କୋଭିଡ୍‌ କଟକଣା ଉଲ୍ଲଂଘନକାରୀଙ୍କ ପାଇଁ ହ୍ୱାଟ୍ସଆପ୍‌ ନମ୍ବର ଜାରି

ଭୁବନେଶ୍ୱର: କରୋନା ବିରୋଧୀ ଲଢ଼େଇ ପାଇଁ ଭୁବନେଶ୍ୱର ଡିସିପି ନୂଆ ଉପାୟ ବାହାର କରିଛନ୍ତି। ସର୍ବସାଧାରଣଙ୍କ ପାଇଁ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତି ଡିସିପି ଉମାଶଙ୍କର ଦାଶ। କେହି କଟକଣା ଉଲ୍ଲଂଘନ କରୁଥିଲେ ହ୍ୱାଟସଆପ୍‌ରେ ଜଣାଇ ପାରିବେ ବୋଲି ସେ କହିଛନ୍ତି। ଡିସିପି ଜାରି କରିଥିବା ହ୍ୱାଟସଆପ୍ ନମ୍ବର- ହେଉଛି- ୭୪୪୦୦୦୬୭୦୯ । ଏହି ନମ୍ବର ଜରିଆରେ ନିୟମ ଉଲ୍ଲଙ୍ଘନକାରୀଙ୍କ ବିଷୟରେ ସୂଚନା ଦେବାକୁ କୁହାଯାଇଛି। ଯଦି କେହି ନିୟମ ଉଲ୍ଲଙ୍ଘନକାରୀ ଆପଣଙ୍କ ନଜରରେ ଆସନ୍ତି ତେବେ ଉଲ୍ଲଙ୍ଘନକାରୀଙ୍କ ଭିଡିଓ, ଟେକ୍ସଟ ଓ ଫଟୋ ପଠାଇବାକୁ ଡିସିପି କହିଛନ୍ତି।

ଅନ୍ୟପଟେ ଅନ୍‌ଲକ୍-୩ କଟକଣା ନେଇ ଚେତାବନୀ ଦେଇଛନ୍ତି ପୋଲିସ କମିଶନର। କମିଶନରେଟ ଅଞ୍ଚଳ ଭିତରେ କଟକଣା କଡ଼ାକଡ଼ି ପାଳନ ହେବ। ରାତି ୯ରୁ ସକାଳ ୫ଟା ଭିତରେ ଅଣଅତ୍ୟାବଶ୍ୟକ କାର୍ଯ୍ୟ ମନାକୁ ମନା କରାଯାଇଛି। ଏହି ସମୟ ମଧ୍ୟରେ ବିନା କାରଣରେ ଯାଆସ କରିବାକୁ ମଧ୍ୟ ବାରଣ କରାଯାଇଛି। କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି। ଆଉ କଟକଣା ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର କହିଛନ୍ତି।

 

 

ଆହୁରି ପଢ଼ନ୍ତୁ

ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚିଠି

ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାର ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

‘କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର’

You might also like