• translate

COVID-19 Updates

home
ତବ୍‌ଲିଗୀ ଜମାତ ଲିଙ୍କ୍ ନେଇ କଳା ତାଲିକାଭୁକ୍ତ ହେଲେ ୯୬୦ ବିଦେଶୀ

ନୂଆଦିଲ୍ଲୀ: ଦିଲ୍ଲୀ ନିଜାମୁଦ୍ଦିନ ତବଲଗି ଜମାତ କାର୍ଯ୍ୟକ୍ରମରେ ସାମିଲ ଥିବା ୯୬୦ ବିଦେଶୀ ନାଗରିକଙ୍କୁ କଳା ତାଲିକା ଭୁକ୍ତ ଘୋଷଣା କଲେ କେନ୍ଦ୍ର ସରକାର। ଟୁରିଷ୍ଟ ଭିସାରେ ଭାରତ ଆସିଥିବା ଏହି ବିଦେଶୀ ନାଗରିକମାନେ ତବଲିଗ୍ ଜମାତ କାର୍ଯ୍ୟକ୍ରମ ସଂପୃକ୍ତ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବ କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏ ନେଇ ଦେଶର ସମସ୍ତ ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ ଓ ଦିଲ୍ଲୀ ପୋଲିସ କମିଶନରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

tradition
ଭକ୍ତଙ୍କ ବିନା ସମ୍ପନ୍ନ ହେଲା ରାମମନ୍ଦିରରେ ନୀତିକାନ୍ତି, ଶ୍ରୀଜିଉଙ୍କ ରଥକାଠ ଚିରଟ ନୀତି

ଭୁବନେଶ୍ୱର: କରୋନା ପାଇଁ ଫିକା ପଡ଼ିଲା ପବିତ୍ର ରାମନବମୀ ଉତ୍ସବ। ମହାପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥିକୁ ଦେଶର ବିଭିନ୍ନ ଅଞ୍ଚଳରେ ବେଶ୍ ଜାକଜମକରେ ପାଳନ କରାଯାଏ ହେଲେ ଚଳିତ ବର୍ଷ କରୋନାର ପ୍ରାଦୁର୍ଭାବ ଯୋଗୁଁ ବିଭିନ୍ନ ସ୍ଥାନରେ କେବଳ ମନ୍ଦିରରେ ନୀତିକାନ୍ତି ପାଳିତ ହେଉଥିଲେ ବି ଭକ୍ତଙ୍କ କୋଳାହଳ ଦେଖିବାକୁ ମିଳିନି। ଭୁବନେଶ୍ୱର ରାମ ମନ୍ଦିରରେ ଆଜି ସକାଳୁ ଶୁନଶାନ ପରିବେଶ ଦେଖିବାକୁ ମିଳିଥିଲା। ପରମ୍ପରା ଅନୁଯାୟୀ କେବଳ ମନ୍ଦିର ଭିତରେ ନୀତିକାନ୍ତି ପାଳନ କରାଯାଇଥିଲା। ସହରର ଅନ୍ୟାନ୍ୟ […]

pm
ସର୍ବନିମ୍ନ ଜୀବନହାନି ଦେଶର ମୂଳ ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସର୍ବନିମ୍ନ ଜୀବନହାନି ଦେଶର ମୂଳ ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଂରେ ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି। ଲକ୍ ଡାଉନ୍‌ରେ ସହଯୋଗ ନେଇ ରାଜ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହ କିଛି ରାଷ୍ଟ୍ରରେ ପୁଣି ସଂକ୍ରମଣ ଫେରିବା ଆଶଙ୍କା ଥିବା ମୋଦି କହିଛନ୍ତି। ଆଗାମୀ କିଛି ସପ୍ତାହ ପାଇଁ ଟେଷ୍ଟିଂ, ଟ୍ରେସିଂ, ଆଇସୋଲେସନକୁ ଫୋକସ ଦିଆଯାଉ। କରୋନା ମୁକାବିଲା ପାଇଁ ପୃଥକ ହସ୍ପିଟାଲ ଉପରେ ଗୁରୁତ୍ୱ ଦେବା ସହ ଡାକ୍ତର ଅଭାବ ଦୂର ପାଇଁ ଆୟୁଷ […]

