ଭାରତ ପରେ ବିଗିଡ଼ିପାରେ ପୂରା ବିଶ୍ୱର ସ୍ଥିତି

ୱାଶିଂଟନ୍: ଯଦି ଭାରତରେ ସ୍ଥିତି ଭୟାନକ ହୋଇ ରହେ, ତେବେ ଦୁନିଆର ପରିସ୍ଥିତି ମଧ୍ୟ ଭୟାନକ ରହିବ । ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇଁ ଓକିଲାତି କରୁଥିବା ଏକ ପ୍ରମୁଖ ଗୋଷ୍ଠୀ ଏଭଳି କହିଛନ୍ତି । ସେମାନେ ଏହି କଥା ସେହି ସମୟରେ କହିଛନ୍ତି ଯେତେବେଳେ, ଆମେରିକାର କର୍ପୋରେଟ୍  ଜଗତ ଭାରତକୁ ସମ୍ପୂର୍ଣ୍ଣ ରୂପେ କୋଭିଡ-୧୯ ମହାମାରୀରୁ ମୁକ୍ତି ହେବା ପାଇଁ  ସହଯୋଗ କରୁଛି ।

ଆମେରିକା-ଭାରତ ବ୍ୟବସାୟିକ ପରିଷଦ (USIBC)ର ସଭାପତି ନିଶା ଦେଶାଇ ବିଶ୍ୱାଲ କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ଭାରତରେ ପ୍ରବେଶ କରିବା ସହ ପୁରା ଦେଶକୁ ନିଜ କବଳକୁ ନେଇସାରିଛି । ତେଣୁ ଭରାତର ଏଭଳି ପରିସ୍ଥିତିରେ ସମ୍ପୂର୍ଣ୍ଣ ଶିଳ୍ପ ସମୁଦାୟ ଏବେ ଭାରତକୁ ସହଯୋଗର ହାତ ବଢ଼ାଇଛି । ସମସ୍ତେ ଭାରତକୁ ଏହି କରୋନା କବଳରୁ ବଞ୍ଚାଇବାକୁ ଚାହୁଁଛନ୍ତି ।

ସେ ଆହୁରି କହିଛନ୍ତି, ବୋଧ ହୁଏ ଆମେରିକୀୟ କମ୍ପାନୀଗୁଡିକ ଆଗାମୀ ଦିନରେ ପରିସ୍ଥିତି ଅଧିକ ଖରାପ ହେବ ବୋଲି ଆଗୁଆ ଅନୁମାନ କରିଥିଲେ । ତେଣୁ ସେମାନେ ଏହି ଦିଗରେ ଜୋରସୋରରେ କାମ କରୁଛନ୍ତି । ଆମେରିକୀୟ କମ୍ପାନୀଗୁଡ଼ିକୁ ଭରତରେ ଥିବା ସେମାନଙ୍କ କର୍ମଚାରୀଙ୍କଠାରୁ କେରୋନା ପରିସ୍ଥିତି ନେଇ ସୂଚନା ମିଳୁଥିଲା । ଫଳରେ କମ୍ପାନୀଗୁଡିକ ଶୀଘ୍ର ଏହି ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ଦୁଇ ସପ୍ତାହ ପୂର୍ବରୁ ଆମେରିକୀୟ ବ୍ୟବସାୟ ସମୁଦାୟ ଉତ୍ସ-ସଂଗ୍ରହ କରିବା ଆରମ୍ଭ କରିଥିଲା ।

ଭାରତକୁ ୧୦୦୦ ଭେଣ୍ଟିଲେଟର ଦେବ

ମହାମାରୀ ସମୟରେ ତୁରନ୍ତ ସହଯୋଗ ଯୋଗାଇଦେବା ପାଇଁ ଆମେରିକାର ୪୦ ବଡ଼ କମ୍ପାନୀର ସିଇଓ ଏକାଠି ହୋଇଛନ୍ତି । ସେମାନେ ବିନା କୌଣସି ବିଳମ୍ବ କରି ଭାରତକୁ ସହଯୋଗ କରିବା ଉଦେଶ୍ୟରେ ଏକାଥରେ ଏକ ହଜାର ଭେଣ୍ଟିଲେଟର ଓ ୨୫ ହଜାର ଟନ୍‌ ଅମ୍ଳଯାନ ପଠାଇବେ ବୋଲି ଘୋଷଣା କରିଛନ୍ତି । ଏହା ସରକାରୀ ପ୍ରୋଟୋକଲ ଅନୁସାରେ ଭାରତକୁ ସହଯୋଗ କରାଯାଉଛି ।

ଅନେକ କମ୍ପାନୀ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି

ଗତ ସପ୍ତାହରେ, ଏହି କମିଟି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ୍‌ଙ୍କ ଆଲୋଚନା କରିଥିବା ବେଳେ ବୁଧବାର ଭାରତର ନିତି ଆୟୋଗ ଅଧିକାରୀଙ୍କ ଏକ ବୈଠକ କରିଥିଲା । ଭାରତକୁ ସହଯୋଗ କରିବାକୁ ଆଗେଇ ଆସିଥିବା ବଡ଼ ବଡ଼ କମ୍ପାନୀ ମାନଙ୍କ ମଧ୍ୟରେ ଫେସବୁକ୍, ଆମାଜନ, ଗୋଲ୍ଡମ୍ୟାନ୍ ସାକ୍ସ, ବ୍ୟାଙ୍କ ଅଫ୍ ଆମେରିକା, ଏମବେ, କ୍ୱାଲକମ୍, ଭିଏମବାରେ, ୟୁନିଅନ୍ ପ୍ୟାସିଫିକ୍, ମ୍ୟାକ କାରମିକ୍ ଏବଂ କୋର୍ଡିନାଲ୍ ହେଲଥ୍ ଭଳି କମ୍ପାନୀ ସାମିଲ ରହିଛି ।

ଏହି କମ୍ପାନୀମାନେ ଭାରତକୁ ଭେଣ୍ଟିଲେଟର ତଥା ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦେବା ପାଇଁ ହାତ ବଢ଼ାଇଛନ୍ତି । ଏହାସହ ଏସେଞ୍ଚର ଏବଂ  ମାଇକ୍ରୋସଫ୍ଟ କମ୍ପାନୀମାନେ ମଧ୍ୟ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି ।  ଆଇବିଏମ୍‌ କମ୍ପାନୀ ଏହି ସମସ୍ତ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।

ଏହି ସମୟରେ ଭାରତ-ଆମେରିକା ରଣନୀତିକ ଏବଂ ଭାଗିଦାରୀ ମଞ୍ଚ ଦ୍ୱାରା ମିଳିତ ଭାବେ ଯେଉଁଭଳି ଅମ୍ଳଜାନ ଯୋଗାଣ ବ୍ୟବସ୍ଥା କରାଯାଉଛି ତାହା ବୋଧ ହୁଏ ପୂର୍ବରୁ କେବେ ଦେଖାଯାଇନଥିଲା । ଏହା ଏକ ବଡ଼ ଉଦାହରଣ ବୋଲି କହିଛନ୍ତି ନିଶା ଦେଶାଇ ବିଶ୍ୱାଳ ।

You might also like