ଭାରତୀୟ ଭାରିଏଣ୍ଟ ଉପରେ ଭାକ୍ସିନ କାମ କରୁଛି କି ନାହିଁ କହିହେବନି- WHO

ନୂଆଦିଲ୍ଲୀ-ଭାରତରୁ ଠାବ ହୋଇଥିବା କୋଭିଡ ଭାରିଏଣ୍ଟ ଘାତକ ଏବଂ ଅଧିକ ସଂକ୍ରାମକ । କରୋନା ସ୍ଥିତିର ସମୀକ୍ଷା କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ପକ୍ଷରୁ ଏହା କୁହାଯାଇଛି । WHO ପକ୍ଷରୁ ଏକଥା ବି କୁହାଯାଇଛି ଯେ, ଏପରି ସ୍ଥିତିରେ ଏହି ମ୍ୟୁଟେଶନ ଉପରେ କରୋନା ଭାକ୍ସିନର ପ୍ରଭାବକୁ ନେଇ ନିଶ୍ଚିତ ତଥ୍ୟ ଦେବା ସମ୍ଭବ ନୁହେଁ । ଭାରତରେ ଦେଖିବାକୁ ମିଳୁଥିବା B.1.617   ଭାରିଏଣ୍ଟ ଭାରତରେ ପ୍ରଥମେ ଅକ୍ଟୋବରରେ ଦେଖିବାକୁ ମିଳିଥିଲା । ଏବେ ୪୪ଟି ଦେଶରେ ଏହାକୁ ଠାବ କରାଯାଇଛି । ଏହାର ସଂକ୍ରମଣ ହାର ମଧ୍ୟ ବହୁତ ଅଧିକ ଏବଂ ଆଣ୍ଟିବଡି  ପ୍ରଭାବ ମଧ୍ୟ ଏଥିରେ କମ୍‌ ରହୁଛି ।

ହୁର କହିବା ଅନୁଯାୟୀ, B.1.617    ଭାରିଏଣ୍ଟ ବ୍ରିଟେନରେ ମିଳିଥିଲା । ଭାରତ ଏବେ B.1.617  ମାମଲା କମ ଦେଖିବାକୁ ମିଳୁଛି । କିନ୍ତୁ ଏବେ ଭାରତରେ B.1.617.1   ଏବଂ  B.1.617.2   ରୂପରେ ଆଉ ଦୁଇଟି ଭୟଙ୍କର ମ୍ୟୁଟେଶନ ସାମ୍ନାକୁ ଆସିଛି । ଆରମ୍ଭରୁ ଦେଖିବାକୁ ମିଳିଥିଲା ଏହି ଦୁଇ ମ୍ୟୁଟାଣ୍ଟ ଦ୍ରୁତ ଗତିରେ ସଂକ୍ରମିତ ହେଉଛି । ତେବେ ସଂଗଠନ ପକ୍ଷରୁ କୁହାଯାଇଛି, B.1.617 ଭାରିଏଣ୍ଟରେ ଭାକ୍ସିନ ଏବଂ ଔଷଧର ପ୍ରଭାବକୁ ନେଇ ଏକ ପ୍ରକାର ଅନିଶ୍ଚିତ ସ୍ଥିତି ସୃଷ୍ଟି ହୋଇଛି । ତେବେ ସମୀକ୍ଷା ପରେ ଫାଇଜର ଏବଂ ମୋଡେର୍ଣ୍ଣା ଭ୍ୟାକ୍ସିନ ଭାରତ ଭାରିଏଣ୍ଟ ଉପରେ କମ୍‌ ପ୍ରଭାବ ଦେଖାଉଥିବା ହୁ କହିଛି ।

ଅନ୍ୟପକ୍ଷେ ଆମେରିକା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭାରତର  B.1.617 ଭାରିଏଣ୍ଟ ଉପରେ ଫାଇଜର, ମଡର୍ଣ୍ଣାଣ୍ଟଏବଂ ଜନସନ ଆଣ୍ଡ ଜନସନ୍‌ ଭ୍ୟାକ୍ସିନ ଖୁବ ପ୍ରଭାବଶାଳୀ ଅଟେ । ନ୍ୟୁଜ ଏଜେନ୍ସି ପିଆଇଆଇର ଡାଇରେକ୍ଟର ଅଫ ଜେନେରାଲ, ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସର ପ୍ରଫେସର କୋଲିଂସ କହିଛନ୍ତି, ଆମେରିକା ପକ୍ଷରୁ ମଞ୍ଜୁରୀପ୍ରାପ୍ତ ଫାଇଜର, ମଡର୍ଣ୍ଣା ଏବଂ ଜନସନ୍‌ ଭାକ୍ସିନ B.1.617  ଭାରିଏଣ୍ଟ  ଉପରେ ଭଲ ପ୍ରଭାବ ପକାଉଛି । ଏପ୍ରିଲରେ B.1.617.1  ଭାରିଏଣ୍ଟ ଭାରତରେ ୨୧ ପ୍ରତିଶତ ଏବଂ ଭାରିଏଣ୍ଟ B.1.617.2  ର ୭ ପ୍ରତିଶତ ମାମଲା ସାମ୍ନାକୁ ଆସିଥିଲା ।

You might also like