markaj
ନିଜାମୁଦ୍ଦିନ ଧର୍ମୀୟ ସଭାରୁ ଫେରିଥିବା ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି ନିଜାମୁଦ୍ଦିନ ଫେରନ୍ତା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସବୁଠାରୁ ସାଂଘାତିକ ଅବସ୍ଥା ଦିଲ୍ଲୀରେ ଦେଖିବାକୁ ମିଳିଛି। କରୋନା ସଂକ୍ରମଣରେ ଦିଲ୍ଲୀରେ ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ମୃତକ ମରକଜ ଧର୍ମସଭା ସହ ଲିଙ୍କ ଥିବା ସୂଚନା ଦେଇଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ସେହିଭଳି ସଂକ୍ରମିତଙ୍କ ମଧ୍ୟରୁ ୧୦୮ ଜଣ ନିଜାମୁଦ୍ଦିନ ଧର୍ମସଭା ସହ ସମ୍ପର୍କ ରଖିଥିବା କେଜରିଓ୍ୱାଲ କହିଛନ୍ତି। ରାଜ୍ୟର ଏବେ ମୋଟ ୨୦୮ ଜଣ ବିଭିନ୍ନ ହସ୍ପିଟାଲରେ […]

bmv
ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ବିଏମ୍‌ସି

ଭୁବନେଶ୍ୱର: ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ଭୁବନେଶ୍ୱର ମହାନଗର ନିଗମ। ଜନହିତ ପାଇଁ ପରିଚୟ ଜଣାଇବା ଜରୁରୀ ବୋଲି କହିଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ପଞ୍ଚମ କରୋନା ଆକ୍ରାନ୍ତଙ୍କ ନାଁ ପ୍ରଦୀପ୍ତ ଦଳବେହେରା। ତାଙ୍କ ଘର ସୂର୍ଯ୍ୟନଗର ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ୟୁନିଟ-୭ ସୂର୍ଯ୍ୟନଗର ସ୍ଥିତ ପ୍ଲଟ ନମ୍ବର ୩୭ରେ ତାଙ୍କ ଘର ବୋଲି କୁହାଯାଇଛି। ଆକ୍ରାନ୍ତ ବ୍ୟକ୍ତିଙ୍କ ପରିଚୟ ଜାଣାଇବା ସହିତ ସ୍ଥାନକୁ ସିଲ୍ କରାଯାଇଛି। ପଞ୍ଚମ […]

ୱୋଉମପଗ
ରାଜ୍ୟରେ କେମିତି ଅଛି କରୋନା ସ୍ଥିତି, ଜାଣନ୍ତୁ ପୂରା ତଥ୍ୟ

ଭୁବନେଶ୍ୱର: ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୧ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ କରୋନା ସ୍ଥିତି ସୂଚିତ କଲାବେଳେ ଏଭଳି ସୂଚନା ଦେଇଛନ୍ତି କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ। ରାଜ୍ୟରେ ଏଯାବତ ୯ଶହ ସାମ୍ପଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ୫ ପଜିଟିଭ ରିପୋର୍ଟ ଆସିଛି। ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୧ ଜଣ ଚିହ୍ନଟ ହୋଇଛନ୍ତି। ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ଖୋଜା ଚାଲିଛି। ଏବେ ସୁଦ୍ଧା ୧୦୪ […]

lo
‘କରୋନା ଲକ୍ଷଣ ଦେଖାଦେଲେ ହସ୍‌ପିଟାଲ୍ ନ ଯାଇ ୧୦୪କୁ ଫୋନ୍ କରନ୍ତୁ’

ଭୁବନେଶ୍ୱର: କରୋନାର କିଛି ଯଦି ଲକ୍ଷଣ ଦେଖୁଛନ୍ତି ତାହେଲେ ନିଜେ ହସ୍ପିଟାଲ ଯାଅନି। ନିଜେ ନିଜେ ହସ୍ପିଟାଲକୁ ଯାଇ ଅନ୍ୟମାନଙ୍କୁ ବିପଦରେ ପକାନ୍ତୁନି। ଏନେଇ ସୂଚନା ଦେଇଛନ୍ତି ଏନଏଚ୍ଏମ୍  ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ଯେଉଁ ବ୍ୟକ୍ତି ବିଦେଶରୁ କିମ୍ବା ଅନ୍ୟ ରାଜ୍ୟରୁ ଫେରିଥିବେ ସେମାନେ ୧୪ ଦିନ ଘରେ ରହନ୍ତୁ।  ତାସହ ଘରେ ପରିବାର ସଦସ୍ୟଙ୍କଠାରୁ ଯଥେଷ୍ଟ ଦୂରତ୍ୱରେ ନିଜକୁ ରଖନ୍ତୁ। ୧୪ ଦିନ ପରେ ମଧ୍ୟ ଘରେ ନିଜକୁ ନିଜେ ପୁଣି ୧୪ ଦିନ ସର୍ବେକ୍ଷଣରେ […]

