କରୋନାରେ ଚାଲିଗଲା ନିର୍ବାଚନୀ ଡ୍ୟୁଟି କରିଥିବା ଶିକ୍ଷୟିତ୍ରୀଙ୍କ ଜୀବନ

ହାଇଦ୍ରାବାଦ: ତେଲେଙ୍ଗାନର ଏକ ପ୍ରାଇମେରୀ ସ୍କୁଲର ଜଣେ ଶିକ୍ଷୟିତ୍ରୀ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ଏପ୍ରିଲ ୧୭ରେ ତେଲେଙ୍ଗାନାର ନାଗାର୍ଜୁନସାଗର ବିଧାନସଭା ଉପନିର୍ବାଚନରେ ସେ ନିର୍ବାଚନୀ ଡ୍ୟୁଟିରେ ଥିଲେ। ଏହାପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଶେଷରେ ମହାମାରୀ କରୋନାରେ ଚାଲି ଯାଇଥିଲା ତାଙ୍କ ଜୀବନ। ତାଙ୍କର ୮ ବର୍ଷର ଜଣେ ଝିଅ ଅଛି।

ଏପ୍ରିଲ ୨୦ରେ ଶିକ୍ଷୟିତ୍ରୀ ସନ୍ଧ୍ୟାଙ୍କୁ ଜ୍ୱର ଆସିଥିଲା ଏହାପରେ ସେ କରୋନା ଟେଷ୍ଟ କରାଇଥିଲେ ଓ ରିପୋର୍ଟ ପଜିଟିଭ ଆସିଥିଲା ସପ୍ତାହକ ପରେ ତାଙ୍କୁ ହାଇଦ୍ରାବାଦର ଏକ ପ୍ରାଇଭେଟ ହସ୍ପିଟାଲର ICU ଭର୍ତ୍ତି କରାଯାଇଥିଲାହେଲେ ମେ’ ରେ ତାଙ୍କର ମୃତ୍ୟୁ ଘଟିଥିଲା ମୃତ୍ୟୁ ବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା

ସନ୍ଧ୍ୟାଙ୍କ ମୃତ୍ୟୁ ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କ ସ୍ୱାମୀ କମ୍ମାମପତି ମୋହନ ରାଓ ସେ କହିଛନ୍ତି, ଆମ(ମୋର ଓ ମୋ ଝିଅ) ପାଇଁ ଦୁନିଆ ଶେଷ ହୋଇଗଲା ସେ ଖାଲି ମୋ ପତ୍ନୀ ନଥିଲେ, ମୋ ଜୀବନ ଚାଲିଗଲା କାହିଁକି ନିର୍ବାଚନ ହେଲା ? କେବଳ ଜଣେ ବିଧାୟକଙ୍କ ପାଇଁ ଏତେ ଲୋକଙ୍କର ମୃତ୍ୟୁ ହେଲା ମୋ ପରିବାର ପୁରାପୂରି ବର୍ବାଦ ହୋଇଗଲା ଲକଡାଉନ ପରେ ବି ନିର୍ବାଚନ ହୋଇପାରିଥାନ୍ତା କିମ୍ବା ଟିକାକରଣ ପରେ ହୋଇପାରିଥାନ୍ତା

ନିର୍ବାଚନୀ ଡ୍ୟୁଟି ପାଇଁ ସନ୍ଧ୍ୟା ହଲିୟା ଯାଇଥିଲେ ଯେଉଁଠି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ୨ ଦିନ ପୂର୍ବରୁ ଏପ୍ରିଲ ୧୪ରେ ଏକ ବିଶାଳ ଜନସଭା କରିଥିଲେ ଏହାପରେ ମୁଖ୍ୟମନ୍ତ୍ରୀ, TRS ପାର୍ଟିର ଆଶାୟୀପ୍ରାର୍ଥୀଙ୍କ ସମେତ ଶତାଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ

ସନ୍ଧ୍ୟାଙ୍କ ସ୍ୱାମୀ କମ୍ମାମପତି ମୋହନ ରାଓ ଅଭିଯୋଗ ଆଣିଛନ୍ତି ଯେ, ମତଦାନ ଦିନ ଅନେକ କୋଭିଡ ପ୍ରୋଟୋକୋଲର ଉଲ୍ଲଂଘନ କରାଯାଇ ଥିଲା ୩୦ରୁ ଅଧିକ ପୋଲିଂ ଷ୍ଟାଫଙ୍କୁ ଗୋଟିଏ ବସରେ ମତଦାନ କେନ୍ଦ୍ରକୁ ନିଆଯାଇଥିଲା ଏକ ଛୋଟ ସରକାରୀ ସ୍କୁଲର ରୁମରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୫ ଜଣ ପୋଲିଂ ଷ୍ଟାଫ ଓ ୪ ଜଣ ପୋଲିଂ ଏଜେଣ୍ଟଙ୍କ ସମେତ ପାଖାପାଖି ୧୦ ଜଣ ଲୋକ ବସିଥିଲେ

ନିର୍ବାଚନ ଡ୍ୟୁଟିରେ କରିଥିବା ୧୫ ଜଣ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ଘଟଣାକୁ ନେଇ ତେଲେଙ୍ଗାନା ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି

ଗୁରୁବାର ସକାଳ ୮ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୭୬ ହଜାର ୧୧୦ ଜଣ ନୂଆ ସଂକ୍ରମିତ ଠାବ ହୋଇଛନ୍ତି। ତେବେ ବୁଧବାର ତୁଳନାରେ ଆଜିର ହାର ସାମାନ୍ୟ ଅଧିକ ରହିଛି। ଏଥି ସହିତ ଆଉ ଏକ ଆଶ୍ୱସ୍ତକର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଗତ କିଛି ଦିନ ଧରି ଦୈନିକ କରୋନା ମୃତ୍ୟୁ ହାର ୪ ହଜାର ଉପରେ ଥିବାବେଳେ ଆଜି ୪ ହଜାର ତଳକୁ ଖସିଛି।

You might also like