ଭୁବନେଶ୍ୱରରୁ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ, ୫୧ ଲୋକାଲ୍ କେସ୍

ଭୁବନେଶ୍ୱର: ରାଜଧାନୀରେ ଆଉ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୮ କ୍ୱାରେଣ୍ଟିନ, ୫୧ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍‌ସି।

କେଉଁ ଅଞ୍ଚଳରୁ କେତେ:-

ଶିରିପୁର କନ୍ଧସାହିରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଲିଆସାହିରୁ ଆଉ ୧୧, ନୟାପଲ୍ଲୀ ବ୍ରିଟ କଲୋନିରୁ ୭, ଡୁମୁଡୁମାରୁ ୬, ୟୁନିଟ-୬ରୁ ୪, ଖଣ୍ଡଗିରି ତପୋବନ ବସ୍ତିରୁ ୩, ବଡ଼ଗଡ଼ ବ୍ରିଟ କଲୋନିରୁ ୩, ୟୁନିଟ-୧ରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଲ୍‌ଡ ଟାଉନରୁ ୪, ସାଲିଆସାହିରୁ ୩ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି।


ସେହିପରି ଭୁବନେଶ୍ୱରରୁ ଆଉ ୧୪୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରରେ ଏଯାଏ ୩୨୧୭ ଜଣ କରୋନାରେ ସଂକ୍ରମିତ ହେଲେଣି। ଆରୋଗ୍ୟଙ୍କ ସଂଖ୍ୟା ୧୯୪୩ରେ ପହଞ୍ଚିଛି। ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୫୪ ଆକ୍ଟିଭ୍ କେସ୍ ରହିଛି।

You might also like