corona
ଦିଲ୍ଲୀ ଏମ୍ସ ଡାକ୍ତରଙ୍କୁ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ଜଣେ ବରିଷ୍ଠ ଡାକ୍ତରଙ୍କ ଶରୀରରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ତେବେ ଚିନ୍ତାର ବିଷୟ ହେଉଛି ପୂର୍ବରୁ ସେ କେଉଁ ଆଡ଼େ ଯାଇନଥିଲେ। ଅର୍ଥାତ ଚିକିତ୍ସା ସମୟରେ ଏପରି ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ସେ ମାନସିକ ରୋଗ ଚିକିତ୍ସକ। ସେ ପୂର୍ବରୁ ବିଦେଶ ଯାଇନଥିବା ଜଣାପଡ଼ିଛି। ଦିଲ୍ଲୀର କିଛି ଡାକ୍ତର ଏଭଳି ଆକ୍ରାନ୍ତ ହେବା ପରେ ବର୍ତ୍ତମାନ ପ୍ରୋଟେକ୍ଟିଭ୍‌ ଗିଅରର ସପ୍ଲାଇ ଏବଂ ମାନ ବୃଦ୍ଧି ପାଇଁ […]

corona-111
କରୋନାରେ ଆକ୍ରାନ୍ତ ୩ ଦିନର ଶିଶୁ ଓ ତାଙ୍କ ମା’

ମୁମ୍ବାଇ: ମହାମାରୀ କରୋନା ଭାଇରସ ଏବେ ବେଡ୍‌ ମାଧ୍ୟମ ଦେଇ ମଣିଷ ଶରୀରରେ ପ୍ରବେଶ କରିଛି। ମୁମ୍ବାଇର ଏକ ହସ୍ପିଟାଲରେ ଜଣେ ୩ ଦିନର ଶିଶୁ ପୁତ୍ର ଓ ତାଙ୍କ ୨୬ ବର୍ଷୀୟ ମା’ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ-୧୯ରେ ପୀଡ଼ିତ ହୋଇ ଜଣେ ବ୍ୟକ୍ତି ଉକ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ଡିସଚାର୍ଜ ହେବା ପରେ ହସ୍ପିଟାଲ ପକ୍ଷରୁ ତାଙ୍କ ବେଡ୍‌କୁ ସାନିଟାଇଜ କରାଯାଇଥିଲା। ତଥାପି କରୋନା ଭାଇରସ ବେଡ୍‌ ମଧ୍ୟରେ ବଞ୍ଚି ରହିଥିଲା। ହସ୍ପିଟାଲ […]

mumbai
ମୁମ୍ବାଇର ଧାରାଭି ଅଞ୍ଚଳରେ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ

ମୁମ୍ବାଇ: ମୁମ୍ବାଇର ଧାରାଭି ଅଞ୍ଚଳରେ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୫୬ ବର୍ଷୀୟ ଏହି ସଫେଇ କର୍ମଚାରୀଙ୍କ ନମୁନା ପରୀକ୍ଷଣରୁ କରୋନା ପଜିଟିଭ୍ ରିପୋର୍ଟ ଆସିଛି। ତିନି ଦିନ ପୂର୍ବେ ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର ସ୍ବାବ ଟେଷ୍ଟ ପାଇଁ ପଠା ଯାଇଥିଲା। ରିପୋର୍ଟରେ କରୋନା ପଜିଟିଭ୍ ଆସିଥିଲା। ତାଙ୍କର ମୃତ୍ୟୁ ହେବାରୁ ତାଙ୍କ ଘରେ ରହୁଥିବା ୭ ଜଣଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ଏହି […]

