ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୨୬୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭା ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୩୧ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୨୧୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୯୭, ମୟୂରଭଞ୍ଜରୁ ୧୩୧, ସୁନ୍ଦରଗଡ଼ରୁ ୧୨୫, କଳାହାଣ୍ଡିରୁ ୧୧୮ ଓ ବଲାଙ୍ଗିରରୁ ୧୧୪ ଜଣ ସୁସ୍ଥ ହୋଇଛନ୍ତି।

ବାଲେଶ୍ୱରରୁ ଓ ନୂଆପଡ଼ାରୁ ୯୯ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୯୩, ବରଗଡ଼ରୁ ୯୧, ଝାରସୁଗୁଡ଼ା ୮୯, ସମ୍ବଲପୁର ୮୫, କେନ୍ଦ୍ରାପଡ଼ା ୭୦ ଓ ପୁରୀରୁ ୬୫ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ସୋନପୁରରୁ ୬୦, ଜଗତସିଂହପୁରରୁ ୫୯, କୋରାପୁଟ ୫୫,ନବରଙ୍ଗପୁର ୫୨, ଭଦ୍ରକ ୪୬, ନୟାଗଡ଼ ୩୯, କନ୍ଧମାଳ ୩୮, ଗଞ୍ଜାମ ୩୫, ବୈଦ୍ଧ ୩୨ ଓ କେନ୍ଦୁଝରରୁ ୩୨ ଜଣ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଢେଙ୍କାନାଳରୁ ମଧ୍ୟ ଆଜି ୨୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମାଲକାନଗିରିରୁ ୨୪ ଦେଓଗଡ଼ରୁ ୧୪, ରାୟଗଡ଼ାରୁ ୯ ଓ ଷ୍ଟେଟ ପୁଲ ୯୭ ସୁସ୍ଥ ହୋଇଛନ୍ତି।

ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଛି।

You might also like