• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Covid was positive, surgery can be done
କୋଭିଡ଼ ପଜିଟିଭ ଥିଲେ ବି ଜରୁରୀ ଅପରେସନ କରାଯାଇପାରିବ

କୋଭିଡ଼ ପଜିଟିଭ ଥିଲେ ବି ଜରୁରୀ ଅପରେସନ କରାଯାଇପାରିବ ଆଜି ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ଏମ୍ସ ପକ୍ଷରୁ କରାଯାଇଥିବା ରିସର୍ଚ୍ଚ ଅନୁସାରେ ଅପରେସନ ହୋଇପାରିବ ବୋଲି ସୂଚନା ମିଳିଛି । ପୂର୍ବରୁ ଏନେଇ ବାରଣ ଥିଲା, କିନ୍ତୁ ନୂଆ ରିସର୍ଚ୍ଚ ଅନୁସାରେ ଅନୁମତି ଦିଆଯାଇଛି ।

India reports 1,72,433 fresh COVID cases
ଦେଶରେ ପୁଣି ବଢ଼ିଲା ଦୈନିକ ସଂକ୍ରମଣ ହାର

ଦେଶରେ ପୁଣି ବଢ଼ିଲା ଦୈନିକ ସଂକ୍ରମଣ । ଦେଶରେ ଦିନକରେ ୧ ଲକ୍ଷ ୭୨ ହଜାର ୪୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦୈନିକ ପଜିଟିଭିଟି ହାର ୧୦.୯୯ ପ୍ରତିଶତ ହୋଇଛି ।

Coronavirus
ଚିନ୍ତା ବଢ଼ାଉଛି କରୋନା, ରାଜ୍ୟରେ ୨୪ ଘଣ୍ଟାରେ ୩,୬୨୯ ପଜିଟିଭ ଚିହ୍ନଟ

ରାଜ୍ୟରେ  ଗୋଟିଏ ଦିନରେ ଆଉ ୩ ହଜାର ୬୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨ ହଜାର ୧୧୫ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ୧,୫୧୪ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୧୫ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୪୦୫କୁ ବୃଦ୍ଧି ପାଇଛି ।

Pfizer To Seek Us Approval For Covid Vaccine For Children Under 5
୬ ମାସରୁ ୪ ବର୍ଷର ଶିଶୁଙ୍କ ପାଇଁ ଆସିପାରେ କରୋନା ଟିକା; ଅନୁମତି ଲୋଡିଲେ ଫାଇଜର ଓ ବାୟୋଏନ୍‌ଟେକ୍‌

ପାଞ୍ଚ ବର୍ଷରୁ ସାନ ପିଲାଙ୍କୁ ଖୁବଶୀଘ୍ର କରୋନା ଟିକା ପ୍ରଦାନ କରାଯିବ । ପିଲାଙ୍କୁ ଟିକା ଦେବା କ୍ଷେତ୍ରରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିବାକୁ ଫାଇଜର ଓ ବାୟୋଏନ୍‌ଟେକ୍‌ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ପାଖରେ ଆବେଦନ କରିଛନ୍ତି ।

Odisha reports 3450 new positive cases
ରାଜ୍ୟରେ ବଢ଼ିଲା ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧତ୍କ ୭୧୪ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ସାମାନ୍ୟ ସଂକ୍ରମଣ ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୪୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨ ହଜାର ୧୨ ଓ ଲୋକାଲ୍ କେସ୍ ୧୪୩୮ ରହିଛି ।

Indias Covid Cases Fall To 2.55L
ଦେଶରେ ଦିନକରେ ୧,୧୯୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଦେଶରେ ଦିନକରେ ୧ ଲକ୍ଷ ୬୭ ହଜାର ୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୩ ହଜାର ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୨ ହଜାର ୩୨୬କୁ ବୃଦ୍ଧି ପାଇଛି।