corona
ଗୁଜରାଟ ଓ ହରିଆଣାରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ:  ମହାମାରୀ କରୋନା ଭାଇରସ ଗୁଜରାଟରେ ଜଣେ ଏବଂ ହରିଆଣାର ଜଣଙ୍କର ମୁଣ୍ଡ ନେଇଛି। ଗୁଜରାଟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ଜଣଙ୍କ ନିକଟରେ ଶ୍ରୀଲଙ୍କା ଗସ୍ତରୁ ଫେରିଥିଲେ। ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିବାରର ଅନ୍ୟ ୪ ଜଣଙ୍କ ଶରୀରରେ ବି କୋଭିଡ-୧୯ ଭୂତାଣୁ […]

corona 11
କ୍ୱାରେଣ୍ଟାଇନ ସେଣ୍ଟରରୁ ଖସି ଏମିତି ପଦକ୍ଷେପ ନେଲେ ଶ୍ରମିକ

ବରେଲୀ: ଉତ୍ତର ପ୍ରଦେଶରେ କରୋନା ଭୟରେ ଜଣେ ଶ୍ରମିକ ଆତ୍ମହତ୍ୟା କରିଛନ୍ତି। କ୍ୱାରେଣ୍ଟାଇନରେ ଥିବା ଏହି ୨୩ ବର୍ଷୀୟ ଶ୍ରମିକ ଏଠାରୁ ଖସି ଯାଇ ଆତ୍ମହତ୍ୟା କରିଛନ୍ତି। ସେ କ୍ୱାରେଣ୍ଟାଇନ ସେଣ୍ଟରରୁ ଖସି ଲକ୍ଷ୍ମୀପୁରରେ ଥିବା ତାଙ୍କ ପରିବାର ଲୋକଙ୍କୁ ଦେଖା କରିବାକୁ ଯାଇଥିଲେ। ହେଲେ ସେ ଫେରାର ହୋଇଯାଇଥିବାରୁ ପୁଲିସ୍‌ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହା ଜାଣିପାରି ସେ ଆତ୍ମହତ୍ୟା କରିଛନ୍ତି। ମାର୍ଚ୍ଚ ୨୮ରେ ଏହି ଶ୍ରମିକ ଓ ତାଙ୍କ ସହ ଅନ୍ୟ ୬ […]

nizamiddin
ନିଜାମୁଦ୍ଦିନ ଧର୍ମସଭାରୁ ଫେରିଥିବା ଆଉ ୨ ଯାଜପୁରରୁ ଚିହ୍ନଟ

ଭୁବନେଶ୍ୱର:  ଦିଲ୍ଲୀ ନିଜାମୁଦ୍ଦିନ ତବଲିଗି ଜମାତ ଧର୍ମୀୟ ସଭାରୁ ଫେରିଥିବା ଆଉ ୨ ଜଣଙ୍କୁ ଓଡ଼ିଶାରୁ ଚିହ୍ନଟ କରାଯାଇଛି। ଗତକାଲି କେନ୍ଦ୍ରାପଡାରୁ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଅନ୍ୟଜଣଙ୍କୁ ଯାଜପୁର ବିଞ୍ଝାରପୁର ଅଞ୍ଚଳରୁ ଠାବ କରାଯାଇଥିଲା। ଆଜି ପୁଣି ଯାଜପୁର ଜିଲ୍ଲାରୁ ଆଜି ୨ ଜଣଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରୁ ୩ ଜଣଙ୍କୁ ଚିହ୍ନଟ କରାଯାଇଥିବା ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ରସୁଲପୁରର ଏବଂ ଅନ୍ୟଜଣେ […]

