୭ ନୂଆ ମାମଲା ସାମ୍ନାକୁ ଆସିଛିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।  ଏବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭କୁ ବୃଦ୍ଧି ପାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୧ ହଜାର ୭୬୭ ରହିଛି।  ଆକ୍ଟିଭ୍ କେସ୍ ୮୩ ହଜାର ୪ ରହିଥିବାବେଳେ ସୁସ୍ଥ ହେଲେଣି ୬୪ ହଜାର ୪୨୫। ମହାରାଷ୍ଟ୍ରରେ […]

corona
ଦେଶରେ ଅଗଷ୍ଟ ସୁଦ୍ଧା ୩୪ ହଜାର ପାର୍‌ କରିବ କରୋନା ମୃତ୍ୟୁ ସଂଖ୍ୟା-ସର୍ଭେ

ନୂଆଦିଲ୍ଲୀ‌: କରୋନା ଭାଇରସ୍‌ ଦୁଇ ପଡୋଶୀ ଦେଶ ପାକିସ୍ତାନ ଏବଂ ଭାରତରେ କି଼ିଲର ଆତଙ୍କ ସାଜିଛି। ଭାରତରେ ୪ର୍ଥ ପର୍ଯ୍ୟାୟ ଲକ୍‌‌ଡାଉନ୍‌ ଲାଗୁ କରାଯାଇଥିଲେ ହେଁ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ। ଅନ୍ୟପକ୍ଷେ, ପାକିସ୍ତାନରେ ମଧ୍ୟ କରୋନା ଦ୍ରୁତ ଗତିରେ ତା’ର କାୟା ମେଲାଇ ଚାଲିଛି। ନିକଟରେ ଏକ ସର୍ଭେରୁ ଜଣାପଡ଼ିଛି, ଯଦି ଦୁଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏମିତି ବଢି ଚାଲେ ତେବେ ଅଗଷ୍ଟ ସୁଦ୍ଧା ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩୪ ହଜାର […]

  • Tuesday, 13 July 2021
Untitled-2
କରୋନା ଆକ୍ରାନ୍ତ ହେଲେ ୮ ବର୍ଷର ବାଳକ

ଭୁବନେଶ୍ୱର: ରାଜ୍ୟରେ ଆଉ ନୂଆ ୬୫ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୮ ବର୍ଷର ବାଳକ ଅଛି। ବାଳକ ଜଣକ ଖୋର୍ଦ୍ଧା ଜିଲ୍ଲାର ବୋଲି  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନାରୁ ଜଣାଯାଇଛି।  ଆଜି ଖୋର୍ଦ୍ଧା ଜିଲ୍ଲାରେ ଯେଉଁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି, ସେଥିରେ ଜଣେ ୮ ବର୍ଷର ବାଳକ ରହିଛି । ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି, ସେ […]

  • Tuesday, 13 July 2021
trumph
ଟ୍ରମ୍ପଙ୍କ ଆଶ୍ୱାସନା-ଚଳିତବର୍ଷ ଶେଷସୁଦ୍ଧା ଉପଲବ୍ଧ ହେବ କରୋନା ଭାକ୍ସିନ

ନ୍ୟୁୟର୍କ: କରୋନା ଭାଇରସରୁ ମୁକ୍ତି ପାଇବା ଆଶା ମଉଳି ଯାଉଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି ଆଶ୍ୱାସନା। ଭାରତୀୟ-ଆମେକରିକୀୟ ବୈଜ୍ଞାନିକଙ୍କୁ‌ ମହାନ ଏବଂ ଅନୁସନ୍ଧାନକର୍ତ୍ତା ବୋଲି ଦର୍ଶାଇ ଟ୍ରମ୍ପ ଶୁକ୍ରବାର କହିଛନ୍ତି, ଭାରତ ଏବଂ ଆମେରକା ବୈଜ୍ଞାନିକମାନେ ମିଳିତ ଭାବେ କରୋନା ଭାଇରସ୍ ଟିକା ବିକଶିତ କରିବା ପାଇଁ ଲାଗି ପଡ଼ିଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ଏହି ଭାକ୍‌ସିନ ଉପଲବ୍ଧ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେ ଆହୁରି କହିଛନ୍ତି, ଭାକ୍ସିନ ପାଇଁ ଉଭୟ ଭାରତ […]

  • Tuesday, 13 July 2021
01223
‘ମୋବାଇଲରେ ରହିଛି କରୋନା ସଂକ୍ରମଣର ଭୟ’

ନୂଆଦିଲ୍ଲୀ:  ମୋବାଇଲ୍ କରୋନାର ବାହାକ ହୋଇପାରେ। ଏମିତି ଚେତାବନୀ ଦେଇଛନ୍ତି ଏମ୍ସର ଡାକ୍ତର। ତେଣୁ ମୋବାଇଲ ବ୍ୟବହାର ବିଶେଷକରି ହସ୍ପିଟାଲରେ ମୋବାଇଲ୍ ବ୍ୟବହାର ଉପରେ ରୋକ୍ ଲାଗିବା ଦରକାର ବୋଲି ଏମ୍ସ ରାୟପୁରର କିଛି ଡାକ୍ତର କହିଛନ୍ତି। ବିଏମଜି ଗ୍ଲୋବାଲ ହେଲଥ ଜୋର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ମୋବାଇଲ ଫୋନକୁ ସମସ୍ତେ ହାତରେ ଧରିଥାନ୍ତି। ଫୋନରେ କଥା ହେବା ବେଳେ ଏହା ଶରୀରର ସଂସ୍ପର୍ଶରେ ମଧ୍ୟ ଆସିଥାଏ। ତା ଛଡ଼ା ଫୋନ କଲ ଆସିଲେ ହାତ […]

  • Tuesday, 13 July 2021
corona-virus-w
ଆକ୍ରାନ୍ତ ୫୮ ଜଣଙ୍କ ମଧ୍ୟରୁ ୫୭ ବାହାର ରାଜ୍ୟ ଫେରନ୍ତା

ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବା ୫୮ ଆକ୍ରାନ୍ତ ଓ ମୃତକଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ୫୮ ଜଣଙ୍କ ମଧ୍ୟରୁ୫୭ ଜଣ ବାହାର ରାଜ୍ୟ ଫେରନ୍ତା। ଅନ୍ୟ ଜଣେ ଆକ୍ରାନ୍ତ ଅନୁଗୁଳ ଜିଲ୍ଲାର ସ୍ଥାନୀୟ ବାସିନ୍ଦା । ଗଞ୍ଜାମର ସମସ୍ତ ୨୯ ଓ ମୟୂରଭଞ୍ଜର ଜଣେ ଆକ୍ରାନ୍ତ ସୁରତ ଫେରନ୍ତା। ସେହିପରି ବାଲେଶ୍ୱରର ୧୫ ଜଣଙ୍କ ମଧ୍ୟରୁ ୫ କର୍ଣ୍ଣାଟକ ଓ ୧୦ ପଶ୍ଚିମବଙ୍ଗ ଫେରନ୍ତା। ଅନୁଗୋଳର ୧୩ ଜଣଙ୍କ ମଧ୍ୟରୁ ୧୧ ସୁରତ […]

  • Tuesday, 13 July 2021