ପାକିସ୍ତାନର ୩ କ୍ରିକେଟର୍‌ଙ୍କୁ କରୋନା; ଆଜି ଆସିବ ଶୋଏବ୍‌ଙ୍କ ରିପୋର୍ଟ

ଇସ୍‌ଲାମାବାଦ: ପାକିସ୍ତାନର ୩ କ୍ରିକେଟର କୋଭିଡ୍-୧୯ ପଜିଟିଭ ଚିହ୍ନଟ ନେଇ ସୂଚନା ଦେଇଛି ପିସିବି (ପାକିସ୍ତାନ କ୍ରିକେଟ୍‌ ବୋର୍ଡ)। ଅଲ୍‌ରାଉଣ୍ଡର ଶାଦବ ଖାନ, ବ୍ୟାଟ୍ସମ୍ୟାନ୍‌  ହାଇଦର ଅଲି ଏବଂ ଫାଷ୍ଟ ବୋଲର ହରିଶ ରୌଫ୍‌ଙ୍କୁ କରୋନା ହୋଇଥିବା ନେଇ ସୂଚନା ଦେଇଛି ପିସିବି।

ରାୱଲ୍‌ପିଣ୍ଡିରେ କୋଭିଡ୍‌ ଟେଷ୍ଟ କରିବା ପୂର୍ବରୁ ଏହି ତିନି ଖେଳାଳିଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଦେଇନଥିଲା ବୋଲି ପିସିବି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି। ଏହାପରେ ପିଜିଟିଭ୍‌ ଚିହ୍ନଟ ହୋଇଥିବା ଖେଳାଳିମାନଙ୍କୁ ତୁରନ୍ତ ନିଜ ଘରେ ସଂଗରୋଧରେ ରହିବାକୁ କୁହାଯାଇଛି ବୋଲି ପିସିବି କହିଛି। ଏଥିସହିତ ପାକିସ୍ତାନ କ୍ରିକେଟ୍ ବୋର୍ଡର ଡାକ୍ତରି ଟିମ୍‌ ମଧ୍ୟ ନିୟମିତ ତାଙ୍କ ସମ୍ପର୍କରେ ରହିଛନ୍ତି ବୋଲି ସୂଚନା ଦେଇଛି ପିସିବି।

କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ଏହି ୩ ଖେଳାଳିଙ୍କ ସହିତ ଅନ୍ୟ ଦୁଇ ଖେଳାଳି ଇମାଦ ୱାସିମ ଓ ଉସମାନ ଶିନୱାରୀ ମଧ୍ୟ ଟେଷ୍ଟିଂ ପାଇଁ ଯାଇଥିଲେ। କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଏମାନଙ୍କ ସହିତ ଟିମ୍‌ର ଅନ୍ୟ ଖେଳାଳି ଯଥା- ବରିଷ୍ଠ କ୍ରିକେଟର ଶୋଏବ୍‌ ମଲ୍ଲିକ, ବୋଲିଂ କୋଚ୍‌ ଓକାର ୟୁନୁସ ଏବଂ କ୍ଲିଫୀ ଡିକନ୍‌ ମଧ୍ୟ କରୋନା ଟେଷ୍ଟ କରାଇଛନ୍ତି। ତେବେ ଏମାନଙ୍କ ରିପୋର୍ଟ ଆସିବା ବାକି ରହିଛି। ଆଜି ଏମାନଙ୍କ ରିପୋର୍ଟ ଆସିବା ନେଇ ପିସିବି ସୂଚନା ଦେଇଛି।

ଏହା ପୂର୍ବରୁ ପାକିସ୍ତାନର ପୂର୍ବତନ କ୍ୟାପ୍ଟେନ୍‌ ଶାହିଦ ଆଫ୍ରିଦି ମଧ୍ୟ କୋଭିଡ୍‌-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜେ ଟ୍ୱିଟ୍ କରି ସୂଚନା ଦେବା ସହିତ ପ୍ୟାନ୍‌ଙ୍କ ଆଶୀର୍ବାଦ କାମନା କରିଥିଲେ।