train333
ସ୍ୱାସ୍ଥ୍ୟସେବାରେ ଚୀନ ସହିତ ସମାନ ହେବ ଭାରତ

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ଭାରତ ଜୋରଦାର ପ୍ରସ୍ତୁତି ଜାରି ରଖିଛି। ସଂକ୍ରମିତ ଲୋକଙ୍କ ପାଇଁ ଆଇସୋଲେସନ୍‌ ୱାର୍ଡ ଶୀଘ୍ର ତିଆରି କରାଯାଉଛି। ଟ୍ରେନ୍‌ର ବଗିରେ ଲକ୍ଷେ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ନିର୍ମାଣ କରାଯିବ। ଏହା ପୂର୍ବରୁ ମଧ୍ୟ ଅନେକ ଡାକ୍ତରଖାନା ତିଆରି ସରିଛି ଓ ଅନେକ ମେଡିକାଲକୁ ଅନୁମୋଦନ ମିଳିଛି। ରେଳବିଭାଗ  ୨୦ ହଜାର ବଗିକୁ ଆଇସୋଲେସନ ୱାର୍ଡରେ ପରିଣତ କରିବ। ଏହି ବଗିଗୁଡ଼ିକରେ ସମୁଦାୟ ୩.୨ ଲକ୍ଷରୁ ଅଧିକ ଶଯ୍ୟାର ବ୍ୟବସ୍ଥା […]

corona ,,
ଆମେରିକାରେ ସ୍ଥିତି ସଙ୍ଗୀନ: ୨୪ ଘଣ୍ଟାରେ ହଜାରରୁ ଅଧିକ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ମହାମାରୀ କରୋନା ପୃଥିବୀର ୨୦୩ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ, ମୋଟ ୯ ଲକ୍ଷ ୩୬ ହଜାର ୯୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏକ ଲକ୍ଷ ୯୪ ହଜାର ୬୬୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ପ୍ରତି ଘଣ୍ଟାରେ ଆମେରିକା, ଇଟାଲୀ, ସ୍ପେନ ଏବଂ ଇଂଲଣ୍ଡରେ ଆକ୍ରାନ୍ତ ଏବଂ ମୃତ୍ଯୁ ସଂଖ୍ୟା […]

dharmendra
ଲକଡାଉନକୁ ୫ ପ୍ରତିଶତ ଲୋକ ମାନୁନାହାନ୍ତି, ସେମାନଙ୍କୁ ମନାଇବା-ଧର୍ମେନ୍ଦ୍ର

ଭୁବନେଶ୍ୱର: କରୋନାକୁ ନେଇ ସାରା ଦେଶରେ ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ସରକାର । ଅତ୍ୟାବଶ୍ୟକ  ଦୋକାନକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି।  ତେବେ ଲକ୍‌ଡାଉନ୍‌ ସଫଳ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓରେ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି,“ ସମାଜ, ରାଜ୍ୟ ତଥା ଦେଶକୁ ସୁସ୍ଥ ରଖିବା ପାଇଁ ଏହା ଏକ ଜନ ଆନ୍ଦୋଳନ ହୋଇଛି। କରୋନାକୁ ହରାଇବା ପାଇଁ ଆଜି ସମସ୍ତେ […]

marrige 55555
ଲକ୍‌ଡାଉନ୍‌: ଭିଡିଓ କନଫରେନ୍ସିଂରେ ହେଲା ନିର୍ବନ୍ଧ

କେରଳ: କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ସମଗ୍ର ଦେଶ ଏବେ ଲକ୍‌ଡାଉନ୍‌। ଏହି ଲକ୍‌ଡାଉନ୍‌ ପାଇଁ ଲୋକମାନେ ସେମାନଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିଦେଇଛନ୍ତି। ଏପରିକି ବାହାଘର ଠୁ ଆରମ୍ଭ କରି ବିଭିନ୍ନ ଧାର୍ମିକ କାର୍ଯ୍ୟକୁ ବନ୍ଦ କରାଯାଇଛି । କିନ୍ତୁ ଇଣ୍ଟରନେଟର ଯୁଗରେ ଅନ୍‌ଲାଇନ୍‌ ମାଧ୍ୟମରେ ସବୁ କାର୍ଯ୍ୟ ହୋଇପାରୁଛି। ଅନଲାଇନ୍‌ରେ ସ୍କୁଲ୍-କଲେଜ୍ କାମ କରାଯାଉଛି। ଜରୁରୀ ବୈଠକ ମଧ୍ୟ ଇଣ୍ଟରନେଟ୍‌ରେ ହୋଇପାରୁଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟର କାମ କରାଯାଉଛି। ଏବେ […]

