ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ କରୋନା ପଜିଟିଭ

ହାଇଦ୍ରାବାଦ: ସାରାଦେଶରେ ଏବେ କରୋନାର ଦ୍ଵିତୀୟ ଲହର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସାଧାରଣ ଜନତାଙ୍କଠୁ ଆରମ୍ଭ କରି ବଡ଼ ବଡ଼ ରାଜନେତା ଓ ସେଲିବ୍ରିଟିମାନେ ମଧ୍ୟ କରୋନା କୋପରୁ ବର୍ତ୍ତି ପାରୁ ନାହାନ୍ତି। ଏବେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମିତ ନେଇ ନିଜେ ଅଲ୍ଲୁ ଅର୍ଜୁନ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେଆର କରି ଏସମ୍ପର୍କରେ ସୂଚନା ଦେଇଛନ୍ତି।

 

View this post on Instagram

 

A post shared by Allu Arjun (@alluarjunonline)

ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ଅଲ୍ଲୁ ଅର୍ଜୁନ ଲେଖିଛନ୍ତି, ‘ମୋର କରୋନା ରିପୋର୍ଟ ପଜିଟିଭ ଆସିଛି ଏହାପରେ ଘରେ ନିଜକୁ ଆଇସୋଲେଟ କରିବା ସହ ସମସ୍ତ ପ୍ରୋଟୋକଲ ପାଳନ କରୁଛି ମୁଁ ଅନୁରୋଧ କରୁଛି, ଯେଉଁମାନେ ମୋ ସହ ଯୋଗାଯୋଗରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରାଇ ନିଅନ୍ତୁ

ସେ ଆହୁରି ମଧ୍ୟ ଲେଖିଛନ୍ତି, ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଆଉ ସୁଯୋଗ ମିଳିଲେ ଟିକା ନିଅନ୍ତୁ ମୁଁ ମୋର ସମସ୍ତ ପ୍ରଂଶସକଙ୍କୁ ଅନୁରୋଧ କରୁଛି, ସେମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ ବର୍ତ୍ତମାନ ମୁଁ ସୁସ୍ଥ ଅଛି

 

View this post on Instagram

 

A post shared by Allu Arjun (@alluarjunonline)

୨୦୦୩ରେ ଅଲ୍ଲୁ ଅର୍ଜୁନ ଫିଲ୍ମ ‘ଗଙ୍ଗୋତ୍ରୀ’ ଜରିଆରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ ସୁପରଷ୍ଟାରଙ୍କ ତାଲିକାରେ ତାଙ୍କ ନାଁ ମଧ୍ୟ ଯୋଡ଼ା ଯାଇଥାଏ. କାହିଁକି ନା ସେ ଖାଲି ଗୋଟେ ନୁହେଁ ଅନେକ ହିଟ ଫିଲ୍ମ ଦେଇଛନ୍ତି ସେ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ଜିତିଛନ୍ତି. ୨୦୧୧ରେ ସେ ସ୍ନେହା ରେଡ୍ଡୀଙ୍କୁ ବିବାହ କରିଥିଲେ ସେମାନଙ୍କର ଗୋଟିଏ ପୁଅ ଓ ଝିଅ ଅଛି ଆକ୍ସନ ଥ୍ରୀଲର ଫିଲ୍ମ ‘Pushpa’ରେ ନଜର ଆସିବେ ଅଲ୍ଲୁ ଅର୍ଜୁନ ଅଗଷ୍ଟ ୧୩ରେ ଏହା ରିଲିଜ ହେବ

 

View this post on Instagram

 

A post shared by Allu Arjun (@alluarjunonline)

ଭାରତରେ କରୋନା ଭାଇରସ ବିସ୍ଫୋରକ ରୂପ ନେଇ ଆସିଛି। କ୍ରମାଗତ ଭାବରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ସପ୍ତମ ଦିନ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଉପରେ ଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩, ୬୦, ୯୬୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତିଗୋଟିଏ ଦିନରେ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହେବା ରେକର୍ଡ।

You might also like