କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା
ୱାଶିଂଟନ: କରୋନା ଭାଇରସ ସାରା ବିଶ୍ୱର ନରହତ୍ୟା ଚଳାଇଥିବା ବେଳେ କରୋନାକୁ ଦମନ କରିବାରେ ଲାଗିପଡ଼ିଥିବା ସ୍ୱାସ୍ଥ୍ୟକର୍ମୀମାନେ କେତେ ଯେ କଷ୍ଟ ସହୁଛନ୍ତି ତାର ଅନେକ ନିଦର୍ଶନ ଦେଖିବାକୁ ମିଳୁଛି। ଆମେରିକାର ଜଣେ ନର୍ସ ଏହାର ଏକ ଉତ୍ତମ ଉଦାହରଣ।
ଆମେରିକାର ଟେନେସୀ ରାଜ୍ୟରେ ଏକ ନର୍ସ ଦୀର୍ଘ ୮ ମାସ ହେଲା କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଛନ୍ତି। ସିଏ ସିନା ଚିକିତ୍ସାରେ ଲଗିଛନ୍ତି, ହେଲେ କରୋନା ପ୍ରଭାବରୁ ନିଜେ ବର୍ତ୍ତିପାରି ନାହାନ୍ତି। ଏଇ ୮ ମାସ ଭିତରେ ତାଙ୍କର ଚେହେରା ପୂରା ବଦଳିଯାଇଛି।
ବଦଳିଯାଇଥିବା ଚେହେରାକୁ ନେଇ ଟ୍ୱିଟ୍ କରି ଜଣାଇଛନ୍ତି ନର୍ସ ଜଣକ। ସେ ତାଙ୍କର ପୁରୁଣା ଫଟୋ ଓ ୮ ମାସ ପରର ଫଟୋ ଶେୟାର କରିଛନ୍ତି ଟ୍ୱିଟରରେ।
ଏହି ଫଟୋରେ ପ୍ରଥମ ଫଟୋଟିଟିରେ ମୁହଁରେ କୌଣସି ଦାଗ ନଥିବା ବେଳେ ଦ୍ୱିତୀୟ ଫଟୋରେ ମୁହଁରେ ଦାଗ ଦେଖାଯିବା ସହିତ ମାସ୍କର ନାଲି ପଟିଦାଗ ବି ଦେଖାଯାଉଛି। ୮ମାସ ଭିତରେ ନର୍ସଙ୍କ ଚେହେରା ଏମିତି ହୋଇଛି ଯେ ଦେଖିଲେ ବୟସ୍କ ପରି ମନେ ହେଉଛି।
ଏପରି ଘଟଣା ନୂଆ ନୁହେଁ, ସ୍ୱାସ୍ଥ୍ୟକର୍ମୀମାନଙ୍କ ସହ ଘଟୁଥିବା ଏପରି ଅନେକ ଘଟଣା ସାମ୍ନାକୁ ଆସୁଛି। ମାସ୍କ ପିନ୍ଧିବା ଓ ପିପିକିଟ୍ ଦ୍ୱାରା ଡାକ୍ତରଙ୍କ ଠାରେ ସମସ୍ୟା ଦେଖାଯାଉଛି। ତଥାପି କଷ୍ଟ ସହି କରୋନା ସହିତ ଲଢେଇ ଜାରି ରଖିଛନ୍ତ ଏହି ଦେବଦୂତ।
ତେବେ ଆମେରିକାର ଟେନେସୀ ରାଜ୍ୟରେ ୪,୨୦୦ରୁ ଅଧିକ ମୃତ୍ୟୁ ହୋଇ ସାରିଥିବା ବେଳେ ୩,୩୦,୦୦୦ ସଂକ୍ରମିତ ହୋଇଛନ୍ତି।