dilpi5555
କବିତାରେ ସଚେତନତାର ବାର୍ତ୍ତା ଦେଲେ ଏଇ ଅଭିନେତା

ମୁମ୍ୱାଇ: ବଲିଉଡ ଅଭିନେତା ଦିଲ୍ଲୀପ କୁମାର ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ କରୋନା ଭାଇରସ ବିଷୟରେ ସଚେତନ କରିବାକୁ ଚେଷ୍ଟା କରୁଛନ୍ତି। ବୁଧବାର, ସେ ନିଜ ଟ୍ୱିଟରରେ ୪ଧାଡ଼ିର ଏକ କବିତା ଟ୍ୱିଟ୍ କରି କରୋନା ଭାଇରସ ବିଷୟରେ ଅବଗତ କରାଇଛନ୍ତି। ଦିଲ୍ଲୀପ ତାଙ୍କ ଟ୍ୱିଟରେ ଲେଖିଛନ୍ତି- ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ଏହି ମହାମାରୀ କରୋନା ଭାଇରସ ସମୟରେ ଆପଣମାନେ ନିଜ ଘରେ ରହୁନ୍ତୁ। I urge you to #StayHomeSaveLives during this #COVID19pandemic […]

corona-doctor
କରୋନା ପରୀକ୍ଷା କରିବା ପାଇଁ ଯାଇଥିବା ଡାକ୍ତରଙ୍କୁ ଗୋଡାଇ ଗୋଡାଇ ପିଟିଲେ

ଇନ୍ଦୋର:କରୋନା ଯାଞ୍ଚ ପାଇଁ ଯାଇଥିବା ଡାକ୍ତରୀ ଟିମ୍‌କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ। ଏମିତି ଘଟଣା ମଧ୍ୟପ୍ରଦେଶ ଇନ୍ଦୋର ସହରରେ ଘଟିଛି।  ସ୍ଥାନୀୟ ତତପତି ଭକାଲ୍ ଅଞ୍ଚଳରେ ମେଡିକାଲ୍ ଟିମ୍ ପହଞ୍ଚିଥିଲା। ଲୋକଙ୍କ ଥର୍ମାଲ ସ୍କ୍ରିନିଂ କରିବାକୁ ଡାକ୍ତର ଯାଇଥିବା ବେଳେ ଲୋକେ ଅତର୍କିତ ଆକମ୍ରଣ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ଡାକ୍ତର ଟିମ୍ ଜୀବନ ବଞ୍ଚାଇବା ପାଇଁ ସେଠୁ ଦୌଡ଼ିଥିଲେ। ପରେ ଘଟଣାସ୍ଥଳରେ ପୁଲିସ ଫୋର୍ସ ପହଞ୍ଚି ଡାକ୍ତରଙ୍କୁ ଉଦ୍ଧାର କରିଥିଲା। ସୂଚନାଥାଉ କି, […]

16373298
ମଦ ମିଳିଲାନି ବୋଲି ସ୍ପିରିଟ ପିଇଦେଲେ, ଆଉ ତା’ ପରେ...

ରାୟପୁର: ସାରା ଦେଶ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଜରୁରୀ ଦୋକାନକୁ ଛାଡି ଦେଲେ  ସବୁ ପ୍ରତିଷ୍ଠାନ ପ୍ରାୟ ବନ୍ଦ ରହିଛି। ଏହି କ୍ରମରେ ମଦ ଦୋକାନ ମଧ୍ୟ ବନ୍ଦ ରହିଛି। ହେଲେ  ମଦ ଦୋକାନ ବନ୍ଦକୁ ନେଇ ବିଭିନ୍ନ ସ୍ଥାନରୁ ପ୍ରତିକ୍ରିୟାମାନ ଆସିବାରେ ଲାଗିଛି। କାରଣ  ପ୍ରତିଦିନ ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି। ତେବେ ମଦ ଦୋକାନକୁ ନେଇ ଛତିଶଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଛତିଶଗଡରେ […]

Nirmal Singh
କରୋନା ନେଲା ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କ ଜୀବନ