ତେବେ ଆଫ୍ରିଦିଙ୍କ ପୂର୍ବରୁ ମେ ମାସରେ ପୂର୍ବତନ ପାକିସ୍ତାନ ଓପନର୍‌ ତୌଫିକ୍‌ ଉମର କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିଲେ। ସେହିଭଳି ଏପ୍ରିଲ୍‌ ମାସରେ ପାକିସ୍ତାନର ପୂର୍ବତନ ଫାଷ୍ଟ କ୍ଲାସ୍‌ କ୍ରିକେଟର୍‌ ଜାଫର ସର୍ଫରାଜ ଏପ୍ରିଲ୍‌ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ କରୋନାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସେହିଭଳି ବାଂଲାଦେଶ ଟପ୍‌ କ୍ରିକେଟ୍ ମଧ୍ୟ କରୋନା କବଳରେ ପଡ଼ିଛନ୍ତି। ଗତ ୨୦ ତାରିଖ ପୂର୍ବତନ କ୍ୟାପ୍ଟେନ୍‌ ମଶ୍ରଫେ ମୋର୍ତଜା କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। କେବଳ ମଶ୍ରଫେ ନୁହଁନ୍ତି, ବାଂଲାଦେଶର ଆଉ ଜଣେ ଷ୍ଟାର୍‌ କ୍ରିକେଟର୍‌ ତଥା ଦିନିକିଆ ଟିମ୍‌ର କ୍ୟାପ୍ଟେନ୍‌ ତମିମ ଇକ୍‌ବାଲ୍‌ ଓ ତାଙ୍କ ବଡ଼ ଭାଇ ନଫୀସ ଇକ୍‌ବାଲ ମଧ୍ୟ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଅନ୍ୟ ଦେଶଗୁଡ଼ିକ ଭଳି ପାକିସ୍ତାନ ଓ ବାଂଲାଦେଶରେ ବି କରୋନା ସ୍ଥିତି ଜଟିଳ ହୋଇଛି। ପାକିସ୍ତାନରେ ୧୮୫,୦୩୪ ଆକ୍ରାନ୍ତ ହୋଇଥିବା ବେଳେ ୩,୬୯୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ୭୩,୪୭୧ ଜଣ ସୁସ୍ଥ ହୋଇ ସାରିଲେଣି। ବାଂଲାଦେଶରେ ମୋଟ ୧୧୫, ୭୮୬ ଥିବା ବେଳେ ୧୪୦୨ ଜଣଙ୍କ ମୃତ୍ୟୁ ହୋଇଛି, ଓ ୪୭,୭୫୫ ଜଣ ସୁସ୍ଥ ହୋଇଛନ୍ତି।

 

 

ଆହୁରି ପଢ଼ନ୍ତୁ

ଏହି ୫ ଜିଲ୍ଲାରୁ ଭୁବନେଶ୍ୱର ଆସିଲେ ରହିବେ କ୍ୱାରେଣ୍ଟିନରେ

କଂଗ୍ରେସର ବରିଷ୍ଠ ନେତା କରୋନାରେ ଆକ୍ରାନ୍ତ

୧୫ ଜୁଲାଇ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ବ୍ଲଡ୍ ଗ୍ରୁପରୁ ମିଳିବ କରୋନା ସୂଚନା!

ସଲମାନ୍ ଖାନଙ୍କ ଭଉଣୀଙ୍କର କରାଗଲା କରୋନା ଟେଷ୍ଟ

କରୋନା ନେଇ ଓଡ଼ିଶାରେ ଆଲାର୍ମିଂ ପରିସ୍ଥିତି ନାହିଁ: ILS ନିର୍ଦ୍ଦେଶକ

ପଜିଟିଭର ଦିନକ ପରେ ଆସିଲା ଏହି ପାକ୍ କ୍ରିକେଟରଙ୍କ ରିପୋର୍ଟ ନେଗେଟିଭ୍

୨୪ ଘଣ୍ଟାରେ କରୋନାର ସବୁ ରେକର୍ଡ ଭାଙ୍ଗିଲା ଦିଲ୍ଲୀ

ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳିଙ୍କୁ କରୋନା

କରୋନା ରୋଗୀଙ୍କ ପାଇଁ ବିକି ଦେଲେ ଏସ୍‌ୟୁଭି କାର୍, ଆଉ କଲେ ଏମିତି କାମ

କରୋନା ପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି ୫ ବର୍ଷର ଶିଶୁ

କୋଭିଡ୍‌-୧୯କୁ ‘କୁଙ୍ଗ୍‌ ଫ୍ଲୁ’ ନାମକରଣ କରି ଚାଇନାକୁ ଟାର୍ଗେଟ୍‌ କଲେ ଟ୍ରମ୍ପ

You might also like