ଓଡ଼ିଶାକୁ ଫେରିଲା ସପ୍ତାହନ୍ତ ସଟ୍‌ଡାଉନ୍

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟରେ ପୁଣି କଠୋର ହେଲା କଟକଣା। ସାରା ରାଜ୍ୟକୁ ପୁଣି ଫେରିଲା ନାଇଟ୍ କର୍ଫ୍ୟୁ। ରାଜ୍ୟରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଆସନ୍ତା ୧୭ ତାରିଖଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି କର୍ଫ୍ୟୁ ବଳବତ୍ତର ରହିବ।

  • ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ସମୟ ପରିବର୍ତ୍ତନ କରାଗଲା।
  • ୧୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସଂଧ୍ୟା ୬ରୁ ସକାଳ ୫ ନାଇଟ କର୍ଫ୍ୟୁ।
  • ସଂପୃକ୍ତ ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ନେଇ ଘୋଷଣା
  • ୧୦ ଜିଲ୍ଲା- ସୁନ୍ଦରଗଡ଼, ଝାସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି।
  • ଆସନ୍ତା ଶନିବାରଠାରୁ ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ।
  • ପ୍ରତି ଶନିବାର ଓ ରବିବାର ଦିନ ସଟଡାଉନ ନେଇ ଘୋଷଣା।
  • ଅନ୍ୟ ସମସ୍ତ ୨୦ ଜିଲ୍ଲାର ସହରାଞ୍ଚଳରେ ମଧ୍ୟ ନାଇଟ କର୍ଫ୍ୟୁ
  • ୨୦ ଜିଲ୍ଲାରେ ରାତି ୯ରୁ ସକାଳ ୫ଟା ଯାଏ ଲାଗୁ ହେବ ନାଇଟ କର୍ଫ୍ୟୁ।
  • କଟକ, ଭୁବନେଶ୍ୱର ସହ ସବୁ ସହରରେ ନାଇଟ କର୍ଫ୍ୟୁ।
  • ନାଇଟ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ।
  • ପରିଚୟପତ୍ର ଦେଖାଇ ଅତ୍ୟାବଶ୍ୟକ ସେବା କର୍ମଚାରୀ ଯାଇପାରିବେ।
  • ଅତ୍ୟାବଶ୍ୟକ ମାଲ ପରିବହନ କାର୍ଯ୍ୟ ମଧ୍ୟ ଚାଲୁ ରହିବ।
  • କୌଣସି ଧାର୍ମିକ, ରାଜନୈତିକ ସମାବେଶ କରାଯାଇପାରିବ ନାହିଁ।
  • ରାଜନୈତିକ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲାଗୁ।
  • କରୋନା ସଂକ୍ରମଣ ଯୋଗୁଁ ପରୀକ୍ଷା ବନ୍ଦ ଘୋଷଣା କରାଯାଇଛି।
  • ମାସ୍କ ନପିନ୍ଧିଲେ କଡ଼ା କାଯର୍ୟାନୁଷ୍ଠାନ ହେବ କହିଲେ ମୁଖ୍ୟ ସଚିବ।
  • ଦୋକାନୀ ଓ କର୍ମଚାରୀ ମାସ୍କ ନପିନ୍ଧିଲେ ଦୋକାନ ସିଲ୍ କରାଯିବ।

ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର ମାଟ୍ରିକ ଓ ପ୍ଲସ୍ ଟୁ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥଳେ ମୁଖ୍ୟ ଶାସନ ସଚିବ କଣ କହିବେ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା।
ଏହାରି ଭିତରେ ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ୩ ହଜାର ଉପରେ ଚିହ୍ନଟ ହୋଇଛି। ସୁନ୍ଦରଗଡରୁ ସର୍ବାଧିକ ୬୩୧ ଜଣ ଆକ୍ରାନ୍ତ ରହିଛନ୍ତି। ଗତକାଲି ମୁଖ୍ୟ ସଚିବ ସୁନ୍ଦରଗଡ ଯାଇ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି।

You might also like