ଅମୃତସର: କରୋନା ଭାଇରସରେ ପଦ୍ମଶ୍ରୀ ପୁରସ୍କାର ବିଜେତା ତଥା ଗୁରୁବାଣୀ ଗାୟକ ନିର୍ମଲ ସିଂଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ, ଆଜି ଭୋର ସାଢ଼େ ଚାରିଟା ସମୟରେ ପଞ୍ଜାଵର ଅମୃତସର ସ୍ଥିତ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ସେ ଗୋଲଡେନ ଟେମ୍ପଲର ପୂର୍ବତନ ”Hazuri Raagi” ଓ ଜଣେ ପ୍ରସିଦ୍ଧ କଳାକାର ଥିଲେ। ତାଙ୍କୁ ଗତକାଲି ଏକ ଭେଣ୍ଟିଲେଟରରେ ରଖାଯାଇଥିଲା। ପଞ୍ଜାବ ବିପର୍ଯ୍ୟୟ ପରିଚାଳନା (COVID-19)ର […]

karona song
ଗୀତ ଗାଇ କରୋନା ସଚେତନତାର ବାର୍ତ୍ତା ବାଣ୍ଟିଲେ ପୋଲିସ

ବରଗଡ: କରୋନା ପାଇଁ ଲୋକଙ୍କୁ ସତର୍କ କରାଯାଉଛି। ସଚେତନତାର ବାର୍ତ୍ତା ବଣ୍ଟାଯାଉଛି। ଘରେ ରହିବା ପାଇଁ ଅନୁରୋଧ କରାଯାଉଛି। ତଥାପି ଲୋକେ ମାନୁ ନାହାନ୍ତି। ଅମାନିଆ ଲୋକଙ୍କୁ ବୁଝାଇବା ପାଇଁ  ବରଗଡ ପୋଲିସ ପକ୍ଷରୁ ଅଭିନବ ଉଦ୍ୟମ କରାଯାଇଛି। ଗୀତରେ ଗୀତରେ ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ବରଗଡ଼ ପୋଲିସ।  ପ୍ରଥମେ ଅତିରିକ୍ତ ଏସ୍‌ପି  ଅମରେନ୍ଦ୍ର ରଣା ସମ୍ବୋଧନ କରି କରୋନା ସମ୍ପର୍କରେ ଗୀତ ମାଧ୍ୟମରେ ଦିଆଯାଉଥିବା ବାର୍ତ୍ତାକୁ ଉପଦେଶ ଭାବେ ମାନି ଗ୍ରହଣ କରିବାକୁ ଲୋକଙ୍କୁ […]

pm modi
ସୁସ୍ଥ ରହିବା ପାଇଁ ମୋଦି ଦେଲେ ଏମିତି ଟିପ୍ସ

ନୂଆଦିଲ୍ଲୀ:କରୋନା ଭାଇରସ ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳାୟ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି। ସୁସ୍ଥ ରହିବା ଏବଂ ରୋଗ ସହ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆୟୁଷ ମନ୍ତ୍ରଣାଳୟର ପରାମର୍ଶକୁ ନିଜ ଟ୍ୱିଟରେ ସେୟାର କରିଛନ୍ତି। ମୋଦି ତାଙ୍କ ଟ୍ୱିଟରେ  ଏହାକୁ ନିଜ ଜୀବନର ଏକ ଅଂଶ କରିବାପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେ କହିଥିଲେ, ‘ସୁସ୍ଥ ରହିବା ପାଇଁ ଧ୍ୟାନ ଦିଅନ୍ତୁ। […]

sishu
କରୋନାରେ ୬ ସପ୍ତାହ ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ: କରୋନାକୁ ନେଇ ସମସ୍ତଙ୍କର ଧାରଣା ଥିଲା ଯେ, ଏହା ସାଧାରଣତଃ  ବୟସ୍କ ଲୋକଙ୍କୁ ବେଶି ପ୍ରଭାବିତ କରିଥାଏ। ହେଲେ ଏହା  ଭୁଲ ପ୍ରମାଣିତ ହୋଇଛି। କରୋନାରେ ଅନେକ ଯୁବକ, ଶିଶୁଙ୍କର ମୃତ୍ୟୁ ଘଟୁଥିବା ନଜରକୁ ଆସିଛି।। ଆମେରିକାରେ  କରୋନା ଭାଇରସ୍‌ରେ ଜଣେ ୬ ସପ୍ତାହ ଶିଶୁର ମୃତ୍ୟୁ ଘଟିଛି। ଏହା କରୋନାରେ ସବୁଠାରୁ କମ୍‌ ବୟସ ଶିଶୁର ମୃତ୍ୟୁ । ଡାକ୍ତରଖାନା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ covid19ରେ ମୃତ୍ୟୁ ଘଟିଛି। ୟୁଏସ ଗଭର୍ଣ୍ଣର ନେଡ୍‌ […]