ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲା
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ୫୩ ହଜାର ୬୦୧ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦିନକରେ ୮୭୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ ସଂଖ୍ୟା ୪୫ ହଜାର ୨୫୭କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ।
📍Total #COVID19 Cases in India (as on August 11, 2020)
▶️28.21% Active cases (639,929)
▶️69.80% Cured/Discharged/Migrated (1,583,489)
▶️1.99% Deaths (45,257)Total COVID-19 confirmed cases = Active cases+Cured/Discharged/Migrated+Deaths
Via @MoHFW_INDIA pic.twitter.com/A6gxEi5BMt
— #IndiaFightsCorona (@COVIDNewsByMIB) August 11, 2020
ବର୍ତ୍ତମାନ ସୁଦ୍ଧା ୧୫,୮୩,୪୮୯ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୬,୩୯,୯୨୯ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୮ ହଜାର ୫୦ ଜଣଙ୍କ ମୃତ୍ୟୁ ହୋଇଛି। ତାମିଲନାଡୁରେ ୫୦୪୧, ଦିଲ୍ଲୀ- ୪୧୩୧, କର୍ଣ୍ଣାଟକରେ ୩୩୧୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।