Covid Guidelines
ଆସିଲା ନୂଆ ଗାଇଡ୍‌ଲାଇନ୍‌, ଫେବ୍ରୁଆରୀରେ ଲାଗିଲା କଟକଣା

ନଦୀ ଘାଟ, ସମୁଦ୍ର ତଟରେ ଗହଳି କରି ମାଘ ସପ୍ତମୀ ବୁଡ଼ ପକାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଅନ୍ୟପଟେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସରସ୍ୱତୀ ପୂଜାକୁ ଅନୁମତି ଦିଆଯାଇଛି ।

India reports 2,09,918 new COVID19 cases
ଦେଶରେ ସଂକ୍ରମଣ କମୁଛି, ହେଲେ ବଢ଼ୁଛି ମୃତ୍ୟୁହାର

ଦେଶରେ ଦିନକରେ ୨ ଲକ୍ଷ ୯ହଜାର ୯୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୩ ହଜାର ୩୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୯ ହଜାର ୨୪୦କୁ ବୃଦ୍ଧି ପାଇଛି।

Coronavirus
ଦିନକରେ ଦେଶରେ ୨,୩୪,୨୮୧ ଆକ୍ରାନ୍ତ ଚିହ୍ନଟ; ଓଡ଼ିଶାରେ ୨୪ ଘଣ୍ଟାରେ ବାହାରିଲେ ୪,୮୪୩ ପଜିଟିଭ୍‌

ଦେଶରେ ଦିନକରେ ୨ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୯୧୧ରେ ପହଞ୍ଚିଛି।

Mansukh Mandaviya
ଆଉ ୬ ସପ୍ତାହ ରହିବ କରୋନା ଲହର !

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ପୂର୍ବ ଭାରତର ୫ଟି ରାଜ୍ୟର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି।

Delta Variant
ଓଡ଼ିଶାରେ ଏବେ ବି ସକ୍ରିୟ ଡେଲ୍‌ଟା ଭ୍ୟାରିଆଣ୍ଟ: ହାଲୁକା ନନେବାକୁ ପରାମର୍ଶ

ଏପଟେ ଥରକୁ ଥର ରୂପ ବଦଳାଉଥିବା କରୋନାର ୟା ଭିତରେ ସୃଷ୍ଟି ହୋଇଛି ଆଉ ଏକ ନୂଆ ଭାରିଆଣ୍ଟ। ଯାହାର ନାଁ ନିଓକୋଭ।

Night Curfew
କର୍ଣ୍ଣାଟକରେ କଟକଣା କୋହଳ ! ୩୧ ଜାନୁଆରୀରୁ ହଟିବ ନାଇଟ୍ କର୍ଫ୍ୟୁ, ବେଙ୍ଗାଲୁରୁରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି

ସଂକ୍ରମଣ ହ୍ରାସ ପାଉଥିବାରୁ କଟକଣା କୋହଳ କରିଛନ୍ତି କର୍ଣ୍ଣାଟକ ସରକାର ।

Coronavirus
ଫେବୃଆରୀରେ କୋହଳ ହେବ କି କରୋନା କଟକଣା ? ଜାଣନ୍ତୁ, କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଏବେ ଓମିକ୍ରନ୍‌ ସହ ଡେଲ୍‌ଟା ଭାରିଆଣ୍ଟ୍‌ ସକ୍ରିୟ ରହିଛି। ଯେହେତୁ ଡେଲ୍‌ଟା ଭାରିଆଣ୍ଟ ଅଧିକ ଗୁରୁତର କରିଥାଏ, ତେଣୁ ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Chinese Scientists Warn of New Coronavirus \'NeoCov\' With High Death, Infection Rate
ଓମିକ୍ରନ ପରେ ଚର୍ଚ୍ଚାରେ ନିଓକୋଭ୍ !

