କରୋନା ବିରୋଧରେ ଭାକ୍ସିନ ଯୁଦ୍ଧ; ଟିକାକରଣ ମହାଭିଯାନ ଆରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ମହାଭିଯାନର  ଶୁଭାରମ୍ଭ ଆଜି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ୧୦.୩୦ ମିନିଟ୍‌ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ରାଜ୍ୟ ସରକାରଙ୍କ ସହଯୋଗରେ ଭାରତ ସରକାର ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରି କହିଛନ୍ତି, କରୋନା ଭାକ୍ସିନର ୨ ଡୋଜ ପ୍ରତ୍ୟେକ ନାଗରିକ ନେବା ନିହାତି  ଜରୁରୀ। ଗୋଟିଏ ଡୋଜ ନେବାର ଗୋଟିଏ ମାସ ବ୍ୟବଧାନରେ ଅନ୍ୟ ଡୋଜ ନେବା ନିହାତି ଦରକାର। ୨ୟ ଡୋଜ ଭୁଲିବାର ଭୁଲ ଆଦୌ ନ କରିବାରୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।

ମୋଦି କହିଛନ୍ତି, ୨ୟ ଡୋଜ ନେବାର ୨ ସପ୍ତାହ  ପରେ ଶରୀରରେ ଇମ୍ୟୁନିଟ ଶକ୍ତି ବୃଦ୍ଧି ଘଟିବ। ଆଉ ଏହା ପରେ କାହାକୁ  ନା ମାସ୍କ ପିନ୍ଧିବାକୁ ପଡ଼ିବ ନା ସାମାଜିକ ଦୂରତା ରଖିବାକୁ ପଡ଼ିବ।

ଟିକାକରଣର ପ୍ରଥମ ପର୍ଯ୍ୟାୟର ଭାରତର ୩ କୋଟି ଲୋକଙ୍କୁ ଟିକା ଦିଆଯିବ। ଦ୍ୱିତୀୟ ଚରଣରେ ୩୦ କୋଟି ଲୋକଙ୍କୁ ଟିକାକରଣ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଭାରତର ଏହି ସଫଳତାର ଶ୍ରେୟ ପାଇଁ ସେହି ଗବେଷକମାନେ ହକ୍‌ଦାର ଯେଉଁମାନେ ଗତ କିଛି ମାସ ମଧ୍ୟରେ କରୋନା ବିରୁଦ୍ଧରେ ଭ୍ୟାକ୍ସିନ ତିଆରି କରିବାରେ ଲାଗି ପଡ଼ିଛନ୍ତି। ସାଧାରଣତଃ ଭ୍ୟାକ୍ସିନ ପ୍ରସ୍ତୁତି ପାଇଁ ବର୍ଷ ବର୍ଷ ଲାଗିଥାଏ। ହେଲେ ଏତେ କମ ସମୟରେ ଭାରତରେ ମେଡ ଇନ ଇଣ୍ଡିଆ କରୋନା ଭାକ୍ସିନ ତିଆରି ହୋଇ ପାରିଛନ୍ତି। ଏହି ଭ୍ୟାକ୍ସିନ ବିଦେଶୀ ଭାକ୍ସିନଠାରୁ ଶସ୍ତା ଏବଂ ଉପଯୋଗୀ ମଧ୍ୟ। ଏହି ଅବସରରେ  ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

 

You might also like