ଭୁବନେଶ୍ୱରକୁ ଚିନ୍ତା ସ୍ଥାନୀୟ ସଂକ୍ରମଣ, ଆଜି ଆଉ ୧୩ ଲୋକାଲ କେସ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ସର୍ବାଧିକ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆଜିର ୩୮ ଆକ୍ରାନ୍ତ ମଧ୍ୟରୁ ୨୫ ହୋମ୍ କ୍ୱାରେଣ୍ଟିନ୍‌ରେ ଥିବା ବେଳେ ୧୩ଟି ଲୋକାଲ୍ କେସ୍ ଅଛନ୍ତି। ଏଥିସହ ୧୪ ଜଣ ସୁସ୍ଥ ହୋଇଥିବା ବିଏମସି ପକ୍ଷରୁ ଟୁଇଟ୍‌ରେ ଉଲ୍ଲେଖ କରାଯାଇଛି।

୧୩ ଲୋକାଲ କେଶ ମଧ୍ୟରୁ ୪ଜଣ ଶିରିପୁର ଅଞ୍ଚଳର ଲକ୍ଷ୍ମୀବଜାର ବସ୍ତି। ଏମାନେ ଜଣେ ମୁମ୍ବାଇ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ। ଜଣେ ଚକେଇସିଆଣିର ହାଡବଳ ବସ୍ତି ଅଞ୍ଚଶର, ୪ ଜଣ ଘରୋଇ ହସ୍ପିଟାଲର, ଜଣେ ସରକାରୀ ଡାକ୍ତରଖାନାର ଅଛନ୍ତି। ସେହିପରି ଅନ୍ୟ ଜଣେ ମଞ୍ଚେଶ୍ୱର ଅଞ୍ଚଳର ୪୦ ବର୍ଷିୟ ଯୁବକ। ଏହା ପୂର୍ବରୁ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଅନ୍ୟ ଜଣେ ଭିଏସଏସଏସ ନଗର ଅଞ୍ଚଳର।

ବିଏମସି ସୂଚନା ଅନୁସାରେ ବର୍ତ୍ତମାନ ଭୁବନେଶ୍ୱର ମହାନଗର ଅଞ୍ଚଳରେ ମୋଟ୍ ୨୫୮ଟି ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ  ୧୨୭ ଜଣ ସୁସ୍ଥ ହୋଇଛନ୍ତି। ୩ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ୧୨୭ ଜଣ ଚିକିତ୍ସାଧୀନ ଅଛନ୍ତି।

ରାଜ୍ୟରେ ଆଜି ଆଉ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟିନ କେନ୍ଦ୍ରର ହୋଇଥିବାବେଳେ ୩୬ ଲୋକାଲ୍ କେସ୍ ରହିଛି। ସେହିପରି ଖୋର୍ଦ୍ଧାରୁ ୪୭ ଜଣ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

You might also like