ଆଉ ଏକ ନୂଆ କରୋନା ଭୂତାଣୁକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା । ବାଦୁଡ଼ି ଦେହରେ ବୁଲୁଛି ଅତି ଘାତକ ନିଓକୋଭ୍ ଭୂତାଣୁ । ମଣିଷ ଦେହକୁ ଆସିପାରେ ବୋଲି ସତର୍କ କଲେ ଉହାନ୍ ବୈଜ୍ଞାନିକ । ସଂକ୍ରମଣ ବ୍ୟାପିଲେ ପ୍ରତି ୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କର ହେବ ମୃତ୍ୟୁ ।

Coronavirus
ଦିନକରେ ଦେଶରେ ଅଢ଼େଇ ଲକ୍ଷ, ରାଜ୍ୟରେ ସାଢ଼େ ୪ ହଜାର ନୂଆ ଆକ୍ରାନ୍ତ ! ମୃତ୍ୟୁ ୮୭୧

ଓଡ଼ିଶାରେ ଗୋଟିଏ ଦିନରେ ଆଉ ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅଡିଟ୍ ପ୍ରୋସେସ୍‌ରେ ଆଉ ୧୫ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ମିଳିଛି ।

Corona - NeoCov
କରୋନା ପରେ ଡରାଇଲାଣି ନିଓକୋଭ୍‌ ଭାଇରସ୍‌ ! ୩ ଜଣରେ ନେଇପାରେ ଜଣଙ୍କ ଜୀବନ

କରୋନା, ଡେଲ୍ଟା, ଓମିକ୍ରନ୍ । ୨ ବର୍ଷ ହେଲା କରୋନା ଭୂତାଣୁ ବାରମ୍ବାର ଲହର ଆଣୁଥିବା ବେଳେ, ଏମିତି ନୂଆ ନୂଆ ନାଁକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଏସବୁ ଆତଙ୍କ ବି ଖେଳାଇଛି ।

Corona
ନାଜାଲ୍ କୋଭିଡ୍ ଭ୍ୟାକ୍ସିନ ଟ୍ରାଏଲ୍ ପାଇଁ ଭାରତ ବାୟୋଟେକକୁ ଅନୁମତି

ନାଜାଲ୍ କୋଭିଡ୍ ଭ୍ୟାକ୍ସିନ ଟ୍ରାଏଲ୍ ପାଇଁ ଭାରତ ବାୟୋଟେକକୁ ମିଳିଲା ଅନୁମତି। ଫେଜ୍ ଥ୍ରୀ କ୍ଲିନିକାଲ ଟ୍ରାଏଲ୍ ପାଇଁ ଡିସିଜିଆଇର ବିଶେଷଜ୍ଞ କମିଟି ଏହି ଅନୁମତି ପ୍ରଦାନ କରିଛି।

Covid19
କମୁଛି ସଂକ୍ରମଣ ହାର: ଦିନକରେ ୫ ହଜାର ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୫ ହଜାର ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଆଉ ମାସେ ଅର୍ଥାତ୍‌ ଫେବୃଆରୀ ୨୮ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି। ଦେଶରେ କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍‌ ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଚିଠି କରି ଜଣାଇଛନ୍ତି।

Puri Swargadwar
ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା। ବାହାର ଜିଲ୍ଲାର ଶବ ସତ୍କାର ନେଇ ଜାରି ରହିଥିବା କଟକଣାକୁ ଜିଲ୍ଲା ପ୍ରଶାସନ ହଟାଇ ଦେଇଛି। ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇବା ପରେ ଏହି ନିୟମକୁ କୋହଳ କରାଯାଇଛି।

Booster Dose
ରାଜ୍ୟରେ କମୁଛି ସଂକ୍ରମଣ, ସମ୍ମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ ଦେବାକୁ ଗୁରୁତ୍ୱ

ରାଜ୍ୟରେ କ୍ରମାଗତ ହ୍ରାସ ପାଉଛି କରୋନାର ଦୈନିକ ସଂକ୍ରମଣ । ଗତକାଲି ୭ ହଜାର ଉପରେ ଥିବା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୪ ଘଣ୍ଟା ମଧ୍ୟରେ ୫ ହଜାର ୯୦୧କୁ ଖସିଛି ।

Vaccination
ବଜାରରେ ଭ୍ୟାକ୍ସିନ୍‌ ବିକ୍ରି ନେଇ ମିଳିଲା ସର୍ତ୍ତମୂଳକ ଅନୁମତି, ଜାଣନ୍ତୁ କେଉଁମାନେ କିଣିପାରିବେ..

ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା DCGI ଏନେଇ ଅନୁମତି ପ୍ରଦାନ କରିଛନ୍ତି ।

omicron symptoms
ଓମିକ୍ରନ୍ ଲକ୍ଷଣ ଥିଲେ, ଖାଆନ୍ତୁ ଏହି ସବୁ ଖାଦ୍ୟ, ମିଳିବ ଭରପୁର ପୋଷଣ

ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍। ଏହି କିଛି ଦିନରେ ଏହା ହୁହୁ ହୋଇ ବଢୁଥିବା ଦେଖିବାକୁ ମିଳିଛି। ହେଲଥ୍ ଏକ୍ସପର୍ଟଙ୍କ କହିବା ମୁତାବକ ଓମିକ୍ରନ ଲକ୍ଷଣକୁ କମ୍ କରିବାର ସବୁଠୁ ଭଲ ଉପାୟ ହେଉଛି ଭ୍ୟାକ୍ସିନେସନ୍। କିନ୍ତୁ ଅନେକ ଭ୍ୟାକସିନ୍ ନେଇଥିବା ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ ଲକ୍ଷଣ ଖୁବ୍ କମ୍ ରହିଛି । ଯେଉଁମାନେ ଓମିକ୍ରନରେ ଆକ୍ରାନ୍ତ ହେଉଛନ୍ତି ତାଙ୍କୁ ଜଣା ନଥାଏ ସେମାନେ କେଉଁ ଖାଦ୍ୟ ଖାଇବେ, ଖାସ୍ କରି ଯେଉଁମାନଙ୍କୁ ଭୋକ ନ ଲାଗୁଛି। କାହିଁକି ନା ଭୋକ ନ ଲାଗିବା ବି ଓମିକ୍ରନର ଏକ ଲକ୍ଷଣ ।

Weekend Curfew
ରାଜଧାନୀରେ କଟକଣାରୁ ଆଶ୍ୱସ୍ତି ! ସପ୍ତାହାନ୍ତ କର୍ଫ୍ୟୁ ଶେଷ, ୫୦ ପ୍ରତିଶତ କ୍ଷମତା ସହ ଖୋଲିବ ସିନେମାହଲ୍

ମହାମାରୀ କରୋନା ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ଲାଗିଥିବା କଟକଣା କିଛିକାଂଶରେ ପ୍ରତ୍ୟାହାର କରାଯାଇଛି । ଏବେ ସଂକ୍ରମଣ କମିଥିବାରୁ ଦିଲ୍ଲୀ ସରକାର କଟକଣା ହଟାଇଛନ୍ତି ।

India Reports 2.86L Covid Cases, 573 Deaths In 24 Hours
ରାଜ୍ୟରେ କମୁଛି ହେଲେ ଦେଶରେ ବଢ଼ୁଛି; ଦିନକରେ ୨,୮୬,୩୮୪ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କମୁଛି, କିନ୍ତୁ ଦେଶରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ଭାରତରେ ୨ ଲକ୍ଷ ୮୬ ହଜାର ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୯.୫୯ ପ୍ରତିଶତକୁ ବୃଦ୍ଧି ପାଇଛି ।

Odisha reports 5901 Covid19 cases in last 24 hours
କମୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୫୯୦୧ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୯୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩,୪୧୯, ଲୋକାଲ୍ କେସ୍ ୨,୪୮୨ ରହିଛନ୍ତି ।